ଭାରତ ଠାରୁ ପାକିସ୍ତାନର ପରାଜୟ ପରେ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ ‘ମିକି ଅର୍ଥର’


ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖବର ସମସ୍ତଙ୍କ ସାମନାକୁ ଆସିଛି, ଯାହାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ଠାରୁ ପାକିସ୍ତାନର ପରାଜୟ ପରେ ପାକିସ୍ତାନ ଦଳର ମୁଖ୍ୟ କୋଚ ‘ମିକି ଅର୍ଥର’ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ, ଏହି ଖବର ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଦେଇଛି । ଆଜ୍ଞା ହଁ ଏହା ଆମେ କହୁ ନାହୁଁ, ମିକି ନିଜେ ଏକ କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, “ବିଶ୍ୱକପରେ ଚିର ପ୍ରତିଦ୍ୱନ୍ଦୀ ଭାରତ ଠାରୁ ପାକିସ୍ତାନର ପରାଜୟ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି ଏବଂ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ । କାରଣ ଏହି ପରାଜୟ ପରେ ମିଡିଆ, ପ୍ରଶଂସକ ଓ ପୂର୍ବତ୍ତନ କ୍ରିକେଟର ଘଟଣାକୁ ନେଇ ବହୁତ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କର କଟୁ ମନ୍ତବ୍ୟ ମୋତେ ଶୁଣିବାକୁ ପଡିଥିଲା ।”
ସେ ଆହୁରୀ ମଧ୍ୟ କହିଥିଲେ ଯେ, “ଦକ୍ଷିଣ ଆଫ୍ରିକା ଠାରୁ ବିଜୟ ପରେ ଦଳ ବର୍ତ୍ତମାନ ସେମିଫାଇନାଲ ଦୈଡରେ ନିଜର ସ୍ଥିତିକୁ ବଜାୟୀ ରଖିପାରିଥିବାବେଳେ ଆଗାମୀ ସମସ୍ତ ମ୍ୟାଚରେ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବ । ମୁଁ ଖେଳାଳୀଙ୍କୁ ଏହା ମଧ୍ୟ ବୁଝାଉଛି ଯେ, ‘ଏହା କେବଳ ଗୋଟିଏ ମ୍ୟାଚ ଥିଲା । ଆମେ ଆଗକୁ ଭଲ ଖେଳିବା ।’”
ପ୍ରକାଶ ଥାଉକି, ପାକିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି ମ୍ୟାଚରୁ ୨ଟିରେ ବିଜୟ କରିପାରିଥିବାବେଳେ ପଏଣ୍ଟ ତାଲିକାରେ ସେ ବର୍ତ୍ତମାନ ୭ମ ସ୍ଥାନରେ ରହିଛି ।


Share It

Comments are closed.