ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ନଖେଳି ମଧ୍ୟ ଏହି ଆଧାରରେ ଫାଇନାଲ ପହଞ୍ଚିପାରେ ଭାରତ


ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଅଛି । ତେବେ ଚଳିତ ବିଶ୍ୱ କପରେ ନ୍ୟୁଜିଲାଣ୍ଡ ସହ ଏହା ଭାରତର ପ୍ରଥମ ମ୍ୟାଚ ଥିବାବେଳେ ପୂର୍ବ ମ୍ୟାଚଟି ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ।
ଆଜି ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚରେ ବର୍ଷା ପୁଣିଥରେ ବାଧା ସୃଷ୍ଟି କରିପାରେ ବୋଲି ଆକଳନ କରାଯାଇଛି । ତେବେ ଆଇସିସି ପକ୍ଷରୁ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇଥିବାବେଳେ ଯଦି ଆଜିର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଏ ତେବେ ମ୍ୟାଚଟି ୧୦ ଜୁଲାଇ (ବୁଧବାର ଦିନ)ରେ ଖେଳାଯିବାର ବ୍ୟବସ୍ଥା ରହିଛି ।
ସବୁଠାରୁ ଚିନ୍ତାର କାରଣ ଏହା ଯେ, ଏଠାରେ ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ଅନେ ସମ୍ଭାବନ ରହିଛି । ଯଦି ସେମିଫାଇନାଲରେ ଏଭଳି ପରସ୍ଥିତି ଉପୁଜେ ତେବେ ଭାରତ ବିଶ୍ୱକପରେ ଅଧିକ ମ୍ୟାଚ ଜିତିବା ଆଧାରରେ ସିଧା ଫାଇନାଲରେ ଏଣ୍ଟ୍ରି ମାରିପାରେ ।
ପ୍ରକାଶ ଥାଉକି ଭାରତ ଲିଗ ରାଉଣ୍ଡରେ ମୋଟ ମ୍ୟାଚ ୯ଟି ମ୍ୟାଚରୁ ୭ଟିରେ ବିଜୟ ଲାଗ କରିୁଥିବାବେଳେ ଗୋଟିଏ ପରାଜୟ ଏବଂ ଅନ୍ୟ ଗୋଟିଏ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ସେହିଭଳି ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ୫ଟିରୁ ବିଜୟ ହାସଲ କରିଥିବାବେଳେ ୩ଟିରେ ପରାଜୟ ଏବଂ ଅନ୍ୟ ଗୋଟିଏ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ।


Share It

Comments are closed.