ଧୋନିଙ୍କୁ କଟାକ୍ଷ କଲେ ପାକିସ୍ତାନୀ ମନ୍ତ୍ରୀ


ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କ ଗ୍ଲୋବସରେ ଲାଗିଥିବା ‘ପାରା ସ୍ପେଶାଲ ଫୋର୍ସ’ର ବଳିଦାନ ଲୋଗୋକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି । ଭାରତୀୟ ସେନା ପ୍ରତି ଧୋନିଙ୍କ କେତେ ଭଲ ପାଇବା ଏବଂ ଏହାର ଅନେକ ଉଦାହରଣ କେତେ ରହିଛି ତାହା ତ ସମସ୍ତେ ଜାଣନ୍ତି ।
ଗତ କାଲି ଆଇସିସି ପକ୍ଷରୁ ଧୋନିଙ୍କ ଗ୍ଲୋବସ୍ରୁ ଏହି ଲୋଗୋ ହଟାଇବା ପାଇଁ ନିବେଦନ କରାଯାଇଥିବା ବେଳେ ଆଜି ପାକିସ୍ତାନର ମନ୍ତ୍ରୀ ‘ଫାୱାଦ ଚୌଦୁରୀ’ ଏହି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟରେ ନିଜ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ‘ଧୋନି ଇଂଲଣ୍ଡକୁ ମ୍ୟାଚ ଖେଳିବା ପାଇଁ ଯାଇଛନ୍ତି ନା କି ମହାଭାରତ ପାଇଁ । ଏବଂ ଭାରତୀୟ ମିଡିଆ ଏକ ମୁର୍ଖତାପୂର୍ଣ୍ଣ କଥାକୁ ନେଇ ଆଲୋଚନା କରୁଛନ୍ତି । ଯଦି ଭାରତୀୟ ମିଡିଆଙ୍କୁ କୌଣସି ବର୍ଗରେ ଯୁଦ୍ଧକୁ ନେଇ ଏତେ ଭଲ ପାଇବା ଅଛି ତେବେ ସେମାନଙ୍କୁ ସିରିଆ, ଆଫଗାନିସ୍ଥାନ ଯିବା ଉଚିତ ।’
ଅନ୍ୟପଟେ ଧୋନିଙ୍କ ଗ୍ଲୋବ୍ସରେ ଲାଗିଥିବା ‘ବଳିଦାନ ଲୋଗୋ’ ସପକ୍ଷରେ ବର୍ତ୍ତମାନ ବସିସିଆଇ ବାହାରିଛି । ବିସିସିଆଇ ଏହି ସଂକ୍ରାନ୍ତରେ ଆଇସିସିକୁ ପତ୍ର ଲେଖିଛି । ବିସିସିଆଇର ପ୍ରଶାସନିକ ସମିତି ଅଧ୍ୟକ୍ଷ ବିନୋଦ ରାୟ ଏହି ସଂପର୍କରେ କହିଛନ୍ତି ଯେ, ‘ଆମେ ଆମ ଖେଳାଳୀଙ୍କ ସହ ଅଛୁ । ଧୋନି ଗ୍ଲୋବ୍ସରେ ଯେଉଁ ଚିହ୍ନ ଅଛି ତାହା କୌଣସି ଧର୍ମର ପ୍ରତୀକ କିମ୍ବା ବ୍ୟବସାୟିକ ନୁହେଁ । ଧୋନିଙ୍କ ଗ୍ଲୋବ୍ସରେ ଏହି ଲୋଗୋ ଲାଗିଥାଉ ବୋଲି ଆମେ ଆଇସିସି ନିକଟରେ ନିବେଦନ କରୁଛୁ ।’


Share It

Comments are closed.