ଟ୍ୱିଟରେ “ମାଇକେଲ ୱାନ”ଙ୍କ ଜବାରର ଏଭଳି ଉତ୍ତର ରଖିଲେ ‘ଗିଲଖ୍ରିଷ୍ଠ’


ଆଇସିସି ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଠାରୁ ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ ପରେ ଏବେ ଦୁଇଟି ଦେଶର ବରିଷ୍ଠ ଖେଳାଳୀଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଠାରୁ ଅଷ୍ଟ୍ରେଲିଆର ପରାଜୟ ପରେ ଇଂଲଣ୍ଡର ପୂର୍ବତ୍ତନ ଅଧିନାୟକ “ମାଇକେଲ ୱାନ” ଅଷ୍ଟ୍ରେଲିଆ ଦଳକୁ ସମାଲୋଚନା କରି ଏକ ଟ୍ୱିଟ କରିଥିଲେ । ସେ ଲେଖିଥିଲେ ଯେ, “ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଖାଲି ପାଦରେ ବୋଲିଂ କରିବାର ଆବଶ୍ୟକତା ଥିଲା ।”
“ମାଇକେଲ ୱାନ”ଙ୍କ ଏହି ଟ୍ୱିଟ ଦେଖି ଅଷ୍ଟ୍ରେଲିଆର ପୂର୍ବତ୍ତନ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ‘ଆଡମ ଗିଲଖ୍ରିଷ୍ଠ’ ରାଗି ଯାଇଥିଲେ । ଏବଂ ଏହା ଜବାବ ଦେଇ କହିଥିଲେ ଯେ, “ଇଡିଏଟ (ମୁର୍ଖ) ।” ଗିଲଖ୍ରିଷ୍ଠଙ୍କ ଏହି ଜବାବକୁ ଅନେକ ୟୁଜର୍ସ ସମର୍ଥନ ମଧ୍ୟ ଜଣାଇଥିଲେ ।


Share It

Comments are closed.