ବିଶ୍ୱକପ ସେମିଫାଇନାଲରେ ପାକିସ୍ତାନକୁ ରୋକିବା ପାଇଁ ଭାରତ ନିଶ୍ଚୟ ପ୍ରୟାସ କରିବ : ‘ବାସିତ ଅଲି’


ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ବର୍ତ୍ତମାନ ରୋମାଞ୍ଚକ ଚରମ ସୀମାରେ ଆସି ପହଞ୍ଚିଗଲାଣି । ପୂର୍ବରୁ ଆଫଗାନିସ୍ଥାନ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଦୈଡରୁ ବାଦ ପଡିଥିବାବେଳେ ଗତ କାଲି ୱେଷ୍ଟଇଣ୍ଡିଜ ମଧ୍ୟ ଏହି ରେସରୁ ବାଦ ପଡିଛି । ଅଷ୍ଟ୍ରେଲିଆ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଥିବା ବେଳେ ଅନ୍ୟପଟେ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିବା ନିଶ୍ଚିନ୍ତ ହୋଇସାରିଛି ।
ସେହିଭଳି ୪ର୍ଥ ସ୍ଥାନ ପାଇଁ ଇଂଲଣ୍ଡ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ଖୁବ ଜୋରସେ ଚାଲିଥିବାବେଳେ ଏହି ମଧ୍ୟରେ ଭାରତ-ଇଂଲଣ୍ଡ ଆଗାମୀ ବିଶ୍ୱକପ ମ୍ୟାଚକୁ ନେଇ ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ‘ବାସିତ ଅଲି’ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ।
ବାସିଦ, ଭାରତ-ଇଂଲଣ୍ଡ ଆଗାମୀ ବିଶ୍ୱକପ ମ୍ୟାଚକୁ ନେଇ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ, “କ୍ରିକେଟ ବର୍ତ୍ତମାନ ଅନିଶ୍ଚତତାର ଖେଳ ହୋଇ ରହି ନାହିଁ କାରଣ ବର୍ତ୍ତମାନ ସବୁ କିଛି ଫିକ୍ସ ହୋଇ ସାରିଛି । ପାକିସ୍ତାନ, ସେମି ଫାଇନାଲ ଖେଳୁ ବୋଲି ଭାରତ କେବେବି ଚାହିଁବ ନାହିଁ । ସେଥିପାଇଁ ଭାରତ ଜାଣିଶୁଣି ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ଠାରୁ ହାରିବା ପାଇଁ ରଣନୀତି ପ୍ରସ୍ତୁତ କରିବ । ”


ପ୍ରକାଶ ଥାଉକି, ପାକିସ୍ତାନକୁ ଯଦି ସେମିଫାଇନାଲ ରେସରେ ରହିବାର ଅଛି, ତେବେ ଦଳକୁ ସମସ୍ତ ମ୍ୟାଚ ଜିତିବାର ଅଛି । ଭାରତର ଆଉ ତିନୋଟି ମ୍ୟାଚ ବାକି ଥିବାବେଳେ ଯଦି ଭାରତ ତିନୋଟିରୁ ଦୁଇଟି ମ୍ୟାଚରେ ପରାଜୟ ବରଣ କରେ ତେବେ ପାକିସ୍ତାନକ ବିଶ୍ୱକପ ଦୈଡରୁ ବାଦ ପଡିବାର ଅନେକ ସମ୍ଭାବନା ରହିଛି ।


Share It

Comments are closed.