ଭାରତକୁ ଲାଗିଲା ବଡ ଝଟକା, ବିଶ୍ୱକପରୁ ବାଦ ପଡିଲେ ଧାୱାନ


ବିଶ୍ୱକପରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଇଣ୍ଡିଆ ଟିମକୁ ଲାଗିଛି ବଡ ଝଟକା । କାରଣ ବିଶ୍ୱକପ ଖେଳିବାରୁ ଦଳରୁ ବାଦ ପଡିଛନ୍ତି ଦୁର୍ଦ୍ଧଷ ବାମ ହାତୀ ଖେଳାଳୀ ଶିଖର ଧାୱାନ । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଶିଖର, ଗୁରୁତର ଭାବେ ହାତ ହୋଇଥିଲେ । ଶିଖରଙ୍କର ବାମ ହାତର ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିବା ସତ୍ତେ୍ୱ ମଧ୍ୟ ସେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ ଏବଂ ଖୁବ ସୁନ୍ଦର ଶତକ ମଧ୍ୟ ହାସଲ କରିଥିଲେ ।
ପ୍ରକାଶ ଥାଉକି, ଶିଖର ରବିବାର ଦିନ ଖେଳାଯାଇଥିବା ମ୍ୟାଚରେ ବ୍ୟାଟିଙ୍ଗ କରୁଥିବା ସମୟରେ ନାଥନ କଲଟରଙ୍କ ବଲରେ ଆହାତ ହୋଇଥିଲେ । ଆଜି ତାଙ୍କ ବାମ ହାତ ସ୍କାନିଙ୍ଗ କରାଯିବା ପରେ ଉକ୍ତ ସ୍ଥାନରେ ହୋଇଥିବା ଆଘାତ ଖୁବ ଗମ୍ଭୀର ଥିବା ଜଣାପଡିଥିଲା ଯାହା ଫଳରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ଉପଦେଶ ଦେଇଛନ୍ତି । ଶିଖରଙ୍କ ହାତରେ ଏହି ଆଘାତ ଯୋଗୁଁ ସେ ବିଶ୍ୱକପ ଖେଳିବାରୁ ବାଦ ପଡିଛନ୍ତି, ଯାହାକି ବର୍ତ୍ତମାନ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ଦଳରେ ଶିଖରଙ୍କ ସ୍ଥାନ କିଏ ପୂରଣ କରିବ ତାହା ବର୍ତ୍ତମାନ ଜଣା ପଡିନଥିବା ବେଳେ ଟିମ ମ୍ୟାନେଜମେଣ୍ଟ ଶିଖରଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ଖେଳାଇବା ପାଇଁ ବିସିସିଅ୍ଧବ ନିକଟରେ ଲବି କରିଛି ।


Share It

Comments are closed.