ଅଭ୍ୟାସ ବେଳେ ଖାଲି ପାଦରେ ପଡିଆକୁ ଓହ୍ଲାଇଲେ ‘କଙ୍ଗାରୁ ଦଳ’


ବିଶ୍ୱକପ ସେମିଫାଇନାଲରେ ଦ୍ୱିତୀୟ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୧୧ ଜୁନରେ ଖେଳାଯିବାକୁ ଥିବାବେଳେ ଏଥିପାଇଁ ଅଷ୍ଟ୍ରେଲିଆ ନିଜ ଅଭ୍ୟାସ ଖୁବ ଜୋରସେ ଆରମ୍ଭ କରିଦେଇଛି । ଏହି ମଧ୍ୟରେ ଏଜବେଷ୍ଟନରେ ଅଷ୍ଟ୍ରେଲିଆ ଦଳ ଅଭ୍ୟାସ କରୁଥିବା ସମୟରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିବା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ ।
ଘଟଣାଟି ଏହା ଯେ, ପଡିଆରେ ସାଧାରଣତଃ ଖେଳାଳୀମାନଙ୍କୁ ଜୋତା ପିନ୍ଧି ଅଭ୍ୟାସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସେମିଫାଇନାଲ ପୂର୍ବରୁ ଅଭ୍ୟାସ ସମୟରେ ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ପଡିଆରେ ଖାଲି ପାଦରେ ଦେଖିବାକୁ ମିଳିଥିଲା ।
କେବଳ ଏତିକି ନୁହେଁ, ଏକା ସାଙ୍ଗେ ସମସ୍ତ ଅଷ୍ଟ୍ରେଲିଆ ଖେଳାଳୀ ଖାଲି ପାଦରେ ଗୋଲ ହୋଇ ପଡିଆ ମଧ୍ୟରେ ବସିବା ସହ ଚତୁଃପାଶ୍ୱର୍ ପରିସ୍ଥିତ ସମୀକ୍ଷା ମଧ୍ୟ କରୁଛନ୍ତି । ଅଷ୍ଟ୍ରେଲିଆ ଖେଳାଳୀଙ୍କୁ ଏଭଳି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହି ଅବସରରେ କୋଚ ‘ଜଷ୍ଟିନ ଲଙ୍ଗର’ କହିଛନ୍ତି ଯେ, ‘ଆମେ ମାନେ ପିଡଆରେ ଆଉଟଫିଲ୍ଡର ସମୀକ୍ଷା କରୁଥିଲୁ ।’
ପ୍ରକାଶ ଥାଉକି ଅଷ୍ଟ୍ରେଲିଆ ବିଶ୍ୱକପରେ ସବୁଠାରୁ ସଫଳ ଟିମ ଥିବାବେଳେ ସେ ୫ ଥର ବିଶ୍ୱକପ ବିଜେତା ଏବଂ ଦୁଇ ଥର ଉପବିଜେତା ମଧ୍ୟ ହୋଇସାରିଛି ।


Share It

Comments are closed.