World Alzheimer’s Day 2020: ଅଲଜାଇମର ରୋଗ କ’ଣ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏହାକୁ ଏଡ଼ାଇବାର ଉପାୟ


ସାରା ବିଶ୍ୱରେ ପ୍ରତିବର୍ଷ ସେପ୍ଟେମ୍ବରରେ ୨୧ ତାରିଖକୁ ବିଶ୍ୱ ଅଲଜାଇମର ଦିବସ (World Alzheimer Day) ଭାବେ
ପାଳନ କରାଯାଏ | ଅଲଜାଇମର ରୋଗ ନାମରେ ଏହି ଦିନ ପାଳନ କରାଯାଏ, ଯାହା ଦ୍ବାରା ଲୋକମାନେ ଏହା ବିଷୟରେ ସଚେତନ ହୋଇପାରିବେ। ଏହି ରୋଗରେ ରୋଗୀ ଜିନିଷ ଭୁଲିଯାଏ | ଯେମିତିକି କିଛି ସ୍ଥାନରେ ଜିନିଷ ରଖିବା ପରେ ଭୁଲିଯିବା, କିଛି ସମୟ ପୂର୍ବରୁ କହିଖିବା କଥା ଭୁଲିଯିବା | କିନ୍ତୁ ଲୋକମାନେ ଏହାକୁ ସାଧାରଣ ବୋଲି ଭାବନ୍ତି |ବୃଦ୍ଧ ଲୋକମାନେ ଏହି ରୋଗରେ ଅଧିକ ସଂକ୍ରମିତ ହୋଇଥାନ୍ତି, କିନ୍ତୁ ଆଜିର ସମୟରେ ଯୁବକମାନେ ମଧ୍ୟ ଏହାର ଶିକାର ହୋଇପଡିଛନ୍ତି। ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ତେବେ ଆସନ୍ତୁ ଜାଣିବା କାହିଁକି ଏହି ରୋଗ ହୁଏ, ଏହାର ଲକ୍ଷଣ ଏବଂ ପ୍ରତିଷେଧକ ବ୍ୟବସ୍ଥା କ’ଣ ..

ବୃଦ୍ଧାବସ୍ଥାରେ ମସ୍ତିଷ୍କ ଟିସୁ ନଷ୍ଟ ହେବା କାରଣରୁ ଏହି ରୋଗ ହୁଏ | ମସ୍ତିଷ୍କରେ ଥିବା ପ୍ରୋଟିନ୍ ଗଠନରେ ବ୍ୟାଘାତ ହେତୁ ଏହି ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ | ଏହା ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ, ଯେଉଁଥିରେ ଜଣେ ବ୍ୟକ୍ତି ଧୀରେ ଧୀରେ ସ୍ମୃତିଶକ୍ତି ହରାଇବା ଆରମ୍ଭ କରନ୍ତି | ଯେତେବେଳେ ଏହି ରୋଗ ବଢ଼ିଯାଇଥାଏ, ସେତେବେଳେ ବ୍ୟକ୍ତି ଲୋକମାନଙ୍କର ଚେହେରାକୁ ମଧ୍ୟ ମନେ ରଖେ ନାହିଁ | ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ମିଳିପାରି ନାହିଁ।

ଅଲଜାଇମର ଲକ୍ଷଣଗୁଡ଼ିକ କ’ଣ?

ରାତିରେ ନିଦ୍ରାହୀନତା, ରଖିଥିବା ଜିନିଷକୁ ବହୁତ ଜଲଦି ଭୁଲିଯିବା,
ଦୃଷ୍ଟି ଶକ୍ତି ହ୍ରାସପାଇବା, ଛୋଟ ଛୋଟ କାମ ସହିତ ଅସୁବିଧା,
ନିଜର ପରିବାର ସଦସ୍ୟଙ୍କୁ ଚିହ୍ନି ନପାରିବା, କିଛି ମନେ ପକାଇବା, ଭାବିବା ଏବଂ ନିଷ୍ପତ୍ତି ନେବା କ୍ଷମତା ଉପରେ ପ୍ରଭାବ ପଡ଼ିବା, ଡିପ୍ରେସନ ଏବଂ ଡରିଯିବା ଆଦି ଲକ୍ଷଣ ଦେଖାଯାଏ ।

ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ସଠିକ ଚିକିତ୍ସା ମିଳିପାରି ନାହିଁ, କିନ୍ତୁ ଆପଣଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରି ଏହି ରୋଗକୁ କିଛି ପରିମାଣରେ ଏଡାଇ ଦିଆଯାଇପାରେ | ଲୋକମାନେ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ଯେଉଁ କାରଣରୁ ଏହି ରୋଗ ବଢ଼ିଥାଏ | ତେଣୁ, ଯଦି ଜଣେ ବ୍ୟକ୍ତିଙ୍କ ଠାରେ ଅଲଜାଇମର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାଯିବା ଉଚିତ୍ |

ଏହି ରୋଗରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରାଯିବା ଉଚିତ୍ | ଲୋକଙ୍କ ସହ ମିଳାମିଶା କରିବା ଉଚିତ୍, ଯେପରି କୌଣସି ପ୍ରକାରର ଡିପ୍ରେସନ ନରୁହେ | ସବୁବେଳେ ଘର ଲୋକଙ୍କ ସହ ସମ୍ପର୍କରେ ରହିବା ଉଚିତ ଯାହା ଦ୍ବାରା ସେମାନଙ୍କର ଚେହେରା ଚିହ୍ନିବାରେ କୌଣସି ଅସୁବିଧା ନହୁଏ | ଯଦି ଆପଣଙ୍କ ଘରେ ଆଗରୁ କେହି ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଆପଣ ଏହାକୁ ଅଧିକ ଧ୍ୟାନ ଦେବା ଉଚିତ୍ | ଲର୍ଣ୍ଣିଙ୍ଗ ପାୱାରକୁ ମଜବୁତ କରିବା ଉଚିତ, ଯେପରିକି ବହି ପଢ଼ିବା, ସାଙ୍ଗ ଏବଂ ପରିବାର ସହିତ ସମୟ ବିତାଇବା ଇତ୍ୟାଦି | ଡିପ୍ରସନ ଠାରୁ ଦୂରରେ ରହିବାକୁ ଆପଣ ଆପଣଙ୍କର ପ୍ରିୟ ସଙ୍ଗୀତ ମଧ୍ୟ ଶୁଣିପାରିବେ |


Share It

Comments are closed.