ଭୁବନେଶ୍ୱରର ୯୧% ବାସିନ୍ଦା ଆସନ୍ତା ୫ ବର୍ଷରେ ଉଚ୍ଚ ସ୍ତରର ଆର୍ଥିକ ଅନିଶ୍ଚିତତା ଆଶଙ୍କା କରୁଛନ୍ତି: ଏବିଏସ୍‌ଏଲ୍‌ଆଇ ଅନିଶ୍ଚିତ ସୂଚୀ ୨୦୨୪


ଭୁବନେଶ୍ୱର: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ (ଏବିଏସ୍‌ଏଲ୍‌ଆଇ) ପକ୍ଷରୁ ଅନିଶ୍ଚିତ ସୂଚୀ ୨୦୨୪ ରିପୋର୍ଟ ଜାରି କରାଯାଇଛି। ଏଥିରେ ଲୋକମାନଙ୍କ ଆର୍ଥିକ ଭାବନା ଏବଂ ସେଥିପାଇଁ ପ୍ରସ୍ତୁତିକୁ ଜାଣିବା ଲାଗି ପ୍ରୟାସ କରାଯାଇଛି। ଆର୍ଥିକ ଅନିଶ୍ଚିତତାର ପରିଚାଳନା ପାଇଁ ଭୁବନେଶ୍ୱରର ସ୍ୱତନ୍ତ୍ର ସ୍ଥିତି ଉପରେ ସେଥିରେ ଆଲୋକପାତ କରାଯାଇଛି। କେତେକ କ୍ଷେତ୍ରରେ ଜାତୀୟ ହାରଠାରୁ ଭୁବନେଶ୍ୱର ଉନ୍ନତ ସ୍ଥିତିରେ ଥିବା ବେଳେ କେତେକ କ୍ଷେତ୍ରରେ ଉନ୍ନତିର ଆବଶ୍ୟକତା ରହିଛି।
ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ଲୋକମାନଙ୍କ ମଧ୍ୟରେ ଆର୍ଥିକ ଆହ୍ୱାନକୁ ନେଇ ବଡ଼ ଧରଣର ସଚେତନତା ରହିଛି। ସର୍ବେକ୍ଷଣରେ ଅଂଶଗ୍ରହଣ କରିିଥିବା ଭୁବନେଶ୍ୱରର ୯୧ ପ୍ରତିଶତ ବାସିନ୍ଦା କହିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ସେମାନେ ଉଚ୍ଚତରର ଆର୍ଥିକ ଅନିଶ୍ଚିତତା ଆଶଙ୍କା କରୁଛନ୍ତି। ଏହା ଜାତୀୟ ହାର ୮୮ ପ୍ରତିଶତଠାରୁ ସାମାନ୍ୟ ଅଧିକ। ଏଥିରୁ ଏହା ଜଣାପଡ଼ୁଛି ଯେ ସହରରେ ସମ୍ଭାବ୍ୟ ଆର୍ଥିକ ଅହ୍ୱାନକୁ ନେଇ ଉଚ୍ଚ ସଚେତନତା ରହିଛି।
ଆର୍ଥିକ ଯୋଜନା ଅଭ୍ୟାସକୁ ନେଇ ଭୁବନେଶ୍ୱରରେ ମିଶ୍ର ପ୍ରତିକ୍ରିୟା ମିଳିଛି। ୫୦ ପ୍ରତିଶତ ଉତରଦାତା କହିଛନ୍ତି ଯେ ଆର୍ଥିକ ଅନିଶ୍ଚିତତାର ମୁକାବିଲା କରିବା ଲାଗି ପ୍ରତି ୧-୨ ବର୍ଷ ମଧ୍ୟରେ ବିଶେଷଜ୍ଞମାନଙ୍କ ପରାମର୍ଶ ଗ୍ରହଣ କରିବା ଜରୁରୀ। ଏକ୍ଷେତ୍ରରେ ଜାତୀୟ ହାର ୩୭ ପ୍ରତିଶତ ଠାରୁ ଭୁବନେଶ୍ୱର ଉନ୍ନତ ସ୍ଥିତିରେ ରହିିଛି। ଭୁବନେଶ୍ୱରର ୨୬ ପ୍ରତିଶତ ବାସିନ୍ଦା ମାସିକ ଆର୍ଥିକ ସମୀକ୍ଷା କରୁଛନ୍ତି ଯାହା ଜାତୀୟ ହାର ୧୫ ପ୍ରତିଶତଠାରୁ ଅଧିକ। ଆର୍ଥିକ ସୁରକ୍ଷା ପାଇଁ ଭୁବନେଶ୍ୱରର ୭୫ ପ୍ରତିଶତ ବାସିନ୍ଦା ବୀମା ପଲିସି କିଣିଛନ୍ତି ଯେଉଁଥିରେ ଜୀବନ ବୀମା ହାର ୮୧ ପ୍ରତିଶତ ରହିିଛି। ଜାତୀୟ ହାର ୬୮ ପ୍ରତିଶତଠାରୁ ଭୁବନେଶ୍ୱର ଉନ୍ନତ ସ୍ଥିତିରେ ରହିଛି।
ସ୍ୱାସ୍ଥ୍ୟ ସମ୍ପର୍କିତ ଅନିଶ୍ଚିତତାର ମୁକାବିଲା ଲାଗି ଭୁବନେଶ୍ୱର ବାସିନ୍ଦାଙ୍କ ସନ୍ତୁଳିତ ଆଭିମୁଖ୍ୟ ରହିଛି। ୬୩ ପ୍ରତିଶତ ଲୋକ ଜଟିଳ ଅସୁସ୍ଥତା ଓ ଆଘାତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଯାହା ଜାତୀୟ ହାର ୬୨ ପ୍ରତିଶତ ପାଖାପାଖି ରହିଛି। ଭୁବନେଶ୍ୱରରେ ମାନସିକ ସ୍ୱାସ୍ଥ୍ୟ ଚିନ୍ତା ଜାତୀୟ ହାର ୫୫ ପ୍ରତିଶତଠାରୁ କମ୍ ଅର୍ଥାତ ୪୯ ପ୍ରତିଶତ ରହିଛି।
ଆର୍ଥିକ ଅନିଶ୍ଚିତତାର ପରିଚାଳନା କରିବା ଲାଗି ଭୁବନେଶ୍ୱର ବାସିନ୍ଦା ବିଭିନ୍ନ ରଣନୀତି କଥା କହିଛନ୍ତି। ୬୯ ପ୍ରତିଶତ ଲୋକ ବନ୍ଧୁ ଓ ପ୍ରିୟଜନଙ୍କ ପରାମର୍ଶ ଲୋଡ଼ୁଛନ୍ତି ଯାହା ଜାତୀୟ ହାର ୬୩ ପ୍ରତିଶତଠାରୁ ଅଧିକ। ସେହିପରି ୪୫ ପ୍ରତିଶତ ଲୋକ ବିଭିନ୍ନ ପସନ୍ଦର କାମରେ ନିୟୋଜିତ ହୋଇଛନ୍ତି। ଏକ୍ଷେତ୍ରରେ ଜାତୀୟ ହାର ୫୫ ପ୍ରତିଶତଠାରୁ ଭୁବନେଶ୍ୱର ଦୁର୍ବଳ ସ୍ଥିତିରେ ରହିଛି।
ସର୍ଭେରୁ ଜଣାପଡ଼ିଛି ଯେ ଭୁବନେଶ୍ୱରର ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ଜରୁରୀକାଳୀନ ସମୟ ସୀମା ଭିତରେ କାମ ଶେଷ କରିବା ଲାଗି ସେମାନଙ୍କ ଉପରେ ଚାପ ରହିଛି ଯାହା ଜାତୀୟ ହାର ୨୬ ପ୍ରତିଶତଠାରୁ ବହୁତ ଅଧିକ। ତେଣୁ ସହରରେ କାର୍ଯ୍ୟ ପରିବେଶରେ ଉନ୍ନତିର ଆବଶ୍ୟକତା ରହିଛି। ଏହି ଆହ୍ୱାନ ସତ୍ୱେ କ୍ୟାରିୟର ସମ୍ଭାବନାକୁ ନେଇ ଭୁବନେଶ୍ୱରବାସୀ ବେଶ ଆଶାବାଦୀ ରହିଛନ୍ତି। ୭୦ ପ୍ରତିଶତ ଲୋକ ନିଜ ବର୍ତମାନ ନିଯୁକ୍ତିର ସ୍ଥିରତାକୁ ନେଇ ନିଶ୍ଚିତ ରହିଛନ୍ତି ଯାହା ଜାତୀୟ ହାର ୬୨ ପ୍ରତିଶତଠାରୁ ଅଧିକ।
ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ଭୁବନେଶ୍ୱର ବାସିନ୍ଦା ବୀମା ସୁରକ୍ଷା ଓ ଆର୍ଥିକ ବିଶେଷଜ୍ଞଙ୍କ ପରାମର୍ଶ ନେବାରେ ଉତମ ପ୍ରଦର୍ଶନ କରିଛନ୍ତି। କିନ୍ତୁ ନିୟମିତ ଆର୍ଥିକ ଯୋଜନା ଓ କର୍ମ-ଜୀବନରେ ଉନ୍ନତିର ଆବଶ୍ୟକତା ରହିଛି। ଆଥଇର୍କ ଅନିଶ୍ଚିତତାକୁ ଦୂର କରିବାରେ ଭୁବନେଶ୍ୱର ସ୍ୱତନ୍ତ୍ର ସ୍ଥିତିକୁ ଏହା ଜଣାଉଛି। ଲୋକମାନଙ୍କୁ ସେବା ପ୍ରଦାନ କରିବା ଲାଗି ନୀତି ନିର୍ଧାରକ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି।


Share It

Comments are closed.