କ୍ୟାନ୍ସରକୁ ହରାଇଦେଲେ ହେଲେ ଆକ୍ସନ ସିନ କରିପାରିବେନି ସଞ୍ଜୟ !


ବଲିଉଡ୍‌ର ମୁନ୍ନା ଭାଇ ସଞ୍ଜୟ ଦତ୍ତ କ୍ୟାନସରରୁ ଠିକ ହେବା ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । ଯଦିଓ ସେ କ୍ୟାନସରରୁ ସୁସ୍ଥ ହୋଇଛନ୍ତି ହେଲେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି ବୋଲି ଡାକ୍ତର କହିଛନ୍ତି । ଫଳରେ ଏବେ ସେ ସବୁ ପ୍ରକାର ସିନ୍ ଶୁଟିଂ କରିପାରିବେ ନାହିଁ ବୋଲି ଜଣାପଡିଛି । ବିଶେଷ ଭାବେ ସଞ୍ଜୟ ଆକ୍ସନ ସିନ୍ କରିପାରିବେ ନାହିଁ ବୋଲି ଜଣାପଡିଛି ।

ଏକ ନ୍ୟୁଜ ପୋର୍ଟାଲର ରିପୋର୍ଟ ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ପୃଥ୍ୱିରାଜ ଓ କେଏଫ୍‌ଜି୨ରେ କିଛି ପରିବର୍ତ୍ତନ କରାଯାଉଛି । ପ୍ରଥମରୁ ସଞ୍ଜୟଙ୍କର ଏଥିରେ ଆକ୍ସନ ସିନ୍ ଥିଲା । ହେଲେ ଏବେ ସେ ସାମାନ୍ୟ ଦୁର୍ବଳ ଅନୁଭବ କରୁଥିବାରୁ ଏହି ଆକ୍ସନ ସିନ୍‌ରେ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ଫିଲ୍ମ ନିର୍ମାତାଙ୍କ ମତରେ ପ୍ରଥମେ ଜଣେ କଳାକାରଙ୍କ ସ୍ୱାସ୍ଥ୍ୟ ଉପରେ ଆମେ ଧ୍ୟାନ ଦେବା ଦରକାର । ଯେହେତୁ ସଞ୍ଜୟ ନିକଟରେ କ୍ୟାନସରରୁ ସୁସ୍ଥ ହୋଇଛନ୍ତି ଆଉ ଏପର୍ଯ୍ୟନ୍ତ ସେ ଦୁର୍ବଳ ଅନୁଭବ କରୁଛନ୍ତି ତେଣୁ ତାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଆମେ ଫିଲ୍ମରେ କିଛି ପରିବର୍ତ୍ତନ ପାଇଁ ଚିନ୍ତା କରୁଛୁ ।


Share It

Comments are closed.