ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲାଗି ସେହେର୍ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଓମେନ୍ ଏଟଂରପ୍ରେନ୍ୟୁଅରସିପ୍ ପ୍ଲାଟଫର୍ମ ପକ୍ଷରୁ ଟ୍ରାନ୍ସୟୁନିୟନ୍ ସିବିଲ୍ ସହ ସହଯୋଗିତା


ଭୁବନେଶ୍ୱର: ଭାରତର ମହିଳା ଉଦ୍ୟୋଗୀମାନଙ୍କୁ ଆର୍ଥିକ ସାକ୍ଷରତା ଓ ବ୍ୟବସାୟ ଦକ୍ଷତା ଜରିଆରେ ସଶକ୍ତ କରି ସେମାନଙ୍କୁ ଆର୍ଥିକ ଉପକରଣ ହାସଲ କରିବାରେ ସହାୟତା କରିବା ଲାଗି ଓମେନ୍ ଏଂଟରପ୍ରେନ୍ୟୁଅରସିପ୍ ପ୍ଲାଟଫର୍ମ (ଡବ୍ଲୁଇପି) ଓ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ସେହେର ନାମକ ଏକ ଋଣ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ନିତି ଆୟୋଗରେ ଇନ୍‌କୁବେସନ ହୋଇଥିବା ଏକ ଘରୋଇ ସରକାରୀ ସହଭାଗିତା ପ୍ଲାଟଫର୍ମ ହେଉଛି ଓମେନ୍ ଏଂଟରପ୍ରେନ୍ୟୁଅରସିପ୍ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ହେଉଛି ଭାରତରେ ମହିଳା ଉଦ୍ୟୋଗୀଙ୍କୁ ସକ୍ଷମ କରିବା । ଏହି କାର୍ଯ୍ୟକ୍ରମ ହେଉଛି ଡବ୍ଲୁଇପିର ଫାଇନାନ୍ସିଂ ଓମେନ୍ କୋଲାବୋରେଟିଭ୍‌ର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ମହିଳା ଉଦ୍ୟୋଗାମନଙ୍କ ପାଖରେ ଫାଇନାନ୍ସ ପହଂଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ।
ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗ (ଡିଏଫ୍‌ଏସ୍‌)ର ନିର୍ଦେଶକ (ଆର୍ôଥକ ଅନ୍ତର୍ଭୁକ୍ତୀକରଣ) ଜିତେନ୍ଦ୍ର ସତୀଙ୍କ ଉପସ୍ଥିତିରେ ଓମେନ୍ ଏଂଟରପ୍ରେନ୍ୟୁଅରସିପ୍ ପ୍ଲାଟଫର୍ମ (ଡବ୍ଲ୍ୟୁଇପି)ର ମିଶନ ନିର୍ଦ୍ଦେଶକ ତଥା ନୀତି ଆୟୋଗର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଆନ୍ନା ରାୟ ସେହେର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନ୍ (ଆଇବିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହେଟ୍ଟା; ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ନୀରଜ ନିଗମ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ମର୍ସି ଏପାଓ ଏବଂ ଟ୍ରାନ୍ସୟୁନିୟନ ସିବିଆଇଏଲର ଏମଡି ଏବଂ ସିଇଓ ଶ୍ରୀ ରାଜେଶ କୁମାର ଉପସ୍ଥିତ ଥିଲେ ।
ଡବ୍ଲ୍ୟୁଇପିର ମିଶନ ନିର୍ଦ୍ଦେଶକ ତଥା ନୀତି ଆୟୋଗର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ ଆନ୍ନା ରୟ କହିଛନ୍ତି ଯେ, “ଆର୍ôଥକ ସଚେତନତାର ଅଭାବକୁ ପ୍ରାୟତଃ ଏମଏସଏମଇ ବିକାଶ ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ଭାବରେ ଦର୍ଶାଯାଏ ଯାହା ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଉଚ୍ଚ ପ’୍ରାଥମିକତା ବିଭାଗ ଅଟେ । ବ୍ୟବସାୟ ଅଭିବୃଦ୍ଧି ପାଇଁ ଠିକ୍ ସମୟରେ ଏବଂ ଉନ୍ନତ ଅର୍ଥ ଉପଲବ୍ଧ କରାଇବା ପାଇଁ ଉଦ୍ୟୋଗୀମାନେ ସେମାନଙ୍କର ସିବିଲ୍ ରାଙ୍କ୍ ଏବଂ ବାଣିଜ୍ୟିକ କ୍ରେଡିଟ୍ ରିପୋର୍ଟ ସମେତ ଫାଇନାନ୍ସର ସମସ୍ତ ଦିଗ ଉପରେ ଜ୍ଞାନ ହାସଲ କରିବା ଆବଶ୍ୟକ । ଡବ୍ଲ୍ୟୁଇପିର ଉଦ୍ଦେଶ୍ୟ ହେଉଛି ମହିଳା ଉଦ୍ୟୋଗୀମାନଙ୍କୁ ସୂଚନା ଅସମାନତାକୁ ଦୂର କରି ସଶକ୍ତ କରିବା ଏବଂ ଉଦ୍ୟୋଗ ପ୍ରୋତ୍ସାହନ, ଆର୍ôଥକ ସୁବିଧା, ବଜାର ସଂଯୋଗ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ, ପରାମର୍ଶ ଏବଂ ନେଟୱାର୍କିଂ ଏବଂ ବ୍ୟବସାୟ ବିକାଶ ସେବାର ଉପଲବ୍ଧତା ଭଳି ବିଭିନ୍ନ ସ୍ତମ୍ଭରେ ସହାୟତା ପ୍ରଦାନ କରିବା ।’’
ଟ୍ରାନ୍ସୟୁନିୟନ ସିବିଏଲର ଏମଡି ଏବଂ ସିଇଓ ରାଜେଶ କୁମାର କହିଛନ୍ତି ଯେ, “ସାମାଜିକ-ଅର୍ଥନୈତିକ ବର୍ଗ, ବୟସ ବର୍ଗ ଏବଂ ଭୌଗୋଳିକ ସ୍ଥାନରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ନିଆରା ପଦକ୍ଷେପରେ ଟ୍ରାନ୍ସୟୁନିୟନ ସିବିଲ୍ ଓମେନ୍ ଏଂଟରପ୍ରେନ୍ୟୁପ୍ସିପ୍ ପ୍ଲାଟଫର୍ମ ସହିତ ଭାଗିଦାରୀ କରି ଗର୍ବ ଅନୁଭବ କରୁଛି । ବ୍ୟବସାୟ ଅଭିବୃଦ୍ଧି ସିଧାସଳଖ ଋଣ ହାସଲ, ଋଣ ସଚେତନତା ଏବଂ ଆର୍ôଥକ ସାକ୍ଷରତା ଉପରେ ନିର୍ଭର କରୁଛି । ଆମେ ଆର୍ôଥକ ଜ୍ଞାନର ପ୍ରଚାର ପ୍ରସାର କରିବା ଏବଂ ମହିଳା ଉଦ୍ୟୋଗୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲକ୍ଷ୍ୟ ରଖିଛୁ ଯାହାଦ୍ୱାରା ସେମାନେ ନିରନ୍ତର ଅଭିବୃଦ୍ଧି ହାସଲ କରିବା ପାଇଁ ସେମାନଙ୍କ ବ୍ୟବସାୟକୁ ସଫଳତାର ସହ ପରିଚାଳନା କରିପାରିବେ । ଏହି କାର୍ଯ୍ୟକ୍ରମ ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟକୁ ସମର୍ଥନ କରିବାରେ ସହାୟକ ହେବ କାରଣ ଅଧିକରୁ ଅଧିକ ମହିଳା ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ଏବଂ ଲାଭଜନକ ଭାବରେ ବୃଦ୍ଧି କରିବା ପାଇଁ ସଶକ୍ତ ହେବେ ।”


Share It

Comments are closed.