କେଶରେ ରଙ୍ଗ ଲଗାଇବା ହେଲା କାଳ, ଅଳ୍ପକେ ବର୍ତ୍ତିଲେ ମହିଳା


ସାଧାରଣତଃ ମହିଳାମାନେ କେଶକୁ ନେଇ ଅଧିକ ଯତ୍ନଶୀଳ ହୋଇଥାନ୍ତି । ଯେଉଁଥିରେ କେଶର ରଙ୍ଗ ମଧ୍ୟ ଅଧିକ ଗୁରୁତ୍ୱ ବହନ କରିଥାଏ । ଆଜିକାଲିର ପରିବେଶରେ ଖୁବ କମ ବୟସରୁ କେଶ ଧଳା ହୋଇଯାଉଥିବାବେଳେ ଏଥିନେଇ ମହିଳାମାନେ ଅଧିକ ଚିନ୍ତିତ ରହୁଛନ୍ତି । ଏହାର ସମାଧାନ କରିବାକୁଯାଇ ମହିଳାମାନ ଅନେକ ଗୁଡିଏ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ବେଳେବେଳେ ଏହା ଏତେ ଘାତକ ହୋଇଥାଏ ଯେ ଉକ୍ତ ପ୍ରସାଧାନ ଗୁଡିକ ମୁଖର ସୌନ୍ଦଯ୍ୟକୁ ବିକୃତ କରିଦେଇଥାଏ ।
ଆଜ୍ଞା ହଁ ଏହା କୌଣସି ମନ ଗଢା କାହାଣୀ ନୁହେଁ କାରଣ ଏଭଳି ଏକ ସତ୍ୟ ଘଟଣା ଫ୍ରାନ୍ସରେ ଘଟିଛି, ଯେଉଁଥିରେ ଉକ୍ତ ମହିଳା ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ।

ପ୍ରକାଶ ଥାଉକି ଉକ୍ତ ମହିଳା ଜଣକ କେଶକୁ ସୁନ୍ଦର କରିବା ପାଇଁ ନିଜ କେଶରେ କିଛି ପ୍ରସାଧାନ ଦ୍ରବ୍ୟ ଲଗାଇଥିଲେ । କିନ୍ତୁ ଉକ୍ତ ଦ୍ରବ୍ୟକୁ ଲଗାଇଲା ପରେ ତାଙ୍କ ସହ ଯାହା ଘଟିଲା କେହି ସେ ଭାବିବିନଥିଲେ ।
ମହିଳା ଜଣକ ଉକ୍ତ ପ୍ରସାଧାନ ଦ୍ରବ୍ୟ ନିଜ କେଶରେ ଲଗାଇବା ପରେ ତାଙ୍କ କେଶ ମୂଳ ଜୋରସେ କୁଣ୍ଡାଇ ହେଲା । ଏହା ପରେ ତାଙ୍କ ମୁଣ୍ଡ ଫୁଲି ବଲ ଭଳି ହୋଇଗଲା ଏବଂ ଏହା ସହ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ବାଧା ଉପୁଜିଲା ।

ପ୍ୟାରିସରେ ରହୁଥିବା ଏହି ମହିଳା ଜଣକ ସ୍ଥାନୀୟ ବଜାରରୁ ଏହି ଜିନିଷ କ୍ରୟ କରିଥିଲେ । ସେ ଏହାକୁ ମୁଣ୍ଡରେ ଲଗାଇବା ପୂର୍ବରୁ ଆଲର୍ଜି ଟେଷ୍ଟ ମଧ୍ୟ କରିଥିଲେ । ଏହା ପରେ ସେ ଉକ୍ତ ପ୍ରସାଧାନ ଦ୍ରବ୍ୟକୁ ମୁଣ୍ଡରେ ଲଗାଇଥିଲେ । ଯାହାର କିଛି ସମୟ ପରେ ତାଙ୍କ କେଶ ମୂଳରେ ବହୁତ ଜୋରସେ କଣ୍ଡାଇ ଆରମ୍ଭ ହୋଇଯାଇଥିଲା । ପରଦିନ ସେ ଯେତେବେଳେ ଶୋଇ କରି ଉଠିଥିଲେ ତାଙ୍କୁ ମୁହଁ ଦୁଇ ଗୁଣା (୬୩ ସେମି)ଫୁଲିଯାଇଥିଲା ।
ଏହା ପରେ ତାଙ୍କ ଘର ଲୋକ ତୁରନ୍ତ ମେଡିକାଲ ନେଇଯାଇଥିଲେ । ମେଡିକାଲରେ ମହଜୁଦ ଥିବା ଡାକ୍ତରଙ୍କ ତତ୍କାଳୀନ ଚିତ୍କିସା ଯୋଗୁ ତାଙ୍କ ଜୀବନ ବଞ୍ôଚପାରିଥିବାବେଳେ ଏବେ ପର୍ଯ୍ୟନ୍ତ ତାଙ୍କ ମୁହଁରେ କ୍ଷତ ଯାଇନାହିଁ ।
ଡାକ୍ତରଙ୍କ କହିବା ମୁତାବକ, ମହିଳା ଜଣକ ବ୍ୟବହାର କରୁଥିବା ପ୍ରସାଧାନ ଦ୍ରବ୍ୟରେ ପିପିଡି ଭଳି ମାରାତ୍ମକ କେମିକାଲ ଥିବା ଯୋଗୁଁ ଏହି ଘଟଣାଟି ଘଟିଥିଲା ।


Share It

Comments are closed.