ମହିଳାଙ୍କୁ ବିଚ ରାସ୍ତାରେ ମାଡ ମାରି ଅମାନବିକତାର ପରିଚୟ ଦେଲେ କଂଗ୍ରେସ ନେତାଙ୍କ ଭାଇ


ପଞ୍ଜାବର ମୁକ୍ତସର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ମହିଳାଙ୍କୁ ଅତି ନର୍ଦୟ ଭାବରେ ମାଡ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ କଂଗ୍ରେସ ନେତାଙ୍କ ଭାଇ ଏବଂ ତାଙ୍କ ସମର୍ଥକମାନେ ଏକ ମହିଳାଙ୍କୁ ଅତି ନିର୍ଦୟ ଭାବରେ ମାଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ ଯୁବକଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଉକ୍ତ କଂଗ୍ରେସ ନେତାଙ୍କ ଭାଇଙ୍କ ଠାରୁ କିଛି ଟଙ୍କା କରଜ ଆକାରରେ ନେଇଥିଲେ । ଯାହାକୁ ସେ ସୁଜି ନପାରିବାରୁ ତାଙ୍କୁ କଂଗ୍ରେସ ନେତାଙ୍କ ଭାଇ ଏବଂ ସମର୍ଥକ ମାନେ ମିଶି ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଏହି ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଅଟେ । ଏବଂ ଆମେ ଏହି ଘଟଣାରେ ୬ ଜଣଙ୍କୁ ଗିରିଫ କରିଛୁ ।”
ଏହି ଭିଡିଓକୁ ଦେଖିଲେ ଅତ୍ୟନ୍ତ ଦୁଃଖ ମଧ୍ୟ ଲାଗିବ । ପ୍ରଥମତଃ କେତେକ ଯୁବକ ମିଶି ମହିଳାଙ୍କର ବାଳକୁ ଟାଣି ତାଙ୍କୁ ଘରୁ ବାହାର କରିଥିଲେ ଏବଂ ବିଚ ରାସ୍ତାର ଅତି ନିର୍ଦୟ ଭାବରେ ତାଙ୍କୁ ଅକର୍ତିତ ମାଡ ମାରିବାରେ ଲାଗିଥିଲେ । ଯାହା ଫଳରେ ମହିଳା ଜଣକ ଉକ୍ତ ଗୋଷ୍ଠୀ ସମୁଦାୟ ବ୍ୟକ୍ତିଙ୍କ ମାଡରେ ଲହୁଲୁହାଣ ହୋଇପଡିଥିଲେ ।


Share It

Comments are closed.