ପୁଣିଥରେ ବିଜେପିକୁ କଡା ସମାଲୋଚନା କଲା ଶିବସେନା


ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ବଡ ପରାଜୟ ପରେ ଏନେଇ ଶିବସେନା ବିଜେପିକୁ କଡା ସମାଲୋଚନା କରିଛି । ଶିବସେନା, ବିଜେପିକୁ ସମାଲୋଚନା କରି କହିଛି ଯେ, “ବିଜେପି, କଂଗ୍ରେସ ମୁକ୍ତ ଭାରତ ଘୋଷଣା କରୁଥିବାବେଳେ ନିଜେ ହିଁ ସେହି ପାଶରେ ପଶି ଯାଇଛି । କାରଣ ବର୍ତ୍ତମାନ ଭାରତ କଂଗ୍ରେସ ମୁକ୍ତ ହେବା ବଦଳରେ ବିଜେପି ମୁକ୍ତ ହେବାକୁ ବସିଲାଣି । ”
ପ୍ରକାଶ ଥାଉକି, ଝାଡଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ଅନେକ ବରିଷ୍ଠ ନେତା ଏବଂ ମନ୍ତ୍ରୀଗଣ ସେଠାରେ ହାଇଭୋଲଟେଜ ପ୍ରଚାର କରିବା ସତ୍ତେ୍ୱ ମଧ୍ୟ ବିଜେପି ପରାଜୟ ବରଣ କରିଥିଲା । ୨୦୧୮ରେ ଦେଶର ୭୫ ପ୍ରତିଶତ ରାଜ୍ୟରେ ବିଜେପି ଶାସନ ଡୋରିରି ଥିବାବେଳେ ବର୍ତ୍ତମାନ ଏହା ୩୦ରୁ ୩୫ ପ୍ରତିଶତକୁ ଖସି ଆସିଛି ।
ବିଜେପିକୁ ସମାଲୋଚନା କରି ଶିବସେନା ଆହୁରୀ ମଧ୍ୟ କହିଛି ଯେ, ଶାହା ରାଜ୍ୟରେ ନିର୍ବାଚନୀ ପ୍ରଚାର ସମୟରେ ହିନ୍ଦୁ ମସଲିମ ମଧ୍ୟରେ ମତଭେଦ ସୃଷ୍ଟି କରିବା ଲାଗି ଭାଷଣ ଦେଇଥିଲେ ମଧ୍ୟ ତାଙ୍କର କୌଣସ ଫର୍ମୁଲା ସେଠାରେ କାମ କରିନଥିଲା ।


Share It

Comments are closed.