ଦେଶରେ ହ୍ରାସ ପାଉଛି ସଂକ୍ରମଣ, ଗତ ୨୪ଘଂଟାରେ ୩୦,୫୪୮ ନୂଆ ଆକ୍ରାନ୍ତ ଚିହ୍ନଟ


ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ଗତକିଛି ଦିନ ମଧ୍ୟରେ ସବୁଠାରୁ ବଡ଼ଧରଣର ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗଚ ୨୪ଘଣ୍ଟାରେ ଦେଶରେ ୩୦,୫୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୪୧,୧୦୦ଜଣ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୨ଲକ୍ଷ ପାର୍‌ ହୋଇସାରିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୩୦୫୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୫ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୮,୪୫,୧୨୭ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୮୨,୪୯,୫୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ୪୩,୮୫୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଭାଇରସରେ ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି ।

ଦେଶରେ କରୋନାରେ ବର୍ତ୍ତମାନ ୪,୬୫,୪୭୮ଟି ଆକ୍ଟିଭ୍‌ କେସ୍‌ ରହିଛି । ଗତ ୨୪ଘଣ୍ଟାରେ ଏହି ସଂଖ୍ୟାରେ ୧୩,୭୩୮କମ ଆସିଛି । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୩୦,୦୭୦ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି ।


Share It

Comments are closed.