ରାଜ୍ୟରେ ୧୯୩୧ ନୂଆ ଆକ୍ରାନ୍ତ ଚିହ୍ନଟ


ଓଡ଼ିଶାରେ କରୋନା ସ୍ଥିତି ଧୀରେ ଧୀରେ ଆୟତ୍ତକୁ ଆସୁଛି । ନୂଆ ମାମଲାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହେଉଛି। ସୁସ୍ଥ ସଂଖ୍ୟା ବଢ଼ି ଚାଲିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୨୦ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୮୧୧ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୪୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୦୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୫୨୧୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୧୫୯୩୯୪ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।


Share It

Comments are closed.