Winter Solstice 2020: ବର୍ଷର ସବୁଠାରୁ ଛୋଟ ଦିନ ଆଜି, ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ


୨୧ ଡିସେମ୍ବର ୨୦୨୦ ହେଉଛି ବର୍ଷର ସବୁଠାରୁ ଛୋଟ ଦିନ ଏବଂ ଲମ୍ବା ରାତି | ଏହି ଖଗୋଲୀୟ ଘଟଣାକୁ ଶୀତକାଳୀନ ସଲଷ୍ଟାଇସ୍ (Winter solstice) କୁହାଯାଏ | ଏହି ଦିନ ସୂର୍ଯ୍ୟ କର୍କଟ ରେଖାରୁ ମକର ରେଖା ଆଡ଼କୁ ଉତରାୟଣରୁ ଦକ୍ଷୀଣାୟନ ଆଡ଼କୁ ପ୍ରବେଶ କରନ୍ତି | ଏହା ହେଉଛି ସେହି ସମୟ ଯେତେବେଳେ ସୂର୍ଯ୍ୟ କିରଣ ପୃଥିବୀରେ ଖୁବ୍ କମ୍ ସମୟ ରହିଥାଏ | ସୂର୍ଯ୍ୟଙ୍କ ଉପସ୍ଥିତି ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଏବଂ ଏହା ଅସ୍ତ ହେବା ପରେ ଏହା ରାତି ପ୍ରାୟ ୧୬ ଘଣ୍ଟା ରହିଥାଏ |

ଥଣ୍ଡା ବୃଦ୍ଧି ପାଇବ- Winter solstice ପରେ, ଥଣ୍ଡା ଯଥେଷ୍ଟ ବୃଦ୍ଧି ପାଇଥାଏ | ଏହି ଘଟଣା ପରେ ଚନ୍ଦ୍ରର ଆଲୋକ ପୃଥିବୀରେ ଦୀର୍ଘ ସମୟ ରହିବାକୁ ଲାଗିଥାଏ | ଯେତେବେଳେ କି ସୂର୍ଯ୍ୟ ଏହାର ଆଲୋକ ପୃଥିବୀ ଉପରେ ଖୁବ୍ କମ୍ ସମୟ ପାଇଁ ପ୍ରକାଶନ କରିଥାଏ | ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ପ୍ରକୃତ ସମୟ ମଧ୍ୟ ସମୟ ଜୋନ ଏବଂ ଭୌଗୋଳିକ ଅବସ୍ଥାନ ଉପରେ ନିର୍ଭର କରେ |

Winter solstice ର ବୈଜ୍ଞାନିକ କାରଣ – Winter solstice ହେଉଛି କାରଣ ପୃଥିବୀ ଏହାର ଘୂର୍ଣ୍ଣନ ଅକ୍ଷରେ ପ୍ରାୟ ୨୩.୫ ଡ଼ିଗ୍ରୀ ଝୁଙ୍କି ରହିଥାଏ ଏବଂ ଝୁଙ୍କିବା ହେତୁ ପ୍ରତ୍ୟେକ ଗୋଲାର୍ଦ୍ଧରେ ବର୍ଷସାରା ବିଭିନ୍ନ ପରିମାଣର ସୂର୍ଯ୍ୟ କିରଣ ମିଳିଥାଏ |

ପ୍ରକାଶଥାଉ ଯେ ଡିସେମ୍ବର Winter solstice ଦିନ, ଯେତେବେଳେ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କିରଣ ଇକ୍ୟୁଏଟରର ବା ଭୁମଧ୍ୟ ଦକ୍ଷିଣ ପାର୍ଶ୍ୱରେ ଥିବା ମକର ରେଖା ସହିତ ପହଂଚିଚିଥାଏ ସେତେବେଳେ ଏହାକୁ ଉତ୍ତର ଗୋଲାର୍ଦ୍ଧରେ ଡିସେମ୍ବର ସଂକ୍ରାନ୍ତି ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଜୁନ୍ ସଂକ୍ରାନ୍ତି ଭାବରେ ଜଣାଶୁଣା |

Summer solstice-Winter solstice ବିପରୀତ ୨୦ ରୁ ୨୩ ଜୁନ୍ ମଧ୍ୟରେ ସମର ସଲିଷ୍ଟାଇସ ପାଳନ କରାଯାଏ | ଏହା ବର୍ଷର ସବୁଠାରୁ ଲମ୍ବା ଦିନ ଏବଂ ସବୁଠାରୁ ଛୋଟ ରାତି ହୋଇଥାଏ | ସେହିଭଳି, ୨୧ ମାର୍ଚ୍ଚ ଏବଂ ୨୩ ସେପ୍ଟେମ୍ବରରେ ଦିନରାତି ସମାନ ରହିଥାଏ ।


Share It

Comments are closed.