‘ପଠାନ’ ଫିଲ୍ମରେ ପୁଣି ଏକାଠି ନଜର ଆସିବେ ଶାହାରୁଖ ଏବଂ ସଲମାନ


ବଲିଉଡ଼ର ବାଦସାହ ଶାହରୁଖ ଖାନ ଓ ବଲିଉଡର ଭାଇଜାନ ସଲମାନ ଖାନ୍ କିପରି ଗୋଟିଏ ପରଦାରେ ଏକାଠି ନଜର ଆସିବେ ତାହା ଦର୍ଶକମାନଙ୍କର ସବୁବେଳେ ଆଗ୍ରହ ରହିଥାଏ। ପୂର୍ବରୁ ଶାହାରୁଖଙ୍କ ଚଳଚ୍ଚିତ୍ର ‘କୁଛ୍ କୁଛ୍ ହୋତା ହୈ’ ଓ ‘ଓମ୍ ଶାନ୍ତି ଓମ୍’ରେ ସଲାମାନ୍ ଅତିଥି କଳାକାର ଭାବେ ଅଭିନୟ କରିଥିବା ନଜର ଆସିଥିଲେ। ସେହିପରି ସଲ୍‌ମାନ୍‌ଙ୍କ ଫିଲ୍ମ ‘ହର୍ ଦିଲ୍ ଜୋ ପ୍ୟାର କରେଗା’ ଓ ‘ଟ୍ୟୁବଲାଇଟ୍‌’ରେ ଶାହାରୁଖଙ୍କୁ ଦେଖିବାକୁ ମିଳିଥିଲା। ଶେଷଥର ପାଇଁ ଗତ ୨୦୧୮ ଡିସେମ୍ବର ମାସରେ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଉଭୟଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା। ଏହି ସିନେମା ପରେ ଉଭୟଙ୍କୁ ଏକତ୍ର ଦର୍ଶକମାନେ ଆଉ ବଡ଼ ପରଦାରେ ଦେଖିବାକୁ ପାଇ ନାହାନ୍ତି। ତେବେ ଏବେ ଖବର ଆସିଛି ଯେ, ଶାହରୁଖ ଖାନଙ୍କ ପରବର୍ତ୍ତି ଚଳଚ୍ଚିତ୍ରରେ ଉଭୟ ଏକାଠି ନଜର ଆସିବେ। ଯାହାକୁ ନେଇ ଦର୍ଶକମାନେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି।


Share It

Comments are closed.