‘ସିଡବ୍ଲୁସି’ ବୈଠକକୁ ନେଇ କଂଗ୍ରେସରେ ଝଡ


ଆଜି  କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ  ଅନୁଷ୍ଠିତ ହେଉଛି। ଏହି ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା କଂଗ୍ରେସ ନେତାମାନେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ ରାଗି ଯାଇ ଟ୍ୱିଟ କରିଛନ୍ତି।
ଶିବଲ ଟ୍ୱିଟ କରି ଲେଖିଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ ବୋଲି ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି। ମୁଁ କଂଗ୍ରେସ ଦଳରେ ବହୁ ଦିନରୁ ରହିଆସିଛି। ଗତ ୩୦ ବର୍ଷ ମଧ୍ୟରେ ମୁଁ କୌଣସି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିକୁ ସୁହାଇବା ଭଳି କୌଣସି ବିବୃତ୍ତି ଦେଇ ନାହିଁ। ତଥାପି କୁହାଯାଉଛି ଯେ, ଆମେ ଭାରତୀୟ ଜନତା ପାର୍ଟି ସହିତ ଅଛୁ।

ଏହା ବ୍ୟତୀତ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ ଯଦି ସେ କୌଣସି ପ୍ରକାରେ ବିଜେପିରେ ମିଶିଥିବାର ଜଣାପଡେ ତେବେ ଦଳରୁ ତୁରନ୍ତ ଇସ୍ତଫା ଦେବେ। କଂଗ୍ରେସ ଦଳକୁ ମଜଭୂତ କରିବା ଚିଠି ଲେଖିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। କଂଗ୍ରେସ  କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ପଦ ଉଚ୍ଛେଦ କରାଯାଉ ଏବଂ ଏହା ବଦଳରେ ‘ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ’ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଉ ବୋଲି  ଦଳର ୨୩ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ; ସେମାନଙ୍କ ମଧ୍ୟରେ କପିଲ ଶିବଲ ଏବଂ ଗୁଲାମ ନବୀ ଆଜାଦ ରହିଥିଲେ।


Share It

Comments are closed.