ଗାଙ୍ଗୁଲୀ ବିଜେପିରେ ଯୋଗ ଦେବାର ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଶାହା


ଭାରତୀୟ ଦଳର ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲୀ, ପୁଣି ଥରେ ବିଜେପିରେ ଯୋଗ ଦେବାର ଖବରକୁ ନେଇ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଗଲାଣି । ବିସିସିଆଇ ସଭାପତି ପଦବୀ ପାଇଁ ଗାଙ୍ଗୁଲୀଙ୍କ ନାମ ଚୟନ ହେବା ପରେ ଏହି ଖବର ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ଶୁଣିବାକୁ ଏହା ମିଳୁଛି ଯେ, ଗାଙ୍ଗୁଲୀଙ୍କୁ ସଭାପତି କରିବା ପଛରେ ଅମିତ ଶାହାଙ୍କ ପ୍ରମୁଖ ଭୂମିକା ରହିଥିବାବେଳେ ଅନ୍ୟ ଶାହା ଭିତ୍ତିହୀନ ବୋଲି କହିଛନ୍ତି । ଶାହା ଏକ ଗଣମାଧ୍ୟମ ଚ୍ୟାନେଲକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି “ବିସିସିଆଇ, ସଭାପତି କିଏ ହେବ ତାହା ମୁଁ ନିର୍ଣ୍ଣୟ କରୁ ନାହିଁ ।”

ଗାଙ୍ଗୁଲୀଙ୍କ ସହ ତାଙ୍କ ସାକ୍ଷାତ କରିବାର ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ସୌରଭ ତାଙ୍କ ସହ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ । ସେ ମୋ ପାଖକୁ ଆସି ପାରନ୍ତି । କାରଣ ମୁଁ ଦୀର୍ଘ ହେବ କ୍ରିକେଟ ସହ ଯୋଡି ହୋଇ ରହିଛି । ” ତେବେ ବଙ୍ଗଳାରେ ୨୦୨୧ ନିର୍ବାଚନ ପୂର୍ବରୁ ଗାଙ୍ଗୁଲୀ ବିଜେପିରେ ଯୋଗ ଦେବା ପାଇଁ ହୋଇଥିବା ଚୁକ୍ତି ସଂପର୍କରେ ଶାହା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଏହା ସଂପୂର୍ଣ୍ଣ ମିଥ୍ୟା । ଗାଙ୍ଗୁଲୀଙ୍କ ସହ ଏଭଳି କୌଣସି ଚୁକ୍ତି କିମ୍ବା କଥାବାର୍ତ୍ତା ହୋଇ ନାହିଁ । ଏହା ସୌରଭଙ୍କ ବିରୋଧରେ ବେକାର ଚର୍ଚ୍ଚା ଅଟେ । ”

ଏହା ସହ ଶାହା ଆହୁରୀ ମଧ୍ୟ କହିଛନ୍ତି ଯେ, “ ଯଦି ଏଭଳି ହୁଏ ତେବେ ଅତି ଉତ୍ତମ ଅଟେ କିନ୍ତୁ ଏଭଳି କୌଣସି ଚୁକ୍ତି ହୋଇ ନାହିଁ । ”\nଶାହା କହିଛନ୍ତି ଯେ, “ମୁଁ ଦେଶର ସମସ୍ତ ନାଗରିକଙ୍କୁ କହିବାକୁ ଚାହିଁଛି ଯେ, ବିଜେପି ଏକ ଭଲ ଦଳ ଅଟେ ଏବଂ ଏଥିରେ ଯୋଗ ଦିଅନ୍ତୁ ।” ପ୍ରକାଶ ଥାଉକି, ଗାଙ୍ଗୁଲୀ ରାଜନୀତିରେ ଯୋଗ ଦେବାର ଖବର ସର୍ବଦା ଲାଗି ରହିଥାଏ । ବିଜେପି ୨୦୧୬ରେ ଗାଙ୍ଗୁଲୀଙ୍କୁ ନିର୍ବାଚନ ଲଢିବା ପାଇଁ ଅଫର ଦେଇଥିବାବେଳେ ଏହା ସହ ଦଳ ତାଙ୍କୁ ନିଜ ଇଚ୍ଛା ମୁତାବକ ଆସନରେ ଲଢିବା ପାଇଁ ଅଫର ମଧ୍ୟ ପ୍ରଦାନ କରିଥିଲା ।


Share It

Comments are closed.