ଠକାମି ଅଭିଯୋଗରେ ‘ସୋନାକ୍ଷୀ’ଙ୍କ ବିରୋଧରେ ରୁଜୁ ହେବ ମାମଲା


ଦବଙ୍ଗ ଗାର୍ଲ ‘ସୋନାକ୍ଷୀ ସିହ୍ନା’ ଏବଂ ତାଙ୍କ ସହ ଯୋଡି ହୋଇଥିବା ଦୁଇଟି ଇଭେଣ୍ଟ କମ୍ପାନୀଙ୍କ ବିରୋଧରେ ଠକେଇ କରିବାର ଅଭିଯୋଗ ଆସିଛି, ଯାହାକୁ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଯାଇଛି । ଏଥିପାଇଁ ସିଓ ଯାଞ୍ଚ ପ୍ରକ୍ରିୟାରେ ସମସ୍ତଙ୍କ ବିରୋଧରେ ଠକାମି ଅଭିଯୋଗ ଦାୟର କରିବା ପାଇଁ ଆଦେଶ ଦିଆଯାଇଛି । ଏହାପରେ ଏସଏସପି କାର୍ଯ୍ୟାଳୟରୁ ଆଦେଶ ଆସିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।
ପ୍ରକାଶ ଥାଉକି ଏହି ପ୍ରକ୍ରିୟାର ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସିଓ ଦୁଇ ମାସରୁ ଅଧିକ ସମୟ ବିତାଇ ସାରିଲେଣି । ପୋଲିସ ସେହି ସମୟରେ ତତ୍ପରତା ପ୍ରକାଶ କଲା ଯେଉଁ ସମୟରେ ଆୟୋଜକ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା ।
ତେବେ ମିଳିଥିବା ସୂଚନା ମୁତାବକ, ଆୟୋଜକ ‘ପ୍ରମୋଦ ଶର୍ମା’ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସୋନାକ୍ଷୀ ସିହ୍ନା ଏବଂ ତାଙ୍କ କମ୍ପାନୀର ଅଧିକାରୀଙ୍କୁ ୨୪ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଏହା ପରେ ତାଙ୍କ ଇଭେଣ୍ଟ କମ୍ପାନୀ ଟଙ୍କା ନେଇ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଆସିନଥିଲେ ।
ଯାହାକୁ ନେଇ ଉକ୍ତ ଆୟୋଜକ ଜଣକଙ୍କୁ କମ୍ପାନୀ ପକ୍ଷରୁ ସମସ୍ତ ଟଙ୍କା ଫେରସ୍ତ କରାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । କିନ୍ତୁ ପରେ କମ୍ପାନୀ ଆଉ ଧରା ଛୁଆଁ ଦେଇନଥିଲା । ଏହା ପରେ ଉକ୍ତ ଆୟୋଜକ ଜଣକ ବିଷ ପିଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ସିଓ ‘କଟଘର’ ସୋନକ୍ଷିଙ୍କ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ସମସ୍ତ ପ୍ରମାଣ ପୋଲିସକୁ ଦେବା ସତ୍ତେ୍ୱ ମଧ୍ୟ ପୋଲିସ ବର୍ତ୍ତମାନ ସୁଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ । ଯେଉଁଥିପାଇଁ ପୋଲିସ କାର୍ଯ୍ୟନୁଷ୍ଠାନରେ ଆୟୋଜିକ ଜଣକ ସନ୍ତୁଷ୍ଟ ନହୋଇ ଏହିଭଳି ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରିଥିଲେ ।


Share It

Comments are closed.