ସାଙ୍ଗଙ୍କ ସହ ନାଚିବାକୁ ମନା କରିଦେବା ପରେ ସ୍ତ୍ରୀକୁ ଅତି ନିଷ୍ଠର ଭାବେ ମାରିଲା ସ୍ୱାମୀ, ଦେଖନ୍ତୁ ଭିଡିଓ


ପାକିସ୍ତାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନିଷ୍ଠୁର ସ୍ୱାମୀ ତା’ ସ୍ତ୍ରୀ ସହ ଏଭଳି ବ୍ୟବହାର କରିଛି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଉକ୍ତ ସ୍ୱାମୀ ଜଣକ ଚାହୁଁଥିଲେ ଯେ, ତାଙ୍କ ସ୍ତ୍ରୀ ସାଙ୍ଗମାନଙ୍କ ସହ ମିଶି ପାର୍ଟିରେ ଡ୍ୟାନ୍ସ କରନ୍ତୁ କିନ୍ତୁ ସେ ଏଭଳି ନକରିବାକୁ ମନା କରିଦେବା ହେତୁ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀକୁ ବେଲ୍ଟ କାଢି ଅତି ନିଷ୍ଠୁର ଭାବେ ମାରିବା ସହ ତାଙ୍କ ପୋଷାକ ଖୋଲି ନଣ୍ଡା ମଧ୍ୟ କରିଦେଇଥିଲେ ।
କେବଳ ଏତିକି ନୁହେଁ ସେ ତାଙ୍କ ସ୍ତ୍ରୀଙ୍କୁ ପଙ୍ଖାରେ ଟାଙ୍ଗୀ ହତ୍ୟା କରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳୀରେ ପହଞ୍ଚି ଉକ୍ତ ଯୁବକ ଜଣଙ୍କୁ ଗିରଫ କରିବା ସହ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ମଧ୍ୟ ନେଇଛି ।

ଏହି ମହିଳା ଜଣକଙ୍କର ନାମ ହେଲା ‘ଉଷ୍ମା ଅଜିଜ’ । ଯିଏକି ପାକିସ୍ଥାନର ଲେହୋରରେ ବସବାସ କରନ୍ତି । ଉଷ୍ମା ସହିତ ଘଟିଥିବା ଘଟଣାବଳୀର ସମ୍ପୂର୍ଣ୍ଣ ତଥ୍ୟ ସେ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଲାଣି ।
ଉଷ୍ମା ଏହି ଭିଡିଓରେ କହିଛନ୍ତି ଯେ, “ମୋ ସ୍ୱାମୀ ଏବଂ ତାଙ୍କ ସାଙ୍ଗମାନେ ସେତେବେଳେ ରାଗିଗଲେ ଯେତେବଳେ ମୁଁ ସେମାନଙ୍କ ସହ ନାଚିବା ପାଇଁ ସ୍ପଷ୍ଟ ମନା କରିଦେଲି । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ “ମୁଁ ନାଚିବା ପାଇଁ ମନା କରିଦେବା ହେତୁ ମୋ ସ୍ୱାମୀ ଅତି ନିଷ୍ଠର ଭାବେ ମୋତେ ମାରିଥିଲେ ଏବଂ ଏହା ସହ ସାଙ୍ଗମାନଙ୍କ ସାମନାରେ ମୋ ପୋଷାକ ଖୋଲି ମୋତେ ନଣ୍ଡା ମଧ୍ୟ କରିଥିଲେ । ”
ମିଳିଥିବା ସୂଚନା ମୁତାବକ ତାଙ୍କ ସ୍ୱାମୀଙ୍କ ନାମ ଫୈଜଲ ଥିବାବେଳେ ଉଭୟ ଚାରି ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛି ।


Share It

Comments are closed.