ଫେବୃଆରୀ ୧୪ରେ କାହିଁକି ପାଳନ କରାଯାଏ ଭାଲେନ୍‌ଟାଇନ୍ସ ଡେ’?


ଦେଶ ଓ ଦୁନିଆର ବିଭିନ୍ନ ଅଂଶରେ ଆଜି ଅର୍ଥାତ୍ ଫେବୃଆରୀ ୧୪ ତାରିଖରେ ଭାଲେନ୍‌ଟାଇନ୍ସ ଡେ’ ପାଳନ କରାଯାଉଛି । ଏହାକୁ ପ୍ରେମର ଦିନ ବୋଲି କୁହାଯାଇଥାଏ । ଭାଲେନ୍‌ଟାଇନ୍ସ ଡେ’ରେ ଲୋକେ ନିଜ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ଲାଗି ବିଭିନ୍ନ ପ୍ରକାରର ଗିଫ୍ଟ ଓ ସର୍‌ପ୍ରାଇଜ୍ ଦେଇଥାନ୍ତି । ଆପଣ ନିଜ ସାଥୀଙ୍କୁ କେତେ ଭଲ ପାଉଛନ୍ତି ତାହା ଜଣାଇବା ଲାଗି ଏହି ଦିନଟି ସବୁଠାରୁ ବେଷ୍ଟ ହୋଇଥାଏ । ତେବେ ଭାଲେନ୍‌ଟାଇନ୍ସ ଡେ’ କାହିଁକି ଓ କେବେଠାରୁ ପାଳନ କରାଯାଉଛି ଆପଣ ଜାଣିଛନ୍ତି କି?
‘ଆରିଆ ଅଫ୍ ଜ୍ୟାକୋବସ୍ ଡି ୱାରାଜିନ୍‌’ ନାମକ ଏକ ପୁସ୍ତକ ଅନୁଯାୟୀ, ରୋମ୍‌ର ଜଣେ ପାଦ୍ରୀ ଥିଲେ ସନ୍ଥ ଭାଲେନ୍‌ଟାଇନ୍‌, ଯିଏକି ବିଶ୍ୱରେ ଭଲ ପାଇବା ଓ ପ୍ରେମକୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ ରଖୁଥିଲେ । ତାଙ୍କ ପାଇଁ ପ୍ରେମ ହିଁ ଜୀବନ ଥିଲା । କିନ୍ତୁ ରୋମ୍‌ର ଜଣେ ରାଜା କ୍ଲାଡିଅସ୍‌ଙ୍କୁ ତାଙ୍କର ଏହି କଥା ପସନ୍ଦ ନଥିଲା । ରାଜାଙ୍କୁ ଲାଗୁଥିଲା ପ୍ରେମ ଓ ବିବାହ ଯୋଗୁ ପୁରୁଷଙ୍କ ବୁଦ୍ଧି ଓ ଶକ୍ତିର ବିନାଶ ଘଟିଥାଏ । ଏହି କାରଣରୁ ତାଙ୍କ ରାଜ୍ୟରେ ସୈନିକ ଓ ଅଧିକାରୀମାନେ ବିବାହ କରିପାରୁନଥିଲେ । କିନ୍ତୁ ସନ୍ଥ ଭାଲେନ୍‌ଟାଇନ୍ ରାଜା କ୍ଲାଡିଅସ୍‌ଙ୍କ ଏହି ଆଦେଶକୁ ବିରୋଧ କରିଥିଲେ ଓ ରୋମ୍‌ର ଲୋକମାନଙ୍କୁ ପ୍ରେମ ଓ ବିବାହ ପାଇଁ ପ୍ରେରିତ କରୁଥିଲେ । ସେ ଅନେକ ଅଧିକାରୀ ଓ ସୈନିକଙ୍କ ବିବାହ ମଧ୍ୟ କରାଇଥିଲେ । ଏହାକୁ ନେଇ ରାଜା ଖୁବ୍ ରାଗିଯାଇଥିଲେ ଏବଂ ସନ୍ଥ ଭାଲେନ୍‌ଟାଇନ୍‌ଙ୍କୁ ୧୪ ଫେବୃଆରୀ ୨୬୯ ମସିହାରେ ପାଶୀ ଖୁଂଟରେ ଝୁଲାଇ ଦେଇଥିଲେ । ସେହିଦିନ ଠାରୁ ପ୍ରତିବର୍ଷ ଫେବୃଆରୀ ୧୪ ତାରିଖକୁ ‘ପ୍ରେମର ଦିବସ’ ରୂପେ ପାଳନ କରାଯାଇଆସୁଛି । କୁହାଯାଏ ଯେ, ସନ୍ଥ ଭାଲେନ୍‌ଟାଇନନ୍ ନିଜ ମୃତ୍ୟୁ ସମୟରେ ଜେଲର୍‌ଙ୍କ ଅନ୍ଧୁଣୀ ଝିଅ ଜ୍ୟାକୋବସ୍‌ଙ୍କୁ ନିଜ ଆଖି ଦାନ କରିଥିଲେ । ଭାଲେନ୍‌ଟାଇନ୍‌, ଜ୍ୟାକୋବସ୍‌ଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ, ଯାହାର ଶେଷରେ ସେ ଲେଖିଥିଲେ “ତୁମର ଭାଲେନଟାଇନ୍‌” ।


Share It

Comments are closed.