ଭୋଜନ ପରେ ଗାଧୋଇବା କାହିଁକି କ୍ଷତିକାରକ ଜାଣନ୍ତୁ


କିଛି ଲୋକ ଭୋଜନ ପୂର୍ବରୁ କିମ୍ବା ପରେ ଗାଧୋଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣ ମଧ୍ୟ ଏପରି କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଶରୀର ପାଇଁ ଏହା ଜରୁରୀ ଅଟେ କି ଆପଣ ଭୋଜନ ପୂର୍ବରୁ ଏବଂ ପରେ କ’ଣ କରନ୍ତି । କିଛି ଲୋକ ପାଣି ବିନା ଭୋଜନ ଆରମ୍ଭ କରନ୍ତି ନାହିଁ । କିଛି ଲୋକ ଖାଇବା ପରେ ଗୋଧୋଇବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଖାଇବା ପରେ ଗାଧୋଇବା ପସନ୍ଦ କରନ୍ତି ତେବେ ସତର୍କ ହୋଇଯାଆନ୍ତୁ କାରଣ ଏପରି କରିବା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ ।
ଯେତେବେଳେ ଆପଣ ଖାଦ୍ୟ ଖାଇଥାନ୍ତି ସେତେବେଳେ ପାଚନ କ୍ରିୟାକୁ ତ୍ୱରାନିତ କରିବାପାଇଁ ପେଟର ଚାରିଆଡ଼େ ରକ୍ତ ସଞ୍ଚାଳନ ବଢ଼ିଯାଇଥାଏ । କିନ୍ତୁ ଭୋଜନ ପରେ ଗାଧୋଇବା ଦ୍ୱାରା ଏହି ପାଚନ ପ୍ରକ୍ରିୟା ମନ୍ଥର ହୋଇଯାଇଥାଏ । କାରଣ ଗାଧୋଇବା ଦ୍ୱାରା ରକ୍ତ ସଞ୍ଚାଳନ ଧୀର ହୋଇଯାଇଥାଏ ଯଦ୍ୱାରା ପାଚନ ପ୍ରକ୍ରିୟା ଧୀର ହୋଇଯାଏ । ଆୟୁର୍ବେଦ ମଧ୍ୟ ଏହି ମତ ଦେଇଥାଏ ।
ଆୟୁର୍ବେଦ ଅନୁଯାୟୀ ଆମ ଶରୀରର ଅଗ୍ନୀତତ୍ତ୍ୱ ପାଚନ ଦାୟୀତ୍ୱ ବହନ କରିଥାଏ । ଯେତେବେଳେ ଆମେ ଖାଦ୍ୟ ଖାଇଥାଉ ସେହି ସମୟରେ ଆମ ଶରୀରରେ ଅଗ୍ନୀତତ୍ତ୍ୱ ସକ୍ରିୟ ହୋଇଯାଇଥାଏ । ଯଦ୍ୱାରା ଆମ ଶଣୀରରେ ରକ୍ତ ସଞ୍ଚାଳନ ବଢ଼ିଯାଏ ଏବଂ ଯେତେବେଳେ ଆମେ ଗଧୋଇବା ସମୟରେ ଶରୀରର ତାପମାତ୍ରା ନିମ୍ନସ୍ତରକୁ ଚାଲିଯାଇଥାଏ । ଏରୁ ଆମ ପାଚନ କ୍ରିୟା ଧୀର ହୋଇଯାଇଥାଏ ।
କେତକ ବିଶେଷଜ୍ଞ ମତ ଦେଇଥାନ୍ତି ଯେ ଗାଧୋଇବା ପରେ ପହଁରିବା ଯୋଗୁଁ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ । ଯଦ୍ୱାରା ଅକ୍ସିଜେନର ଅଭାବ କାରଣରୁ ପେଟରେ ‘କ୍ରୈଂପ୍ସ’ ହୋଇପାରେ । ଭୋଜନ ପରେ ତୁରନ୍ତ ଗଧୋଇବା ଦ୍ୱାରା ମଧ୍ୟ ‘କ୍ରୈଂପ୍ସ’ ହୋଇପାରେ । ଭୋଜନର ଠିକ ପରେ ଗାଧୋଇବା ଦ୍ୱାରା ଛାତିରେ ଜ୍ୱଳନ, ମୋଟାପଣ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଏଣୁ ଭୋଜନର ଅଧଘଣ୍ଟା ପରେ ହିଁ ଗାଧୋଇବା ଦରକାର । କିନ୍ତୁ ଆୟୁର୍ବେଦ ମତଅନୁସାରେ ଭୋଜନର ଅତିକମରେ ଦୁଇଘଣ୍ଟା ପରେ ଗାଧୋଇବା ଦରକାର ।


Share It

Comments are closed.