କିପରି ହୋଇଥିଲା ସ୍ୱାମୀ ବିବେକାନ୍ଦଙ୍କ ମୃତ୍ୟୁ, ଜାଣନ୍ତୁ ଏହା ପଛର ରହସ୍ୟ


ସ୍ୱାମୀ ବିବେକାନ୍ଦଙ୍କ ଭଳି ପବିତ୍ର ଆତ୍ମା ଏକ ସ୍ୱତନ୍ତ୍ର କାରଣ ପାଇଁ ଏହି ଧରାପୃଷ୍ଠକୁ ଅବତରଣ କରିଥିଲେ (ଠିକ ଯେମିତି ଭଗବାନ ଶ୍ରୀକୃଷ୍ଣ ଭାଗବତରେ କହିଥିଲେ) ଏବଂ ଥରେ ଲକ୍ଷ୍ୟ ହାସଲ ହୋଇଯିବା ପରେ ସେ ବୟସ ପ୍ରତି ମୋହ ତ୍ୟାଗ କରି ଏହି ଦୁନିଆରୁ ବିଦାୟ ନେଇଥିଲେ । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ “ଶରୀର ନିଜ ମଧ୍ୟରେ ଏକ ବ୍ୟାଧି” । ଏବଂ ଯେବେ ମନୁଷ୍ୟ ଶରୀରର ଲକ୍ଷ ଶରୀର-ମସ୍ତିଷ୍କରୁ ଦୂର ଯାଇ ଇଶ୍ୱରଙ୍କ ଅନୁଭବ ହୋଇଥାଏ, ତେବେ ଗୋଟିଏ ଥର ଲକ୍ଷ୍ୟ ହାସଲ ହୋଇଯିବା ପରେ ଏହି ଶରୀରରେ ରହିବାର ଆବଶ୍ୟକତା କଣ ?
ତେବେ ସ୍ୱାମୀ ବିବେକାନନ୍ଦଙ୍କ ମହାସମାଧିକୁ ନେଇ ଅନେକ କାରଣ ରହିଛି । ସ୍ୱାମୀ ବିବେକାନନ୍ଦଙ୍କ ମୃତ୍ୟୁ ଜୁଲାଇ ୪, ୧୯୦୨ ମସିହାରେ ହୋଇଥିଲା । ସେ ସବୁବେଳେ କହୁଥିଲେ ଯେ ସେ ୪୦ ବର୍ଷ ପର୍ଯ୍ୟନ୍ତ ଜିବୀତ ରହିବେ ନାହିଁ । ସେ ଇଚ୍ଛା ମୃତ୍ୟୁର ବରଦାନ ପାଇଥିଲେ । ତାଙ୍କୁ ୩୯ ବର୍ଷ ୫ ମାସ ହୋଇଥିବାବେଳେ ସେ ନିଜର ଦେହ ତ୍ୟାଗ କରିଥିଲେ ଏବଂ ଏପର୍ଯ୍ୟନ୍ତ ନିଜର ସମସ୍ତ ଉଦ୍ଦେଶ୍ୟ ପୁରଣ ମଧ୍ୟ କରିସାରିଥିଲେ ।
ନିଜ ମୃତ୍ୟୁଦିନ ବିବେକାନନ୍ଦ ଶୀଘ୍ର ଶେଯ ତ୍ୟାଗ କରି ବେଲୁର ମଠକୁ ଯାଇ ତିନିଘଣ୍ଟା ପର୍ଯ୍ୟନ୍ତ ଧ୍ୟାନ କରିଥିଲେ । ସେ ଶିଷ୍ୟମାନଙ୍କୁ ଶୁକ୍ଳ-ଯର୍ଜୁ-ବେଦ, ସଂସ୍କୃତ ବ୍ୟାକରଣ ଏବଂ ଯୋଗର ଦର୍ଶନ ଶିଖାଇଥିଲେ । ତାପରେ ସହଯୋଗୀ ମାନଙ୍କ ସହ ରାମକୃଷ୍ଣ ମଠରେ ଗୋଟିଏ ଯୋଜନାବଦ୍ଧ ବୌଦ୍ଧିକ ମହାବିଦ୍ୟାଳୟ ବିଷୟରେ ଚର୍ଚ୍ଚା କରିଥିଲେ । ସଂନ୍ଧ୍ୟା ୭ଟା ସମୟରେ ବ୍ୟଥିତ ନ ହେବା ପାଇଁ କହି ବିବେକାନନ୍ଦ ତାଙ୍କ କକ୍ଷକୁ ଗଲେ ଏବଂ ସେହି ଦିନ ରାତି ୯.୨୦ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କ ଶିଷ୍ୟମାନଙ୍କ କହିବା ଅନୁଯାୟୀ ତାଙ୍କର ମହାସମାଧି ହୋଇଥିଲା । ତାଙ୍କର ମସ୍ତିଷ୍କରେ ରକ୍ତ ବାହିକାଙ୍କର କ୍ଷତି ତାଙ୍କ ମୃତ୍ୟୁର ସମ୍ଭାବ୍ୟ କାରଣ ବୋଲି କୁହାଯାଇଥାଏ । ଶିଷ୍ୟମାନଙ୍କ ଅନୁଯାୟୀ ଏହା ତାଙ୍କର ବ୍ରହ୍ମାରନ୍ଧ୍ର (ତାଙ୍କ ମସ୍ତିଷ୍କରେ ମୁକୁଟରେ ଗୋଟିଏ ଉଦଘାଟନ)କାରଣରୁ ହୋଇଥିଲା, ଯେବେ ତାଙ୍କୁ ମହାସମାଧି ପ୍ରାପ୍ତ ହୋଇଥିଲା । ବିବେକାନନ୍ଦ ନିଜର ଭବିଷ୍ୟବାଣୀ ପୁରା କରିଲେ ଯେ ସେ ୪୦ବର୍ଷ ପର୍ଯ୍ୟନ୍ତ ରହିବେ ନାହିଁ । ବେଲୁରରେ ଗଙ୍ଗାକୂଳରେ ଗୋଟିଏ ଚନ୍ଦନ ଚିତାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ଯାହାର ଠିକ ବିପରୀତରେ ୧୬ ବର୍ଷ ପୂର୍ବେ ରାମକ୍ରିଷ୍ଣଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।


Share It

Comments are closed.