କଳା ବିଲେଇ ରାସ୍ତା ପାସ କଲେ କ’ଣ ସତରେ ଅଶୁଭ, ଜାଣନ୍ତୁ ଏହା ପଛର କାରଣ


ଅନେକ ଥର ଆପଣ ଗୁରୁଜନଙ୍କ ଠାରୁ ଶୁଣିଥିବେ ଯେ, ଯଦି କଳା ବିଲେଇ ଆପଣଙ୍କ ରାସ୍ତା ପାସ କରି ପଳାଏ ତେବେ ଭୁଲରେ ବି ଆଗକୁ ବଢିବା କଥା ନୁହେଁ । ଯଦିଓ ଏହାକୁ ଅନ୍ଦବିଶ୍ୱାସ ବୋଲି ଧରାଯାଏ ତଥାପି ମଧ୍ୟ ଏହା ପଛରେ ଏକ ବଡ କାରଣ ଲୁଚି ରହିଛି ବୋଲି କୁହାଯାଏ । ସେହିଭଳି ଅନେକ ଲୋକେ ଏହାକୁ ଅଶୁଭ ବୋଲି ବିଶ୍ୱାସ କରୁଥିଲେ ମଧ୍ୟ ଆଉ କେତେକ ଏହା ଉପରେ ଧ୍ୟାନ ନଦେଇ ଆଗକୁ ବଢିଯାନ୍ତି । କିନ୍ତୁ ଏହା ଉକ୍ତ ବ୍ୟକ୍ତି ବିଶେଷଙ୍କର ଚିନ୍ତାଧାରା ଏବଂ ବିଶ୍ୱାସ ଉପରେ ନିର୍ଭର କରେ ସେ ତାଙ୍କ ଜୀବନରେ ଭବିଷ୍ୟତରେ କ’ଣ କରିବେ ଏବଂ କ’ଣ ନାହିଁ । ଆଜି ଆମେ ଏହି ବିଶ୍ୱାସ ସହ ଜଡିତ ଥିବା କିଛି ଖାସ କାରଣ ସଂପର୍କରେ ଆପଣଙ୍କ ଜଣାଇବୁ ଯାହାକୁ ଆପଣ ବୋଧେ ହୁଏ ଜାଣିନଥିବେ ।
ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅଧିନରେ କଳା ରଙ୍ଗକୁ ଶନି ଦେବଙ୍କ ରଙ୍ଗ ବୋଲି ବିଶ୍ୱାସ କରାଯାଏ । ସେପଟେ ବିଲେଇକୁ ରାହୁଙ୍କ ବାହାନ କୁହାଯାଏ । ଏଥିପାଇଁ ଯଦି ସାମନାରେ କଳା ବିଲେଇ ଦେଖାଯାଏ ତେବେ ରାହୁ ଏବଂ ଶନି ଦେବଙ୍କ ପ୍ରକୋପ ପଡିବ ବୋଲି ଏହା ଧରି ନିଆଯାଏ । ସେପଟେ ଆଜି କାଲି ବିଲେଇ ରାସ୍ତା ପାର କରିବା ପରେ ଅନେକ ନିଜ ଯାତ୍ରା କିଛି ମୂହୂର୍ତ୍ତ ପାଇଁ ସ୍ଥଗିତ ରଖି ଦିଅନ୍ତି । ଏହି ପ୍ରଥା ଏବଂ ବିଶ୍ୱାସ ବର୍ତ୍ତମାନ ନୁହେଁ ଅନେକ ବର୍ଷ ଧରି ଏହା ଚାଲି ଆସୁଛି ।
ବଳଦ ଗାଡି ସହ ଯୋଡି ହୋଇଥିବା ବିଶ୍ୱାସ
ପୁରୁଣା ସମୟରେ ଲୋକମାନେ ବଳଦ ଗାଡିରେ ଯିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା । ବର୍ତ୍ତମାନ ସମୟରେ କାର ଏବଂ ବାଇକ ଭଳି ବିକଳ୍ପ ସେହି ସମୟରେ ନଥିଲା । ପ୍ରକାଶ ଥାଉକି ବଳଦ ଗାଡିଟି ଚାଲୁଥିବା ସମୟରେ ସାମନାରେ ଯଦି କୌଣସି ବିଲେଇ ପଳେଇ ଆସୁଥିଲା ସେତେବେଲେ ବଳଦଟି ଡରିଯାଇ ରାସ୍ତାରେ ଅଟକି ଯାଇ ଉତ୍ତେଜିତ ହୋଇପଡୁଥିଲା । ବଳଦଟି ଉତ୍ତେଜିତ ହୋଇପଡିବା ଫଳରେ ସେଥିରେ ବସିଥିବା ଯାତ୍ରୀ ଗୁରୁତର ଆହାତ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ସେଥିପାଇଁ ଗାଡି ଚାଳକ ରହି ପ୍ରଥମେ ବଳଦଟିକୁ ଶାନ୍ତ କରେ ତା’ପରେ ଆଗକୁ ବଢେ । ଏଥି ପାଇଁ ସମୟ କିଛି ସମୟ ଲାଗେ ।


Share It

Comments are closed.