ଏହି କାରଣରୁ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଜାପାନିଜ ମାନେ ଅଧିକ ସୁସ୍ଥ ଏବଂ ଦୀର୍ଘାୟୂ ହୋଇଥାନ୍ତି, ଜାଣନ୍ତୁ


ଜାପାନର ଲୋକମାନେ ନିଜର ପରିଷ୍କାର ପରିଚ୍ଛନ୍ନତା ଏବଂ ନମ୍ର ବ୍ୟବହାର ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଥାନ୍ତି । କିନ୍ତୁ ଏମାନେ କେବଳ ପରିଷ୍କାର ପରିଚ୍ଛନ୍ନତାରେ ଆଗରେ ନୁହଁନ୍ତି କିନ୍ତୁ ଗୋଟିଏ ସୁସ୍ଥ ଜୀବନଶୈଳୀ କ୍ଷେତ୍ରରେ ମଧ୍ୟ ଏମାନେ ଅନ୍ୟ ଦେଶ ଗୁଡ଼ିକଠାରୁ ଆଗରେ ଅଛନ୍ତି । ଏପରିକି ଏମାନଙ୍କ ଜୀବନକାଳ ମଧ୍ୟ ଅନ୍ୟ ଦେଶ ଗୁଡ଼ିକଠାରୁ ଅଧିକ ହୋଇଥାଏ । ବିଶ୍ୱର ସବୁଠାରୁ ଦୀର୍ଘାୟୁ ମହିଳା ମଧ୍ୟ ଏହି ଜାପାନର ଅଟନ୍ତି ।

ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚାଉଳ କାର୍ଡିଓଭାସ୍କ୍ୟୁଲାର ରୋଗର ଆଶଙ୍କାକୁ କମାଇଥାଏ । ସେମାନେ ଗହମ ତୁଳନାରେ ଭାତ ଖାଇବା ପସନ୍ଦ କରିଥାନ୍ତି । ଜାପାନିଜମାନେ କେବଳ ସେମାନଙ୍କ ଖାଦ୍ୟର ପରିମାଣ ପ୍ରତି ଧ୍ୟାନ ରଖନ୍ତି ନାହିଁ କିନ୍ତୁ ସେମାନଙ୍କର ପ୍ଲେଟର ଆକୃତି ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖନ୍ତି । ଅର୍ଥାତ ସେମାନେ ଖାଦ୍ୟ ଖାଇବା ସମୟରେ ଖୁବ ଛୋଟ ଆକୃତିର ବାସନର ବ୍ୟବହାର କରିଥାନ୍ତି । ଏହାଦ୍ୱାରା ସେମାନେ ଅଧିକ ଖାଦ୍ୟ ଖାଇବା ଠାରୁ ମଧ୍ୟ ଦୂରେଇ ରହିଥାନ୍ତି ।

ଜାପାନିଜମାନେ ଖାଦ୍ୟ ଖାଇବା ସମୟରେ ଟିଭି କିମ୍ବା ମୋବାଇଲ ଦେଖନ୍ତି ନାହିଁ । ଯାହାଦ୍ୱାରା ତାଙ୍କର ପୁରା ଧ୍ୟାନ ନିଜ ଖାଦ୍ୟ ଉପରେ ରହିଥାଏ । ଏପରି କରିବା ଦ୍ୱାରା ସେମାନେ ଓଭରଇଟିଙ୍ଗ ଠାରୁ ଦୂରେଇ ରହିଥାନ୍ତି । ସେମାନେ ଖାଇବା ସମୟରେ ଚପଷ୍ଟିକର ବ୍ୟବହାର କରନ୍ତି । କାରଣ ଚପଷ୍ଟିକରେ ବହୁତ କମ ପରିମାଣର ଖାଦ୍ୟ ଆସିଥାଏ । ତେଣୁ ଖାଇବା ପାଇଁ ଅଧିକ ସମୟ ମଧ୍ୟ ଲାଗିଥାଏ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଖାଇବା ଦ୍ୱାରା ପେଟ ଜଲଦି ପୁରିଯାଇଥାଏ ।

ସେମାନେ ପ୍ରୋସେସଡ ଖାଦ୍ୟ ଖାଆନ୍ତି ନାହିଁ । ସେମାନଙ୍କ ଅଧକାଂଶ ଖାଦ୍ୟରେ ଚାଉଳ, ସବୁଜ ପନିପରିବା, ଫଳ ଏବଂ ଶସ୍ୟଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ରହିଥାଏ । ସେଠାରେ ପିଲାମାନେ ମଧ୍ୟ ଏହିସବୁ ଖାଦ୍ୟ ଖାଇଥାନ୍ତି ଏବଂ ଜଙ୍କଫୁଡଠାରୁ ଦୁରେଇ ରହିଥାନ୍ତି । ପ୍ରୋଟିନ ଏବଂ ପୋଷଣ ବ୍ୟତୀତ ସେମାନେ ନିଜ ଦୈିନିକ ଖାଦ୍ୟରେ ସିଫୁଡ (ସମୁଦ୍ରଜାତ ଖାଦ୍ୟ) ସାମିଲ କରିଛନ୍ତି । ଯାହାକି ଶରୀରକୁ କ୍ରୋନିକ ଡିଜିଜ ଠାରୁ ଦୂରେଇ ରଖିଥାଏ । ସେମାନେ ଫର୍ମେଣ୍ଟେଡ ଫୁଡ ଅଧିକ ପରିମାଣର ଖାଇଥାନ୍ତି ଯାହାକି ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବେଶ ଜଣାଶୁଣା ।

ପୁରା ଦେଶରେ ଗ୍ରୀନ ଟୀ ପିଉଥିବା ଦେଶମାନଙ୍କ ମଧ୍ୟରେ ଜାପାନ ଟପଟେନ ମଧ୍ୟରେ ରହିଛି । ଏଠାର ଅଧିକାଂଶ ଲୋକ ଗ୍ରୀନ ଟୀ ପିଇଥାନ୍ତି । ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ଦିନକୁ ୫ କପ ଗ୍ରୀନ ଟୀ ପିଅନ୍ତି ସେମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ୨୬% କମି ଯାଇଥାଏ ।

ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଦୈନିକ ବ୍ୟାୟାମ କରିଥାନ୍ତି । ଡବ୍ଲୁଏଚଓର ରିପୋର୍ଟ ଅନୁଯାୟୀ ୯୮%ରୁ ଅଧିକ ଜାପାନିଜ ପିଲାମାନେ ବିଦ୍ୟାଳୟକୁ ଚାଲିକରି ଯାଇଥାନ୍ତି । ଏପରିକି ଏଠାରେ ଲୋକମାନେ ଅଫିସକୁ ମଧ୍ୟ ସାଇକେଲ ନେଇ ଯାଇଥାନ୍ତି । ଏଥିରୁ ହିଁ ସୁସ୍ଥ ଜୀବନଶୈଳୀ ପ୍ରତି ଥିବା ସେମାନଙ୍କର ସଚେତନତାର ସୂଚନା ମିଳୁଛି ।

ଆଜିର ଦୁନିଆରେ ଯେବେ ସମସ୍ତେ ଆଣ୍ଟାସାଇଡସ, ଆଣ୍ଟିବାୟୋଟିକ୍ସ ଏବଂ ଏନଏସଏଆଇଡିଏସ ଭଳି ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରୁଥିବା ବେଳେ ଜାପାନରେ ଏବେ ମଧ୍ୟ ଲୋକମାନେ ସେମାନଙ୍କର ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ଗ୍ରହଣ କରୁଛନ୍ତି ।


Share It

Comments are closed.