ଖରାଦିନେ ଆପଣଙ୍କ ତୁଳସୀ ଗଛ ଶୁଖିଯାଉଛି କି ଜାଣି ରଖନ୍ତୁ କଣ ହୋଇପାରେ ଏହାର କାରଣ


ତୁଳସୀ ପ୍ରତ୍ୟେକ ହିନ୍ଦୁ ପରିବାରରେ ଦେଖିବାକୁ ମିଳୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗୁଳ୍ମ ଅଟେ । ଏହାର ଓøଷଧିୟ ଗୁଣ ଥିବା ସହିତ ଏହା ଭାରତରେ ପ୍ରତ୍ୟେଦ ହିନ୍ଦୁ ଘରେ ପୂଜା ପାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛ ଶୁଖିବା କିମ୍ବା ମରିବା ଭଲ ନୁହେଁ । ଯଦି ଆପଣଙ୍କ ତୁଳସୀ ଗଛ ବହୁ ଯତ୍ନ ନେଲା ପରେ ମଧ୍ୟ ଶୁଖିଯାଉଛି ତେବେ ଜାଣି ରଖନ୍ତୁ ଏହାର କଣ ରହିଛି କାରଣ … . . . . .
୧. ଅଧିକ ସମୟ ଖରାରେ ରହିଲେ – ତୁଳସୀ ଗଛ ଅଧିକ ସମୟ ଧରି ଖରାରେ ରହିବା ଦ୍ୱାରା ତୁଳସୀ ଗଛର ମୂଳ ଶୁଖିଯାଏ ତେଣୁ ଏହା ଖରାଦିନେ ଶୁଖିଯାଇଥାଏ । ଆପଣ ତୁଳସୀ ଗଛକୁ ଖରାଦିନେ ଅଧିକ ସମୟ ଖରାରରେ ରଖନ୍ତୁ ନାହିଁ । ପ୍ରତ୍ୟେକ ଦିନ ତୁଳସୀ ଗଛ ୪ରୁ ୬ ଘଣ୍ଟା ରହିବା ଉଚିତ ।
୨. କମ ମାଟି ଥିଲେ – ତୁଳସୀ ଗଛ ମୂଳରେ ସମ୍ପୂର୍ଣ୍ଣ ମାଟି ନଥିଲେ ମଧ୍ୟ ଏହା ଶୁଖିଯାଇଥାଏ । ତୁଳସୀ ଗଛ କୌଣସି ସ୍ୱତନ୍ତ୍ର ମାଟି ଆବଶ୍ୟକ କରନଥାଏ । କିନ୍ତୁ ସଠିକ ପରିମାଣର ମାଟି ରହିବା ଦ୍ୱାରା ଗଛ ଉପରେ କୌଣସି ପ୍ରଭାବ ପଡିନଥାଏ । ତୁଳସୀ ଗଛ ପାଇଁ କଳା ମାଟି ବହୁତ ଭଲ କିନ୍ତୁ ଆପଣ ଯେକୌଣସି ମାଟି ବ୍ୟବହାର କରିପାରିବେ ।
୩. ଭଲ ଭାବେ ପାଣି ନଦେଲେ – ତୁଳସୀ ଗଛରେ ସଠିକ ପରିମାଣର ପାଣି ନଦେଲେ ତାହା ଗଛ ଉପରେ ପ୍ରଭାବ ପକାଇଥାଏ । ତେଣୁ ପ୍ରତି ୩ରୁ ୪ଘଣ୍ଟା ବ୍ୟବଧାନରେ ପାଣି ଦେଲେ ଗଛ ଦୀର୍ଘ ଦିନ ପର‌୍ୟ୍ୟନ୍ତ ଭଲ ରହିଥାଏ । ଖରାଦିନେ ଦିନ ବେଳା ଗରମ ପାଣି ଦିଅନ୍ତୁ ନାହିଁ । ଏବଂ ସକାଳେ ଏବଂ ସନ୍ଧ୍ୟା ବେଳେ ପାଣି ଦେବା ଖୁବ ଭଲ ।
୪. ପତ୍ରକୁ ନକାଟିଲେ – ତୁଳସୀ ଗଛର ପତ୍ରକୁ ଲମ୍ବା ସମୟ ଧରି ନକାଟିବା ଦ୍ୱାରା ମଧ୍ୟ ଗଛ ମୂଳ ଶୁଖିଯାଇଥାଏ । ତେଣୁ ସମୟ ସମୟରେ ଗଛରେ ମଞ୍ଜି ଏବଂ ପତ୍ର କାଟିନିଅନ୍ତୁ ।
୫. ତାପମାତ୍ରା – ଗଛ ସଠିକଭାବେ ବଢିବା ପାଇଁ ଏକ ତାପମାତ୍ରା ଆବଶ୍ୟକ କରିଥାଏ । ଖରାଦିନେ ତାପମାତ୍ରା ବଢିଲେ ଗଛ ଶୁଖି ମରି ଯିବାର ସମ୍ଭାବନା ଥାଏ । ତେଣୁ ଗଛକୁ କମ ତାପମାତ୍ରାରେ ରଖନ୍ତୁ ଏବଂ ସମୟ ସମୟରେ ପାଣି ଦିଅନ୍ତୁ ।

 


Share It

Comments are closed.