ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ , କ୍ଷୀପ୍ରଗତିରେ ମାଡ଼ି ଚାଲିଛି ଡେଲ୍‌ଟା: WHOର ଚେତାବନୀ


ସାରା ବିଶ୍ୱରେ କରୋନାର ଡେଲ୍‌ଟା ଭାରିଆଣ୍ଟ ମାମଲା କ୍ଷୀପ୍ରଗତିରେ ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି । ଏହି ଭାଇରସ୍‌କୁ ଆୟତ୍ତରେ ରଖିବା ପାଇଁ ଟିକା କରଣ ଜାରି ରହିଛି । ଏଥି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOର ମହାନିର୍ଦ୍ଦେଶକ ଟ୍ରେଡୋସ ଅଦନୋମ ଘେବିୟସ ସୋମବାର କୋଭିଡ୍‌ର ଡେଲ୍‌ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, କୋରନାର ଏହି ଭାରିଆଣ୍ଟ ଚିନ୍ତା ବଢ଼ାଇଲାଣି । ବିଶ୍ୱରେ ଏହା କ୍ଷୀପ୍ରଗତିରେ ମାଡ଼ି ଚାଲିଛି ।

କରୋନା ସ୍ଥତିକୁ ନେଇ ଗତକାଲି ଟ୍ରେଡୋସ୍‌ ଜେନେଭାରେ ଏକ ସାମ୍ୱାଦିକ ସମ୍ମିଳନୀ ଡାକିଥିଲେ । ଗତ ସପ୍ତାହରେ ବିଶ୍ୱ ସ୍ତରରେ କୋଭିଡ୍‌-୧୯କୁ ନେଇ ବଢ଼ିଥିବା ମାମଲାରେ ଡେଲ୍‌ଟା ଭାରିଆଣ୍ଟକୁ ନେଇ WHO ଚିନ୍ତିତ ବୋଲି ସେ କହିଛନ୍ତି । ଲଗାତାର ଚତୁର୍ଥ ସପ୍ତାହରେ ଏହି ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିଛି । ୧୦ ସପ୍ତାହ ମଧ୍ୟରେ ମୃତ୍ୟୁ କମିବା ପରେ ପୁଣିଥରେ ବଢ଼ିଥିବା ସେ କହିଛନ୍ତି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତବର୍ଷ ଅକ୍ଟୋବର ମାସରେ ଭାରତରେ ଏହି ଭାରିଆଣ୍ଟର ଚିହ୍ନଟ କରାଯାଇଥିଲା । ଏହାପରେ ଏହି ଭାଇରସ୍‌ ସାରା ବିଶ୍ୱରେ ମାଡ଼ି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୦୪ଟି ଦେଶରେ ଏହି ଭାଇରସ୍‌ ଦେଖାଯାଇଛି ।


Share It

Comments are closed.