ମୋଦି, ଇନ୍ଦିରା ନା ନେହେରୁ, କିଏ ହେଉଛନ୍ତି ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ? ଉତ୍ତରରେ କ’ଣ କହିଲେ ଲୋକ ଜାଣନ୍ତୁ


ଦେଶରେ କରୋନା ସଂକ୍ରମଣ ଏବଂ କୃଷି ଆନ୍ଦୋଳନ ମଧ୍ୟରେ ସଦ୍ୟ ପ୍ରକାଶିତ ହୋଇଥିବା ସର୍ଭେରେ ଜଣାପଡିଛି ଯେ, ଦେଶର ୭୪ ପ୍ରତିଶତ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ପସନ୍ଦ କରନ୍ତି । ୩-୧୩ ଜାନୁଆରୀ ମଧ୍ୟରେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ମୁତାବକ, ଦେଶରେ ଯଦି ଏବେ ନିର୍ବାଚନ ହୁଏ ତେବେ ୪୩ ପ୍ରତିଶତ ଭୋଟ ଏବଂ ୩୨୧ଟି ସିଟ ଏନଡିଏକୁ ମିଳିପାରେ । ଅନ୍ୟପଟେ ୟୁପିଏକୁ ୨୭ ପ୍ରତିଶତ ଭୋଟ ଏବଂ ୯୩ ସିଟରେ ସନ୍ତୋଷ ହେବାକୁ ପଡିବ ।
ସର୍ଭେରେ ଏହା ଜଣାପଡିଛି ଯେ, ୩୦ ପ୍ରତିଶତ ଜନସାଧାରଣ ମୋଦିଙ୍କ କାର୍ଯ୍ୟକଳାପକୁ ବହୁତ ପସନ୍ଦ କରୁଥିବାବେଳେ ଅନ୍ୟପଟେ ୪୪ ପ୍ରତିଶତ ଜନସାଧାରଣ ଖାଲି ପସନ୍ଦ କରୁଛନ୍ତି । ୧୭ ପ୍ରତିଶତ ଜନସାଧାରଣ ମୋଦିଙ୍କ କାର୍ଯ୍ୟକଳାପକୁ ହାରାହାରି ଭାବୁଛନ୍ତି ଏବଂ ୮ ପ୍ରତିଶତ ଜନସାଧାରଣ ପସନ୍ଦ କରୁନାହାନ୍ତି । ମୋଦି ସରକାରରେ କିଏ ଶ୍ରେଷ୍ଠ ମନ୍ତ୍ରୀ ? ଏହାର ଉତ୍ତରରେ ୩୯ ପ୍ରତିଶତ ଜନସାଧାରଣ ଅମିତ ଶାହାଙ୍କୁ ଭୋଟ ଦେଇଛନ୍ତି ଏବଂ ୧୪ ପ୍ରତିଶତ ରାଜନାଥ ସିଂହ ଓ ୧୦ ପ୍ରତିଶତ ଜନସାଦଧାରଣ ନୀତିନ ଗଡକାରୀଙ୍କୁ ଭୋଟ ଦେଇଛନ୍ତି ।
କିଏ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ?
ଏହାର ଉତ୍ତରରେ ୩୮ ପ୍ରତିଶତ ଜନସାଧାରଣ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରିଥିବାବେଳେ ଅଟଳ ବିହାରୀ ବାଜପେୟୀଙ୍କୁ ୧୮ ପ୍ରତିଶତ, ୧୧ ପ୍ରତିଶତ ଜନସାଧାରଣ ଇନ୍ଦିରା ଗାନ୍ଧୀଙ୍କୁ ଏବଂ ୮ ପ୍ରତିଶତ ନେହେରୁଙ୍କୁ ପସନ୍ଦ କରିଛନ୍ତି । ସେହିଭଳି ୭ ପ୍ରତିଶତ ଜନସାଧାରଣ ମନମୋହନ ସିଂହଙ୍କୁ ପସନ୍ଦ କରିଛନ୍ତି ।


Share It

Comments are closed.