ପରମାଣୁ ବୋମା କ୍ଷେତ୍ରରେ କେଉଁ ଦେଶ କେତେ ଶକ୍ତିଶାଳି, ଆସନ୍ତୁ ଜାଣିବା


ଏସିଆର ମହାଦେଶର ତିନୋଟି ଶକ୍ତିଶାଳୀ ଦେଶ ବୋଲାଉଥିବା ଭାରତ, ପାକିସ୍ତାନ ଏବଂ ଚୀନ ଏକ ବର୍ଷ ମଧ୍ୟରେ ନିଜର ପରମାଣୁ ଅସ୍ତ୍ର ବଢାଇବାରେ ଲାଗିଛନ୍ତି । ପରମାଣୁ ବୋମା କ୍ଷେତ୍ରରେ ଦେଖିବାକୁ ଗଲେ ଭାରତ ଠାରୁ ପାକିସ୍ତାନରେ ଅଧିକ ପରମାଣୁ ବୋମା ମହଜୁଦ ରହିଥିବାବେଳେ ଚୀନରେ ଏହାର ଦୁଇଗୁଣା ବୋମା ମହଜୁଦ ରହିଛି ।
ଦ ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ ଅନୁଷ୍ଠାନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ଭାରତ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ମହଜୁଦ ରହିଥିବାବେଳେ ଚୀନରେ ଏହାର ଦୁଇଗୁଣା ମହଜୁଦ ରହିଛି । ସୋମବାର ପ୍ରକାଶିତ ରିପୋର୍ଟ ମୁତାବକ ଭାରତୀୟ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ଭାରତର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୃଢ ରହିଛି । ଏହା ସହ ନିଘା ଏବଂ ଶତ୍ରୁଙ୍କୁ ପ୍ରତିଜବାବ ଦେବା କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି । ଭାରତ ଏହି ସବୁ ଦିଗ ଉପରେ କିପରି ଅଧିକରୁ ଅଧିକ ଆଧୁନିକରଣ ପ୍ରୟୋଗ କରିପାରିବ, ସେଥିପାଇଁ ଚେଷ୍ଟା ଚଳାଇଛି ।
ପାକିସ୍ତାନରେ ବର୍ତ୍ତମାନ ୧୪୦ରୁ ୧୫୦ ପରମାଣୁ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଥିବାବେଳେ ଭାରତ ପାଖରେ ୧୩୦ରୁ ୧୪୦ ପରମାଣୁ ଅସ୍ତ୍ର ଉପଲବ୍ଧ ରହିଛି । ସେହିଭଳି ଚୀନ ପାଖରେ ୨୮୦ ପାଖାପାଖି ପରମାଣୁ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଥିବାବେଳେ ଆମେରିକା ପାଖରେ ୬୪୫୦ଟି ଏବଂ ରୁଷ ପାଖରେ ୬୮୫୦ଟି ପରମାଣୁ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଛି । ବିଶ୍ୱର ଦୁଇଟି ଶକ୍ତିଶାଳୀ ଦେଶ ଆମେରିକା ଏବଂ ରୁଷ ଉଭୟଙ୍କ ପାଖରେ ବିଶ୍ୱର ୯୨% ପ୍ରତିଶତ ଅସ୍ତ୍ରଶସ୍ତ୍ର ଉପଲବ୍ଧ ରହିଛି । ସେହିଭଳି ଭାରତ ଏବଂ ପାକିସ୍ତାନ ୧ ବର୍ଷ ମଧ୍ୟରେ ୧୦-୧୦ଟି ନୂତନ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛନ୍ତି ।
ସିପରିଙ୍କ କହିବା ମୁତାବକ, ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ଗୁଡିକ ସଞ୍ଚିତ ରଖିବା ସହ ସ୍ଥଳଭାଗ, ଆକଶପଥ ଏବଂ ଜଳପଥ ଦ୍ୱାରା କିପରି ନିକ୍ଷେପ କରାଯାଇପାରିବ ସେହିଭଳି ଭାବରେ ଏହାକୁ ବିକଶିତ କରାଯାଇଛି । ଚୀନ ଲଗାତର ଭାବରେ ନିଜର ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ପ୍ରଣାଳୀକୁ ବିକଶିତ କରୁଥିବା ବେଳେ ଏହାକୁ କିପରି ଅଧିକରୁ ଅଧିକ ଛୋଟ କରାଯାଇପାରିବ ସେଥିପାଇଁ ବିଶ୍ଲେଷଣ ଚଲାଇଛି ।
ପ୍ରତିରକ୍ଷା ପ୍ରତିଷ୍ଠାନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚୀନ ଏବଂ ପାକିସ୍ତାନ ପକ୍ଷରୁ ଢଳୁଥିବା ବିପଦର ସମନା କରିବାକୁ ଭାରତ ପାଖରେ କୌଣସି ବିକଳ୍ପ ନାହିଁ ।
ପ୍ରକାଶିତ ତଥ୍ୟ ମୁତାବକ “ଭାରତ ଏବଂ ପାକିସ୍ତାନ ନିଜର ପରମାଣୁ ବୋମାକୁ ଅଧିକ ଅଧିକ ଗଚ୍ଛିତ ରଖିଥିବାବେଳେ ଏହାକୁ କିପରି ବିରଶିତ କରାଯାଇପାରିବ ସେଖିପାଇଁ ପ୍ରସ୍ତୁତି ଚଳାଇଛନ୍ତି । ”


Share It

Comments are closed.