୨ ମାସ ହେବ ନିଖୋଜ ଅଛନ୍ତି ଚୀନର କୋଟିପତି ତଥା ଅଲିବାବାର ପ୍ରତିଷ୍ଠାତା ଜ୍ୟାକ ମା


ଚୀନର କୋଟିପତି ତଥା ଏସିଆର ଜେଫ ବେଯୋଶ କୁହାଯାଉଥିବା ଜ୍ୟାକ ମା ପାଖାପାଖି ୨ ମାସ ହେଲା କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ ନଜର ଆସୁନାହାନ୍ତି। ରିପୋର୍ଟ ଅନୁଯାୟୀ, ଚୀନ ସରକାର ବିଶେଷକରି ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଖପ୍ପା ହେବାପରେ ନା କେବଳ ଜ୍ୟାକ ମାଙ୍କ ବ୍ୟବସାୟ ଟାର୍ଗେଟ ଅଛି ବରଂ ସେ ସାର୍ବଜନିକ କାର୍ଯ୍ୟକ୍ରମରେ ଯୋଗ ମଧ୍ୟ ଦେଉନାହାନ୍ତି। ଜ୍ୟାକ ମା’ଙ୍କ ପୂର୍ବରୁ ମଧ୍ୟ ଅନେକ ଚାଇନିଜ କୋଟିପତି ଏହିଭଳି କମ୍ୟୁନିଷ୍ଟ ପାର୍ଟି କିମ୍ବା ସରକାରଙ୍କ ଟାର୍ଗେଟକୁ ଆସିଛନ୍ତି। ଜ୍ୟାକ୍ ମା ଏହିଭଳି ଗାୟବ ହୋଇଯିବା ପରେ ନାନା ସନ୍ଦେହ ଜାହିର କରାଯାଉଛି। ଜ୍ୟାକ ମା ANT ଗ୍ରୁପର ଫାଉଣ୍ଡର ଏବଂ ଚୀନର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ତାଛଡା ସେ ଅଲିବାବାର ମଧ୍ୟ ଫାଉଣ୍ଡର।

ଡେଲି ମେଲ୍ ଖବର ଅନୁଯାୟୀ, ଜ୍ୟାକ୍ ମା ଚୀନରେ ସବୁ ସାର୍ବଜନିକ କାର୍ଯ୍ୟକ୍ରମରେ ବକ୍ତା ଭାବେ ଯୋଗ ଦିଅନ୍ତି। ନିଜର ପ୍ରେରଣାଦାୟୀ ଭାଷଣ ଯୋଗୁଁ ସେ ଯୁବପିଢ଼ି ମଧ୍ୟରେ ବହୁତ ଲୋକପ୍ରିୟ। ଜ୍ୟାକ୍ ଗତ ଅକ୍ଟୋବର ମାସରେ ଚୀନର ସରକାରୀ ବ୍ୟାଙ୍କ ଉପରେ ଅଧିକ ସୁଧ ଲଗାଉଥିବା ଆରୋପ ଲଗାଇଥିଲେ ଏବଂ କହିଥିଲେ ଯେ ବ୍ୟାଙ୍କ କେବଳ ସେହିମାନଙ୍କୁ ଋଣ ଦେଇଥାଏ ଯେଉଁମାନେ ଋଣ ବଦଳରେ କିଛି ବନ୍ଧା ରଖିଥାନ୍ତି। ଜ୍ୟାକ୍ ଚୀନର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ସମାଲୋଚନା କରି କହିଥିଲେ ଯେ ବ୍ୟାଙ୍କ ବ୍ୟବସ୍ଥା ବହୁତ ପୁରୁଣା। ଏହାପରେ ତାଙ୍କୁ ତାଙ୍କୁ ନେଇ ନାନା ସମାଲୋଚନା କରାଯାଇଥିଲା। ଜ୍ୟାକଙ୍କ ଏହି ରାୟ ପରେ କମ୍ୟୁନିଷ୍ଟ ପାର୍ଟି ଓ ସରକାରଙ୍କ ଅଫିସର ଆପତ୍ତି ଦର୍ଶାଇଥିଲେ। ଏହାପରେ ଦୁନିଆର ସବୁଠାରୁ ବଡ ୩୭ ବିଲିୟନ ଡଲାରର Ant Group ର ଆଇପିଓ (initial public offering) ଜିନପିଙ୍ଗଙ୍କ ଆଦେଶାନୁସାରେ ସ୍ଥଗିତ କରିଦିଆଯାଇଥିଲା।

ରିପୋର୍ଟ ଅନୁସାରେ, ଜ୍ୟାକ ଗତ ଦୁଇଆ ମାସରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବରଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ଅତିଥି ବା ବକ୍ତା ତାଲିକାରୁ ତାଙ୍କ ନାଁ ହଟାଇ ଦିଆଯାଇଥିଲା। ଲୋକପ୍ରିୟ ଟିଭି ଶୋ’ Den-style TV show Africa’s Business Heroes ରୁ ମଧ୍ୟ ହଠାତ ତାଙ୍କ ନାଁ ହଟାଇ ଦିଆଯାଇଥିଲା। ଏପରିକି ଶୋ’ର ପୋଷ୍ଟରରୁ ତାଙ୍କ ଫଟୋ ମଧ୍ୟ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ଶୋ’କୁ ପ୍ରଯୋଜନା କରୁଥିବା କମ୍ପାନୀ ମଧ୍ୟ ଜ୍ୟାକ ମା’ଙ୍କର ଏବଂ କମ୍ପାନୀ ନିଜେ ତାଙ୍କୁ ଶୋ’ରୁ ହଟାଇ ଦେଇଥିଲା।

ଜ୍ୟାକ ମା’ଙ୍କ ପାଇଁ ୨୦୨୦ ର ଶେଷ ସମୟ ଭଲ ପ୍ରମାଣିତ ହୋଇନାହିଁ। ଅଲିବାବା ଫାଉଣ୍ଡର ଜ୍ୟାକଙ୍କୁ ଅକ୍ଟୋବର ଶେଷରୁ ପ୍ରାୟ ୧୧୦ କୋଟି ଡଲାର ଝଟକା ଲାଗିଛି। ଭାରତୀୟ ମୁଦ୍ରା ଅନୁସାରେ ଏହା ୮୦ ହଜାର କୋଟି ଟଙ୍କାରୁ ଅଧିକ।


Share It

Comments are closed.