ଖରାଦିନେ ନିଜ ନିୟମିତ ଆହାରରେ ସାମିଲ କରନ୍ତୁ ସାଲାଡ୍‌, ମିଳିବ ଏହି ସମସ୍ତ ଫାଇଦା


ସକାଳୁ ଉଠିଲେ ସାଧାରଣତଃ ଆମେ ହାଲୁକା ଖାଦ୍ୟ ଖାଇଥାଉ। କାହିଁକି କି ନା ଦିନରେ ଯେମିତିକି ସୁସ୍ଥ ଲାଗିବ। ସେଥି ପାଇଁ ପରାମର୍ଶ କରାଯାଏ ଜୁସ୍‌ ସହ କିଛି ଫଳ ଖାଇବାକୁ। ହେଲେ ସାଧାରଣତଃ ଲୋକମାନେ ମଧ୍ୟାହ୍ନ ଭୋଜନରେ ପନିପରିବା ସହ ରୁଟି ଏବଂ ଭାତ ଖାଇଥାନ୍ତି। କିନ୍ତୁ ଜାଣିଛନ୍ତି ସବୁ ଖାଇକି ବି କିଛି ଖାଦ୍ୟ ଆମେ ଛାଡି ଦେଇଥାଉ। ତାହା ହେଉଛି ସାଲାଡ୍‌। ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ, ମଧ୍ୟାହ୍ନ ଭୋଜନରେ ସାଲାଡ ଖାଇବା ସ୍ବାସ୍ଥ୍ୟ ପାଇଁ ଲାବଦାୟକ ହୋଇଥାଏ ।

ଫାଇବର- ସାଲାଡରେ ଅନେକ ପ୍ରକାରର ମିନେରାଲ୍ସ, ଭିଟାମିନ୍ ଏବଂ ଫାଇବର ରହିଥାଏ। ଯାହା ଆପଣଙ୍କ ଶରୀର ପାଇଁ ଉପକାରୀ, ହଜମ ପ୍ରକ୍ରିୟାକୁ ଭଲ କାମ କରିବାରେ ସାହାଯ୍ୟ କରିଥାଏ।

ଓଜନକୁ ନିୟନ୍ତ୍ରଣରେ ରଖେ-ମଧ୍ୟାହ୍ନ ଭୋଜନରେ ସାଲାଡକୁ ନିୟମିତ ସାମିଲ୍‌ କରିବା ଉଚିତ୍‌। କାହିଁକି ନା ଏହା ଖାଇବା ଦ୍ବାରା ଶରୀରରେ ଭଲ ପରିମାଣର ଫାଇବର ଯୋଗାଇଥାଏ। ଯାହା ଆପଣଙ୍କୁ ଅଧିକ କ୍ୟାଲୋରୀ ଖାଇବା ଠାରୁ ରକ୍ଷା କରେ ଏବଂ ସୁସ୍ଥ ଓଜନ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଆଖି ପାଇଁ- ଆପଣ ସାଲାଡକୁ ନିୟମିତି ଖାଦ୍ୟରେ ସାମିଲ୍‌ କରନ୍ତୁ। ଏହା ଆପଣଙ୍କ ଆଖି ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭିଟାମିନ୍‌ର ପରିମାଣ ଭରପୁର ରହିଥାଏ। ଏହି ପୋଷକ ତତ୍ତ୍ୱ ଆପଣଙ୍କ ଶରୀର ସହିତ ଆଖି ପାଇଁ ମଧ୍ୟ ଖୁବ୍‌ ଭଲ।

ହଜମ ପ୍ରକ୍ରିୟା ପାଇଁ ଭଲ-ମଧ୍ୟାହ୍ନ ଭୋଜନରେ ସାଲାଡ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଏହି କାରଣରୁ, ପେଟ ଭାରୀ ହୁଏ ନାହିଁ ଏବଂ ଅଧିକ ଫାଇବର ହେତୁ ହଜମ ପ୍ରକ୍ରିୟା ମଧ୍ୟ ଭଲ କାମ କରେ।

ପନିପରିବା ପୁଷ୍ଟିକର ଖାଦ୍ୟ -ସାଲାଡରେ ପିଆଜ, ଟମାଟୋ, କାକୁଡି, ମୂଳା ଇତ୍ୟାଦି ପନିପରିବା ପକାଇ ଖାଇବା ଉଚିତ୍‌। ଏହା ଦ୍ୱାରା ଆପଣ ଅନେକ ପ୍ରକାରର ଖଣିଜ ପଦାର୍ଥ ପାଇଥା’ନ୍ତି। ଯାହା ଶରୀର ପାଇଁ ଲାଭଦାୟକ ଅଟେ।


Share It

Comments are closed.