ପୂର୍ବରୁ କନ୍ନଡ ଅଭିନେତାଙ୍କ ସହ ରଶ୍ମିକାଙ୍କର ହୋଇଥିଲା ଏନଗେଜ୍‌ମେଣ୍ଟ


ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ଆଜିକାଲି ଚର୍ଚ୍ଚାରେ। ତାଙ୍କର ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଅସ୍ତିର ହୋଇପଡନ୍ତି। ନିଜର ଛୋଟ କ୍ୟାରିୟରରେ ମଧ୍ୟରେ ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେଥିଲାଗି ଫ୍ୟାନ୍ସ ତାଙ୍କୁ ‘ନ୍ୟାସନାଲ କ୍ରସ୍’ ବୋଲି ଡାକନ୍ତି। କିନ୍ତୁ ଆପଣ ଜାଣନ୍ତି କି ରଶ୍ମିକା ୨୦୧୭ ମସିହାରେ ଏନ୍‌ଗେଜମେଣ୍ଟ କରିଥିଲେ, କିନ୍ତୁ ପରେ ତାହା ଭାଙ୍ଗିଯାଇଥିଲା।

ଖବର ଅନୁଯାୟୀ, ରଶ୍ମିକା ଫିଲ୍ମ ଅଭିନେତା ରକ୍ଷୀତ୍ ଶେଟ୍ଟୀଙ୍କ ସହିତ ରିଲେସନସିପ୍‌ରେ ଥିଲେ। ରଶ୍ମିକା, ରକ୍ଷୀତ୍ ଶେଟ୍ଟୀଙ୍କ ସହ ଫିଲ୍ମ କିରିକ୍ ପାର୍ଟିରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଉଭୟ ଏହି ସମୟରେ ନିକଟତର ହୋଇଥିଲେ ଏବଂ ୨୦୧୭ ରେ ପରସ୍ପର ଏନଗେଜ୍‌ମେଣ୍ଟ କରିଥିଲେ। କିନ୍ତୁ ୧୪ ମାସ ପରେ ଦୁହେଁ ତାଙ୍କର ଏନଗେଜ୍‌ମେଣ୍ଟକୁ ଭାଙ୍ଗି ଦେଇଥିଲେ।

ଦୁହେଁ କାହିଁକି ଅଲଗା ହେଲେ ସେମାନଙ୍କ ମଧ୍ୟରୁ କେହି କେବେ ଖୋଲାଖୋଲି ଭାବେ କହି ନାହାଁନ୍ତି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁଇ ଷ୍ଟାରଙ୍କ ମଧ୍ୟରେ କାମକୁ ନେଇ କୌଣସି ସମନ୍ୱୟ ରହୁନଥିଲା। ଏହା ବ୍ୟତୀତ ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି, ଉଭୟ ଷ୍ଟାରଙ୍କ ଅଲଗା ହେବା ପଛରେ ଉଭୟଙ୍କ ପରିବାର କାରଣ ହୋଇଥିଲେ। ତେବେ, ରଶ୍ମିକା ଏବଂ ରକ୍ଷୀତ୍ ଏ ବିଷୟରେ କିଛି କହି ନାହାଁନ୍ତି।


Share It

Comments are closed.