ଗାଙ୍ଗୁଲିଙ୍କୁ ଧମକାଇଥିଲେ ମୁଶାରଫ, ଜାଣନ୍ତୁ ଏହା ପଛର କାରଣ


ବର୍ଷ ୨୦୦୪ ମସିହା । ସେତେବେଳେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଥିଲା । ସେହି ଗସ୍ତ ସମୟରେ ଦୁଇ ଟିମ୍ ବାଏଲେଟେରାଲ ସିରିଜ ଖେଳୁଥିଲେ। ଏହି ଟୁର ସମୟରେ କିଛି ଏମିତି ଘଟଣା ଘଟିଥିଲା ଯାହା ତତ୍କାଳିନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶାରଫ ସୌରଭ ଗାଙ୍ଗୁଲିଙ୍କୁ ବିଳମ୍ବିତ ରାତିରେ ଫୋନ କରି ତାଙ୍କୁ କଡ଼ା ଭାଷାରେ ଧମକ ଦେଇଥିଲେ । ଏହି ଗସ୍ତ ସମୟରେ ଟିମ ଇଣ୍ଡିଆ ଲାହୋରର ପର୍ଲ କଣ୍ଟିନେଣ୍ଟାଲ ହୋଟେଲ ରେ ରହିଥିଲେ। ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି ଥିଲା । ସେହିପରି ଖେଳାଳି ମାନେ ବିନା ଗାର୍ଡରେ କୁଆଡେ ବାହାରକୁ ଯାଉନଥିଲେ। ସେହି ସମୟରେ ଖେଳାଯାଉଥିବା ମ୍ୟାଚ୍ ରେ ଭାରତ ୩-୨ ରେ ୱାନଡେ ସିରିଜ୍ ଜିତିନେଇଥିଲା । ଏହାପରେ ଆହୁରି ତିନୋଟି ମ୍ୟାଚ୍ ଖେଳିବାର ଥିଲା। ମାତ୍ର ୱାନଡେ ସିରିଜର ଏହି ବିଜୟକୁ ସେଲିବ୍ରେଟ କରିବାକୁ ଟିମ ଇଣ୍ଡିଆର କ୍ୟାପଟେନ ବାହାରକୁ ଯିବାକୁ ଚାହୁଁଥିଲେ। ଗାଙ୍ଗୁଲି ତାଙ୍କ କାହାଣୀ ‘ଏ ସେଞ୍ଚୁରୀ ଇଜ୍ ନଟ ଏନଫ୍’ରେ ବର୍ଣ୍ଣନା କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ମ୍ୟାଚ୍ ପରେ ରାତି ୧୨ ଟା ସମୟରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସାଙ୍ଗମାନେ (Team India Players) ରାସ୍ତାରେ ଯାଇ ବାହାର ଖାଦ୍ୟ ତଥା କବାବ ଏବଂ ତନ୍ଦୁରୀ ଡିସ୍ ଖାଇବାକୁ ଯୋଜନା କରୁଛନ୍ତି। ଆଉ ସେହି ସ୍ଥାନକୁ ଗ୍ଲୋବମଣ୍ଡି ବୋଲି କୁହାଯାଏ । କିନ୍ତୁ ଗାଙ୍ଗୁଲି ତାଙ୍କ ସୁରକ୍ଷା ଅଧିକାରୀଙ୍କୁ କିଛି କହିନଥିଲେ । କାରଣ ସେ ତାଙ୍କୁ ଯିବାକୁ ଦେଇନଥାନ୍ତେ । ଗାଙ୍ଗୁଲି ନିଜ ଟିମ୍ ମ୍ୟାନେଜର ରତ୍ନାକର ସେଟ୍ଟୀକୁ ସୂଚନା ଦେଇ ପଛ ରାସ୍ତା ଦେଇ ବାହାରକୁ ପଳାଇ ଯାଇଥିଲେ । ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ହୋଟେଲ ଛାଡିବା ବେଳେ ସେ ଏକ କ୍ୟାପ ପିନ୍ଧିଥିଲେ ଓ ଅଧା ମୁହଁକୁ କଭର କରିଥିଲେ। କାରଣ ସେ ଜାଣିଥିଲେ ଯେ ସେ ନିୟମ ଭଙ୍ଗ କରୁଛନ୍ତି।

ପ୍ରକୃତରେ ସେହି ସମୟରେ ଟିମ ଇଣ୍ଡିଆ ପାଇଁ ସୁରକ୍ଷା ବ୍ୟବସ୍ଥା ବହୁତ କଡାକଡି କରାଯାଇଥିଲା । ହୋଟେଲରେ ରହୁଥିବା ଭାରତୀୟ ଖେଳାଳିଙ୍କ (Team India Players) ସୁରକ୍ଷା ପାଇଁ ପାକିସ୍ତାନ ସରକାର ସବୁ ପ୍ରକାରର ପଦକ୍ଷେପ ନେଇଥିଲେ। ଗାଙ୍ଗୁଲି ଏବଂ ଦଳର ଖେଳାଳିମାନେ କାରରେ ବସି ହୋଟେଲକୁ ଫେରିବା ଆରମ୍ଭ କରିଥିଲେ। ଜଣେ ବାଇକ୍ ଆରୋହୀ ତାଙ୍କ କାର୍ ଅନୁସରଣ କରିବା ଆରମ୍ଭ କରିଥିଲେ । କାରର ଡୋରକୁ ତଳକୁ ଖସାଇବା ପାଇଁ ବାଇକ୍ ଆରୋହୀ କ୍ରମାଗତ ଭାବରେ ସୂଚିତ କରୁଥିଲେ । ଗାଙ୍ଗୁଲି ଆହୁରି କହିଛନ୍ତି -‘ମୋର ସହକର୍ମୀମାନେ ଲଗାତାର କହୁଥିଲେ ଯେ ଡୋର୍ ତଳକୁ କଲେ ସେହି ବାଇକ ଆରୋହୀ ବମ ପକେଇ ଦେଇପାରନ୍ତି। ହେଲେ ମୁଁ କାହା କଥା ନଶୁଣି କାରର ଡୋର କାଚକୁ ତଳକୁ କରିଦେଲି । ହେଲେ ସେହି ବାଇକ୍ ଆରୋହୀ ଜଣକ କହିଥିଲେ ଯେ, ସେ ମୋର ବହୁତ ବଡ଼ ଫ୍ୟାନ୍ ଓ ପାକିସ୍ତାନ ଟିମକୁ(Pakistan Team) ଏହିପରି ଗୋଟେ ଲିଡର ମିଳିବା ଦରକାର ବୋଲି ସେ କହିଥିଲେ।

ଏହା ପରେ ସୌରଭ ଗାଙ୍ଗୁଲି ଏବଂ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିମାନେ ସୁରକ୍ଷିତ ହୋଟେଲରେ ପହଞ୍ଚିଥିଲେ। କିନ୍ତୁ ଏହି ଖବର ମୁଶାରଫଙ୍କ କାନରେ ପଡ଼ିଥିଲା । ସେ ସଙ୍ଗେ ସଙ୍ଗେ ଗାଙ୍ଗୁଲିଙ୍କୁ (Sourav Ganguly) ଫୋନ କଲେ ଏବଂ ଅତି ଭଦ୍ର ଏବଂ କଠୋର ଶବ୍ଦରେ କହିଥିଲେ, ‘ଯଦି ଆପଣ ବର୍ତ୍ତମାନଠାରୁ ବାହାରକୁ ଯିବାକୁ ଚାହୁଁଛନ୍ତି, ଦୟାକରି ସୁରକ୍ଷା କର୍ମୀଙ୍କୁ ଜଣାନ୍ତୁ ତାଙ୍କୁ ସାଥୀରେ ନିଅନ୍ତୁ। ଆମେ ତୁମର ବନ୍ଧୁମାନଙ୍କ ପାଇଁ ବ୍ୟବସ୍ଥା କରିବୁ । କିନ୍ତୁ ଦୟାକରି, ଏପରି ଦୁଃସାହାସିକ ଭାବେ କାର୍ଯ୍ୟ କରନ୍ତୁ ନାହିଁ ।

ଏଠାରେ କହିରଖୁଛୁ ଯେ, ଆଜି ସକାଳ ସମୟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ(Pervez Musharraf)୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ପାକିସ୍ତାନୀ ସେନା ମୁଖ୍ୟ ଥିବା ମୁଶାରଫ ଦୀର୍ଘ ସମୟ ଧରି ଅସୁସ୍ଥ ହୋଇ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଆମିଲୋଏଡୋସିସ୍ ନାମକ ଏକ ରୋଗରେ ପୀଡିତ ଥିଲେ।


Share It

Comments are closed.