ଏବେ ହ୍ୱାଟସଆପରେ ଭଏସ ମେସେଜ ପଠାଇବା ହେବ ଆହୁରୀ ସହଜ, ଜାଣନ୍ତୁ କିପରି


ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟସ୍‌ଆପ୍ ତାର ଭଏସ୍ ମେସେଜ୍ ଫିଚରକୁ ଡେଭଲପ୍ କରିବାକୁ ଯାଉଛି। ନୂଆ ଫିଚର ଆସିବା ପରେ ହ୍ଵାଟସଆପ୍‌ରେ ଭଏସ୍ ମେସେଜ୍ ପଠାଇବା ଆହୁରି ସହଜ ହୋଇଯିବ। ଏବେ ହ୍ଵାଟସ୍‌ଆପ୍‌ରେ ନିର୍ଦ୍ଧିଷ୍ଟ ସମୟ ଯାଏଁ ଭଏସ୍ ନୋଟ୍ ପଠାହେଉଛି। ଯାହାଫଳରେ ଅଧିକ ଲମ୍ବା ଭଏସ୍ ମେସେଜ୍ ପଠାଇ ହେଉନାହିଁ। ନୂଆ ଫିଚର ଆସିବା ପରେ ଆପଣ ଗୋଟିଏ ଭଏସ୍ ନୋଟରେ ଆପଣଙ୍କ ସମସ୍ତ କଥା କହିପାରିବେ।

କମ୍ପାନୀ ଏବେ ହ୍ଵାଟସଆପ୍‌ରେ ଭଏସ୍ ରେକଡିଂ ପଜ୍ କରିବାର ସୁବିଧା ଯୋଡିବାକୁ ଯାଉଛି। WABetaInfo ରିପୋର୍ଟ ମୁତାବକ, କମ୍ପାନୀ ଏକ ନୂଆ ଫିଚର ଉପରେ କାମ କରୁଛି। ଏହାଦ୍ଵାରା ୟୁଜର ଏକ ଅଡିଓ ମେସେଜ୍ ରେକର୍ଡ କରିବା ସମୟରେ ପଜ୍ ଏବଂ ପୁଣି ଥରେ ରେକର୍ଡ କରିପାରିବେ। ବର୍ତ୍ତମାନ ହ୍ଵାଟସ୍‌ଆପ୍‌ରେ ଯଦି ଆପଣ କାହାକୁ ଭଏସ୍ ମେସେଜ୍ କରିବାକୁ ଚାହୁଁଛନ୍ତି ତେବେ ବିନା ପଜ୍ କରି ରେକଡିଂ କରିବାକୁ ପଡିବ।

ହ୍ଵାଟସ୍‌ଆପ୍‌ର ନୂଆ ଫିଚର ଆସିବା ପରେ ଭଏସ୍ ମେସେଜ୍ ଗୁଡିକୁ ୩ଟି ଭିନ୍ନ-ଭିନ୍ନ ସ୍ପିଡରେ ଶୁଣିପାରିବେ। ୟୁଜର 1x, 1.5x, ଏବଂ 2x (ଅର୍ଥାତ୍ ନର୍ମାଲ, 1.5 ଗୁଣା ଅଧିକ ଏବଂ ୨ ଗୁଣା ଅଧିକ) ସ୍ପିଡରେ ଶୁଣିପାରିବେ। ଏହା ପୂର୍ବରୁ ଆପଣ କେବଳ ନର୍ମାଲ ସ୍ପିଡରେ ଶୁଣି ପାରୁଥିଲେ।

ଏତଦ୍ ବ୍ୟତୀତ ହ୍ଵାଟସ୍‌ଆପ୍ ମେସେଜ୍ ରିଆକ୍ସନ ଫିଚର ଉପରେ ମଧ୍ୟ କାମ କରୁଛି। ଯେପରିକି ଫେସବୁକ୍, ଇନଷ୍ଟାଗ୍ରାମରେ ମେସେଜ୍ ରିଆକ୍ସନ ରହିଥାଏ ସେହିଭଳି ହ୍ଵାଟସଆପରେ ମେସେଜରେ ରିଆକ୍ସନ୍ ଦେଇପାରିବେ। ଗ୍ରୁପ୍ ଚାଟ୍ ପାଇଁ ଏହି ସୁବିଧା ଉପଲବ୍ଧ ହେବ।


Share It

Comments are closed.