ସୁଶାନ୍ତଙ୍କ ମୋବାଇଲ ଏବଂ ଲାପଟପରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ କରାଯାଇଛି ଡିଲିଟ, ଫରେନସିକ ଟେଷ୍ଟିଙ୍ଗରୁ ପଡିଲା ଜଣା


ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଯେପରି ମାମଲା ଆଗକୁ ବଢ଼ୁଛି ସେହିପରି ସନ୍ଦେହ ବଢ଼ି ବଢ଼ି ଚାଲିଛି ଯେ ଏହା ଆତ୍ମହତ୍ୟା ନା ଷଡ଼ଯନ୍ତ୍ର ଜନିତ ହତ୍ୟା। ଏଥିପାଇଁ ସନ୍ଦେହ ବଢ଼ୁଛି କାରଣ ସୁଶାନ୍ତଙ୍କ ମୋବାଇଲ୍ ଏବଂ ଲାପଟପରୁ ତଥ୍ୟ ଏପଟସେପଟ ହୋଇଛି,କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା ଜିନିଷକୁ ମଧ୍ୟ ଘଣ୍ଟା ଯାଇଛି। ସିବିଆଇର ଫରେନସିକ୍ ଟିମ୍ କହିଛି ଯେ ତାଙ୍କ ମୃତ୍ୟୁ ପରେ ମୋବାଇଲର କେତେକ ଡାଟା ସହ ଅପବ୍ୟବହାର ହୋଇଛି। ଲାପଟପରୁ ମଧ୍ୟ କେତେକ ଡାଟା ଡିଲିଟ୍ କରାଯାଇଛି। ଏହି ମାମଲାରେ ସିବିଆଇ ଯାଞ୍ଚ ଅଧିକାରୀ ଭୂଷଣ ବେଲନକର ଏବଂ ଜଗତାପ ସିଂହଙ୍କୁ ସମନ ଜାରି କରି ବୁଧବାର ଡକାଯାଇଛି। ସେହିପରି ଏମ୍ସ୍ ସିଏଫଏସଏଲ ରିପୋର୍ଟ ପରେ କହିଛି ଯେ ଏହି ମାମଲାରେ ହତ୍ୟା ଆଙ୍ଗଲରେ ଯାଞ୍ଚ କରାଯାଉ,କାରଣ ଜୁନ୍ ୧୪ତାରିଖରେ ହୋଇଥିବା ଘଟଣା ପରେ ଅଧିକାଂଶ ଜିନିଷ ଏପଟ ସେପଟ କରାଯାଇଛି ଏବଂ ମିଳିଥିବା ଜିନିଷରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଫିଙ୍ଗର ପ୍ରିଣ୍ଟର ଚିହ୍ନ ରହିଛି। ମଙ୍ଗଳବାର ଡିସିପିଙ୍କୁ ସିବିଆଇ ରିୟାଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟ​‌ରେ ପଚାରିଥିଲା। ମଙ୍ଗଳବାର ପୁଣି ଥରେ ସିଦ୍ଧାର୍ଥ ପିଠାନୀ,କୁକ୍ ନୀରଜ ସିଂହ,ରଜତ ମେୱାନୀ,କେଶବ ବଚନେର,ଦୀପେଶ ସାୱନ୍ତଙ୍କ ବ୍ୟତୀତ ସିଏ ସନ୍ଦୀପ ଶ୍ରୀଧରଙ୍କୁ ମଧ୍ୟ ସିବିଆଇ ପଚରାଉଚୁରା କରିଥିଲା। ସିବିଆଇଙ୍କ ମୁତାବକ ଏହି ମାମଲାରେ ଏପରି ଅନେକ ସାକ୍ଷ୍ୟ ସାମନାକୁ ଆସିଛି ଯେଉଁଥିରୁ ଲାଗୁଛି ଯେ ସୁଶାନ୍ତଙ୍କ ମୃତ୍ୟୁ କିପରି ହୋଇଛି ତାହା ପ୍ରଶ୍ନ ନୁହେଁ,ବରଂ ଏହା ପଛରେ ଏକ ଷଡ଼ଯନ୍ତ୍ର ଦେଖିବାକୁ ମିଳୁଛି। ଏହି ମାମଲାରେ ସିବିଆଇ କହିଛି ଯେ ତଦନ୍ତରେ ୪୮ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ, ଫରେନସିକ୍ ରିପୋର୍ଟ ଆସିଗଲେ ସମସ୍ତଙ୍କ ବୟାନ୍ ପୂରାପୂରି କ୍ଲିୟର ହୋଇଯିବ। ସିବିଆଇର ଫରେନସିକ୍ ରିପୋର୍ଟ ମୁତାବକ ସୁଶାନ୍ତଙ୍କ ଲାପଟପକୁ ଜୁନ୍ ୧୪ତାରିଖ ପରେ ପାଖାପାଖି ୪ରୁ ୫ଥର ଖୋଲା ଯାଇଛି ଏବଂ ତାଙ୍କ ୨ଟି ଡ୍ରାଇଭ ମଧ୍ୟରୁ କିଛି ଡାଟା ଡିଲିଟ୍ କରାଯାଇଛି। କେବଳ ଏତିକି ନୁହେଁ,ସୁଶାନ୍ତଙ୍କ ମିଳିଥିବା ୩ଟି ଫୋନରୁ ୨ଟି ଫୋନ୍କୁ ଅତି କମରେ ୫ରୁ ୭ଥର ଖୋଲା ଯାଇଛି। ତାହା ଅନେକ ସମୟ ଯାଏଁ ବ୍ୟବହାର କରାଯାଇଛି।


Share It

Comments are closed.