ଲୋ ବ୍ଲଡପ୍ରେସର ନିୟନ୍ତ୍ରଣ କରିବାର ଉପାୟ ଜାଣନ୍ତୁ


ଆପଣ ନିଶ୍ଚୟ ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତ ଚାପ ସମ୍ପର୍କରେ ଜାଣିଥିବେ । ସାଧାରଣ ରକ୍ତଚାପ ୮୦ରୁ ୧୨୦ ଏମଏମଏଚଜି ମଧ୍ୟରେ ରହିବା ଆବଶ୍ୟକ । ଉଚ୍ଚ ରକ୍ତ ଚାପ ଯୋଗୁଁ ମସ୍ତିଷ୍କ, ହୃଦୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ଆବଶ୍ୟକତା ଠାରୁ ଅଧିକ ପହଞ୍ଚିଥିବାବେଳେ ନିମ୍ନ ରକ୍ତ ଚାପ ଯୋଗୁଁ ଆବଶ୍ୟକତା ଠାରୁ କମ ପରିମାଣର ରକ୍ତ ପହଞ୍ଚିଥାଏ । ସାଧରଣତଃ ନିମ୍ନ ରକ୍ତ ଚାପର ପ୍ରଭାବ ଜଣେ ବସିଥିବା ସ୍ଥାନରୁ ହଠାତ୍ ଉଠିଲା ପରେ ଜଣାଯାଇଥାଏ । ଆପଣ ଯଦି ଅତ୍ୟଧିକ ମାତ୍ରାରେ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଖୁବ ଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ ।
୧. ଅଳ୍ପ ଅଳ୍ପ କରି ବହୁତ ଥର ଖାଆନ୍ତୁ – ଏକାଥରେ ଅଧିକ ଖାଇବା ଠାରୁ ଅଳ୍ପ ଅଳ୍ପ କରି ବହୁତ ଥର ଖାଇବା ଦ୍ୱାରା ଏହା ରକ୍ତ ଚାପ ଉପରେ ଭଲ ପ୍ରଭାବ ପକାଇଥାଏ । ଏହା ଯୋଗୁଁ ଖାଦ୍ୟ ଦ୍ୱାରା ଶରୀରରେ ପଡୁଥିବା ଚାପକୁ ନିୟନ୍ତ୍ରଣ କରାଯାଇପାରିଥାଏ । ଦୈନନ୍ଦିନ ୫ଥର ଖାଦ୍ୟ ଏଭଳି ଖାଆନ୍ତୁ ।
୨. ଆବଶ୍ୟକ ପରିମାଣର ଲୁଣ ଖାଆନ୍ତୁ – ନିମ୍ନ ରକ୍ତ ଚାପ କିମ୍ବା ଉଚ୍ଚ ରକ୍ତ ଚାପରେ ଲୁଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ମାତ୍ରାଧିକ ଲୁଣ ଖାଇବା ଶରୀର ପାଇଁ କ୍ଷତି କାରକ । ଉଚ୍ଚ ରକ୍ତ ଚାପରେ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ କିନ୍ତୁ ନିମ୍ନ ରକ୍ତ ଚାପରେ ଲୁଣ ଶରୀରକୁ ଲାଭ ପ୍ରଦାନ କରିଥାଏ । କଞ୍ଚା ଲୁଣ ଠାରୁ ଲୁଣ ଭାଜି ରଖି ଖାଇବା ଭଲ ।
୩. ଅଧିକ ତରଳ ପିଅନ୍ତୁ – ରକ୍ତ ଚାପ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ବିଭିନ୍ନ ଜୁସ କିମ୍ବା ତରଳ ପଦାର୍ଥକୁ ପିଇପାରିବେ । ଦିନକୁ ୨ରୁ ୩ଲିଟର ପାଣି ପିଇବା ଖୁବ ଭଲ । ନିମ୍ନ ରକ୍ତ ଚାପର ମୁଖ୍ୟ କାରଣ ହେଉଛି ଡିହାଇଡ୍ରେସନ ତେଣୁ ଉପଯୁକ୍ତ ପରିମାଣର ପାଣି ପାଇବା ଦ୍ୱାରା ଏହା ଶରୀରରେ ଚାପର ମାତ୍ରା ନିୟନ୍ତ୍ରଣ କରିଥାଏ । ନିମ୍ନ ରକ୍ତ ଚାପ ପାଇଁ ଡାଳିମ୍ବ ଜୁସ ଖୁବ ଭଲ ।
୪. କଫି – ନିମ୍ନ ରକ୍ତ ଚାପରେ କଫି ପିଇବା ଦ୍ୱାରା ହଠାତ୍ ରକ୍ତ ଚାପରେ ବୃଦ୍ଧି ଆସିଥାଏ । ଉଚ୍ଚ ରକ୍ତ ଚାପ ଯୁକ୍ତ ବ୍ୟକ୍ତି କଫି ଚାହା ପିଇବା ଅନୁଚିତ । ସେହିପରି ନିମ୍ନ ରକ୍ତ ଚାପରେ କଫି ଏବଂ ଚାହା ଶରୀର ପାଇଁ ଖୁବ ଭଲ ।
୫. ତୁଳସୀ ପତ୍ର – ତୁଳସୀରେ ଉଚ୍ଚ ମାତ୍ରାର ପୋଟାସିୟମ, ମ୍ୟାଗ୍ନେସିୟମ ଏବଂ ଭିଟାମିନ ସି ରିହିଛି ଯାହା ଆପଣଙ୍କ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ ।
୬. ଆଲମଣ୍ଡ ମିଲ୍କ – ରାତିରେ ୩ରୁ ୪ଟି ଆଲମଣ୍ଡ ଭିଜାଇ ରଖନ୍ତୁ । ଏହାକୁ ଦୁଗ୍ଧ ସହିତ ଗ୍ରାଇଣ୍ଡ କରି ଆଲମଣ୍ଡ ମିଲ୍କ ପିଅନ୍ତୁ । ଏଥିରେ ଥିବା ଓମେଗା -୩ ଫ୍ୟାଟି ଏସିଡ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ଆଲମଣ୍ଡ ମିଲ୍କ ନିମ୍ନ ରକ୍ତ ଚାପ ପାଇଁ ଖୁବ ଭଲ ।


Share It

Comments are closed.