କିଭଳି ଜାଣିବେ ଯେ ଆପଣଙ୍କ ଭାଗ୍ୟରେ ରାଜଯୋଗ ଆସିଯାଇଛି


ଜ୍ୟୋତିର୍ବିଦ୍‌‌ ଙ୍କ ମତାନୁଯାୟୀ, ନବମ ସ୍ଥାନର ଗ୍ରହ ଜାତକରେ ରାଜଯୋଗ ସୃଷ୍ଟି କରିଥାଆନ୍ତି ବୋଲି କୁହାଯାଏ। ଯେକୌଣସି ଜାତକରେ ନବମ ସ୍ଥାନ ଭାଗ୍ୟ ବିଷୟରେ ବହୁ କିଛି ତଥ୍ୟ ଜଣାଇଥାଏ ବୋଲି ମାନ୍ୟତା ରହିଛି। ଜାତକରେ ନବମ ସ୍ଥାନ ଧର୍ମ ଓ କର୍ମ ବିଷୟରେ ମଧ୍ୟ ସୂଚନା ଦେଇଥାଏ। ଏହାସହ ଏହାର ଉତ୍ତମ ପ୍ରଭାବରୁ ହିଁ ବ୍ୟକ୍ତିଙ୍କର ଉନ୍ନତି ହୋଇଥାଏ। ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା.

ଜାତକରେ ନବମ ସ୍ଥାନରେ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ବୃହସ୍ପତି ରହିବା ଦ୍ୱାରା ଜାତକରେ ରାଜଯୋଗର ସୁଖପ୍ରାପ୍ତ ହୋଇଥାଏ। ଯେଉଁମାନଙ୍କ ଜାତକରେ ଗ୍ରହ ଏଭଳି ସ୍ଥିତିରେ ଥାଏ, ଉଚ୍ଚ ପଦବୀ ପ୍ରାପ୍ତ ହୋଇଥାଏ। ସେହିପରି ନବମ ସ୍ଥାନ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଏ। ଏହାସହ ଏହାକୁ ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଏ। ଜାଣନ୍ତୁ କେଉଁ ରାଶିରେ କେଉଁ ସମୟରେ ରାଜଯୋଗର ସୁଖପ୍ରାପ୍ତି ହୋଇଥାଏ..

ମେଷ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ ନବମ ଓ ଦଶମ ସ୍ଥାନରେ ମଙ୍ଗଳ ଓ ଗୁରୁ ବିରାଜମାନ ହେଲେ ରାଜଯୋଗ ଭଳି ସୁଖ ପ୍ରାପ୍ତ ହୋଇଥାଏ।

ବୃଷ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ଶୁକ୍ର ଓ ଶନି ବିରାଜମାନ ଥିଲେ, ଶନି ଦ୍ୱାରା ସୃଷ୍ଟି ହେଉଥିବା ରାଜଯୋଗର ଖୁବ ମହତ୍ତ୍ୱ ହୋଇଥାଏ।

ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ବୁଧ ଓ ଶନି ବିରାଜମାନ ଥିଲେ ରାଜଯୋଗ ଭଳି ସୁଖ ପ୍ରାପ୍ତ ହୋଇଥାଏ।

କର୍କଟ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ ନବମ ଓ ଦଶମ ସ୍ଥାନରେ ଚନ୍ଦ୍ରମା ଓ ବୃହସ୍ପତି ଥିଲେ ରାଜଯୋଗର ସୁଖ ପ୍ରାପ୍ତି ହୋଇଥାଏ।

ସିଂହ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ସୂର୍ଯ୍ୟ ଓ ମଙ୍ଗଳ ବିରାଜମାନ ଥିଲେ ରାଜଯୋଗର ସୁଖ ପ୍ରାପ୍ତି ହୋଇଥାଏ।

କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ବୁଧ ଓ ଶୁକ୍ର ରହିଲେ ରାଜଯୋଗର ସୁଖ ପ୍ରାପ୍ତ ହୋଇଥାଏ।

ତୁଳା ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ଶୁକ୍ର ଓ ବୁଧ ରହିଲେ ରାଜଯୋଗ ଆସିଥାଏ।

ବିଛା ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ସୂର୍ଯ୍ୟ ଓ ମଙ୍ଗଳ ରହିଲେ ରାଜଯୋଗ ଆସିଥାଏ।

ଧନୁ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ସୂର୍ଯ୍ୟ ଓ ଗୁରୁ ରହିଲେ ରାଜଯୋଗ ଆସିଥାଏ।

ମକର ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ବୁଧ ଓ ଶନି ରହିଲେ ରାଜଯୋଗର ସୁଖ ପ୍ରାପ୍ତି ହୋଇଥାଏ।

କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ନବମ ଓ ଦଶମ ସ୍ଥାନରେ ଶୁକ୍ର ଓ ଶନି ରହିଲେ ରାଜଯୋଗ ଆସିଥାଏ।

ମୀନ ରାଶି – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ ନବମ ଓ ଦଶମ ସ୍ଥାନରେ ଗୁରୁ ଓ ମଙ୍ଗଳ ରହିଲେ ରାଜଯୋଗର ସୁଖ ଆସିଥାଏ।


Share It

Comments are closed.