ଗଣତନ୍ତ୍ର ଦିବସ ବ୍ୟତୀତ ଏହି କାରଣରୁ ମଧ୍ୟ ସ୍ୱତନ୍ତ୍ର ହୋଇଥାଏ ଜାନୁଆରୀ ୨୬


ଜାନୁଆରୀ ୨୬ ତାରିଖରେ ସମଗ୍ର ଭାରତରେ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ । ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ହୋଇଥାଏ । ତେବେ ଜାନୁଆରୀ ୨୬ ତାରିଖ ଇତିହାସରେ ଭାରତ ପାଇଁ ଅନ୍ୟ କେତେକ କାରଣରୁ ମଧ୍ୟ ସ୍ୱତନ୍ତ୍ର ହୋଇଥାଏ । ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଜାନୁଆରୀ ୨୬ ଭାରତ ପାଇଁ ସ୍ୱତନ୍ତ୍ର ହୋଇଥାଏ ।
. ୧୯୫୬: ୧୯୫୬ ଜାନୁଆରୀ ୨୬ ତାରିଖରେ ମୋଗଲ ସମ୍ରାଟ ବାବରଙ୍କ ପୁଅ ହୁମାୟୁଁଙ୍କ ମୃତ୍ୟୁ ହୋଇଥିଲା ।
. ୧୯୩୦: ବ୍ରିଟିଶ ଶାସନ ଅଧୀନରେ ଭାରତରେ ପ୍ରଥମ ଥର ପାଇଁ ସ୍ୱରାଜ ଦିବସ ପାଳିତ ହୋଇଥିଲା ।
. ୧୯୩୧: ‘ସବିନୟ ଅବଜ୍ଞା ଆନ୍ଦୋଳନ’ ସମୟରେ ବ୍ରିଟିଶ ସରକାରଙ୍କ ସହ ଆଲୋଚନା କରିବା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା ।
. ୧୯୪୯: ସମ୍ବିଧାନ ସଭାର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ଭାରତର ସମ୍ବିଧାନ ହସ୍ତାନ୍ତର କରାଯାଇଥିଲା । ଏହି ଦିନ ସମ୍ବିଧାନର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା ।
. ୧୯୫୦: ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିତ ଗଣରାଜ୍ୟ ଘୋଷିତ ହୋଇଥିଲା ଏବଂ ଭାରତର ସମ୍ବିଧାନ ଲାଗୁ ହୋଇଥିଲା ।
. ୧୯୫୦: ସ୍ୱତନ୍ତ୍ର ଭାରତର ପ୍ରଥମ ଓ ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତୀ ରାଜଗୋପାଳାଚାରି ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ଡଃ ରାଜେନ୍ଦ୍ର ପ୍ରସାଦ ଦେଶର ପ୍ରଥମ ରାଷ୍ଟ୍ରପତି ହୋଥିଲେ ।
. ୧୯୫୦: ଅଶୋକ ସ୍ତମ୍ଭକୁ ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ ରୂପରେ ଗ୍ରହଣ କରାଯାଇଥିଲା ।
. ୧୯୬୩: ମୟୂରର ଆକର୍ଷଣୀୟ ସୌନ୍ଦର୍ଯ୍ୟ କାରଣରୁ ଭାରତ ସରକାର ୨୬ ଜାନୁଆରୀ ୧୯୬୩ରେ ଏହାକୁ ରାଷ୍ଟ୍ରୀୟ ପକ୍ଷୀ ଘୋଷଣା କରିଥିଲେ ।
. ୧୯୭୨: ଦିଲ୍ଲୀର ଇଣ୍ଡିଆ ଗେଟଠାରେ ରାଷ୍ଟ୍ରୀୟ ସ୍ମାରକ ଅମର ଯବାନ ଜ୍ୟୋତିକୁ ସ୍ଥାପିତ କରାଯାଇଥିଲା ।


Share It

Comments are closed.