କୌଣସି କୋଚିଙ୍ଗ ନ ନେଇ ମଧ୍ୟ ନିଜର ଏହି ୧୦+୮+୬ ଟେକନିକ ଦ୍ୱାରା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରଛନ୍ତି ମଡେଲ ଐଶ୍ୱର୍ଯ୍ୟା


କିଛି ଦିନ ଆଗରୁ ୟୁପିଏସସି ସିଭିଲ ସର୍ଭିସର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ପୁର୍ବରୁ ମିସ ଇଣ୍ଡିଆ ଫାଇନାଲିଷ୍ଟ ରହିସାରିଥିବା ଐଶ୍ୱର୍ଯ୍ୟା ଶ୍ୟୋରାନ ଏହି ପରୀକ୍ଷାରେ ୯୩ ର‌୍ୟାଙ୍କ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କିଭଳି ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ଐଶ୍ୱର୍ଯ୍ୟା ଗ୍ଲାମର ଦୁନିଆରେ ଥାଇ ମଧ୍ୟ ୟୁପିଏସସି ପରୀକ୍ଷା ପାଇଁ କିଛି ନିମୟର ଅନୁସରଣ କରୁଥିଲେ । ସେ କହିଛନ୍ତି ଯେ ମୁଁ ଦିଲ୍ଲୀ ଟାଇମ୍ସ ଫ୍ରେସ କେସ ସହିତ ନିଜର ଯାତ୍ରା ଅରମ୍ଭ କରିଥିଲି ଏବଂ ଏହାପରେ ଅନେକ ପ୍ରୋଜେକ୍ଟ ମୋ ପାଖକୁ ଆସିଥିଲା, ମୋତେ ମଡେଲିଙ୍ଗ ଦୁନିଆରେ ପାଦ ରଖିବା ପାଇଁ ମିସ ଇଣ୍ଡିଆରେ ଭାଗ ନେବା ପାଇଁ କୁହାଗଲା ।

Image: Latestly

ମଡେଲିଙ୍ଗ ଜଗତରେ ପାଦ ଥାପିବାର ସ୍ୱପ୍ନ ମୋ ମାଙ୍କର ଥିଲା । ସେଥିପାଇଁ ସେ ମୋର ନାମ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ନାମରେ ରଖିଥିଲେ । ମଡେଲିଙ୍ଗ ମୋ ପାଇଁ ଏକ ସଂଯୋଗ ରୂପରେ ଆସିଲା । ନିଜ ମାଙ୍କ ସହିତ ସପିଙ୍ଗ ମଲରେ କିଣାକିଣି କରୁଥିବା ସମୟରେ ସେଠାରେ ଆୟୋଜିତ ଦିଲ୍ଲୀ ଟାଇମ୍ସ ଫ୍ରେସ କେସ ପ୍ରତିଯୋଗୀତାରେ ମୁଁ ଭାଗ ନେଇଗଲି । ଏହିଠାରୁ ହିଁ ମୋ ମଡେଲିଙ୍ଗ ଯାତ୍ରା ଆରମ୍ଭ ହେଲା ।”ସେ କଲେଜରେ ଦ୍ୱିତୀୟ ବର୍ଷରେ ଥିବା ସମୟରେ ମିସ ଇସ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇଥିଲେ, ଯାହା ପରଠାରୁ ତାଙ୍କୁ ଅନେକ ମଡେଲିଙ୍ଗ ଅଫର ଆସିବାକୁ ଲାଗିଲା ।
Image: TOI

ସେ କହିଛନ୍ତି ଯେ ମୋର ୟୁପିଏସ ପରୀକ୍ଷା ଦେବାର ମନଥିଲା । ଯାହାପରେ ୨୦୧୮ ମେ ପର୍ଯ୍ୟନ୍ତ ନିଜର ସମସ୍ତ ମଡେଲିଙ୍ଗ ଆସାଇନମେଂଟକୁ ପୂରା କରି ନିଜକୁ ସିଭିଲ ସର୍ଭିସର ପ୍ରସ୍ତୁତି ପାଇଁ ସମର୍ପିତ କରିଦେଲି । ମୁଁ ସମସ୍ତ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ନିଜକୁ ଦୂର କରିଦେଇଥିଲି । ମୁଁ ଏଭଳି କୌଣସି କାର୍ଯ୍ୟ କରିବାକୁ ଚାହୁଁନଥିଲି ଯାହାଦ୍ୱାରା ମୋ ଧ୍ୟାନରେ ବ୍ୟାଘାତ ସୃଷ୍ଟି ହେବ ।
image: Quora

ସେ ପିଲାଦିନରୁ ହିଁ ପାଠରେ ଭଲ ଥିଲେ । ୟୁପିଏସସିରେ ସଫଳତା ପାଇବା ପାଇଁ ସେ ଏକ ବହୁତ ସରଳ କିନ୍ତୁ କଡ଼ା ପରିଶ୍ରମ ବାଲା କୌଶଳ ଆପଣାଇଥିଲେ । ସେ କହିଛନ୍ତି ଯେ ମୋ ପାଖରେ ସବୁବେଳେ ଗୋଟିଏ ସରଳ କୌଶଳ ଥିଲା ଯାହାକୁ ମୁଁ ୨୦୧୮-୧୯ ମଧ୍ୟରେ ପାଳନ କରିଥିଲି । ୨୦୧୮ରୁ ମୁଁ ୟୁପିଏସି ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । ମୋ ସଫଳତାର ମନ୍ତ୍ର ୧୦+୮+୬ ଅର୍ଥାତ ୧୦ଘଂଟା ପାଠପଢ଼ା, ୮ ଘଂଟା ନିଦ ଏବଂ ୬ଘଂଟା ଅନ୍ୟ ଆକ୍ଟିଭିଟି କରିବା ।

ଜଣାଇଦେଉଛୁ ଯେ ଐଶ୍ୱର୍ଯ୍ୟା ଏଥିପାଇଁ କୌଣସି କୋଚିଙ୍ଗ କ୍ଲାସ ନେଇନାହାନ୍ତି । ସେ କହିଛନ୍ତି ଯେ, “ କୋଚିଙ୍ଗରେ ସାମିଲ ହେବା ବ୍ୟକ୍ତିଗତ ପସନ୍ଦ । ମୁଁ ପିଲା ଦନରୁ ହିଁ ସେଲ୍‌ଫ ଷ୍ଟଡିଜ ଫର୍ମୁଲା ଉପରେ ବିଶ୍ୱାସ କରିଆସୁଛି ।”


Share It

Comments are closed.