ନେତାଜୀଙ୍କ ବିଚକ୍ଷଣ ବୁଦ୍ଧିରେ ପ୍ରଭାବିତ ହୋଇଥିଲେ ହିଟଲର୍‌


୨୩ ଜାନୁଆରୀ ୧୮୯୭ରେ ଓଡିଶାର କଟକରେ ଏକ ସମ୍ପନ୍ନ ବଙ୍ଗାଳୀ ପରିବାରରେ ଜନ୍ମିତ ସୁବାଷ ଚନ୍ଦ୍ର ବୋଷ ଯେକୌଣସି ସ୍ଥିତିରେ ନିଜ ଦେଶ ପାଇଁ ସ୍ୱାଧୀନତା ହାସଲ କରିବାକୁ ଚାହୁଁଥିଲେ । ନେତାଜୀ ଭାରତକୁ ଇଂରେଜଙ୍କ କବଳରୁ ମୁକ୍ତ କରାଇବା ପାଇଁ ଜାପାନ ସହଯୋଗରେ ଆଜାଦ୍ ହିନନ୍ଦ୍ ଫୌଜ୍‌ର ଗଠନ କରିଥିଲେ । ଏହବ୍ୟତୀତ ନେତାଜୀ ବିଶ୍ୱର ଶକ୍ତଶାଳୀ ନେତାମାନଙ୍କ ମଧ୍ୟ ଭେଟୁଥିଲେ ଯାହାଫଳରେ ସେମାନଙ୍କ ସହଯୋଗରେ ସେ ଭାରତକୁ ସ୍ୱାଧୀନ କରାଇପାରିବେ ।
ଏହି କ୍ରମରେ ନେତାଜୀ ଥରେ ହିଟ୍‌ଲର୍‌ଙ୍କୁ ଭେଟିବାକୁ ଯାଇଥିଲେ । ସେଠାରେ ନେତାଜୀଙ୍କଚ ଏକ ରୁମ୍‌ରେ ବସାଇ ଦିଆଯାଇଥିଲା । ଏହି ସମୟରେ ୨ୟ ବିଶ୍ୱ ଯୁଦ୍ଧ ଚାଲିଥିଲା ଓ ହିଟ୍‌ଲରଙ୍କ ଜୀବନ ପ୍ରତି ବିପଦ ରହିଥିଲା । ଏହି କାରଣରୁ ସେ ନିଜ ଆଖପାଖରେ ବଡି ଡବଲ୍ ରଖୁଥିଲେ; ଯିଏକି ଠିକ୍ ତାଙ୍କ ଭଳି ଦେଖାଯାଉଥିଲେ । କିଛି ସମୟରେ ପରେ ନେତାଜୀଙ୍କୁ ଭେଟିବା ପାଇଁ ହିଟଲରଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଆସିଥିଲେ ଓ ନେତାଜୀଙ୍କ ଆଡକୁ ହାତ ବଢାଇଥିଲେ । ନେତାଜୀ ତାଙ୍କ ସହ ହାତ ମିଳାଇଥିଲେ ସତ କିନ୍ତୁ ହସି ହସି କହିଥିଲେ ଆପଣ ହିଟଲର ନୁହନ୍ତି ମୁଁ ତାଙ୍କୁ ଭେଟିବାକୁ ଆସିଛି । ପରେ ସେ ବ୍ୟକ୍ତି ଜଣଙ୍କ ସେଠାରୁ ଫେରିଯାଇଥିଲେ । କିଛି ସମୟ ପରେ ହିଟଲରଙ୍କ ଭଳି ଦେଖାଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ଆସିଥିଲେ । ହାତ ମିଳାଇବା ପରେ ନେତାଜୀ ତାଙ୍କୁ ମଧ୍ୟ କହିଥିଲେ ଯେ, ସେ ହିଟଲରଙ୍କୁ ଭେଟିବାକୁ ଆସିଛନ୍ତି, ନା କି ତାଙ୍କ ବଡି ଗାର୍ଡସଙ୍କୁ । କିଛି ସମୟ ପରେ ନିଜେ ହିଟ୍‌ଲର ଆସିଥିଲେ ଓ ନେତାଜୀ ତାଙ୍କୁ ଚିହ୍ନିଦେଇଥିଲେ । ନେତାଜୀ କହିଥିଲେ, ମୋ ନା ସୁବାଷ ଚନ୍ଦ୍ର ବୋଷ, ମୁଁ ଭାରତରୁ ଆସିଛି । କିନ୍ତୁ ହାତ ମିଳାଇବା ପୂର୍ବରୁ ଦୟା କରି ଗ୍ଲୋଭ୍‌ସ ବାହାର କରିଦିଅନ୍ତୁ କାରଣ ମୁଁ ବନ୍ଧୁତା ମଧ୍ୟରେ କୌଣସି ବାଧା ଚାହୁଁନାହିଁ । ନେତାଜୀଙ୍କ ଆତ୍ମବିଶ୍ୱାସପୂର୍ଣ୍ଣ ସ୍ୱର ହିଟଲରଙ୍କୁ ପ୍ରଭାବିତ କରିଥିଲା । ହିଟଲର ତତ୍କାଳ ପଚାରିଥିଲେ ଆପଣ ମୋ ବଡି ଗାର୍ଡସମାନଙ୍କୁ କିଭଳି ଚିହ୍ନିପାରିଲେ । ଜବାବରେ ନେତାଜୀ କହିଥିଲେ, ସେମାନେ ଅଭିବାଦନ ପାଇଁ ପ୍ରଥମେ ହାତ ବଢାଇଥିଲେ କିନ୍ତୁ ବାସ୍ତବରେ ଏଭଳି କେବଳ ଅତିଥି କରିଥାନ୍ତି । ନେତାଜୀଙ୍କ ବୁଦ୍ଧିମତା ଦେଖି ହିଟଲର ତାଙ୍କ ପ୍ରଶଂସକ ହୋଇଯାଇଥିଲେ ।
ହିଟଲର ନିଜ ଆତ୍ମକଥା ମେନ୍ କାମ୍ପରେ ଅନେକ ଥର ଭାରତୀୟଙ୍କୁ ସମାଲୋଚନା କରିଥିଲେ କିନ୍ତୁ ନେତାଜୀ ଏହାକୁ ତର୍କ ସହ ଖଣ୍ଡନ କରିଥିଲେ । ହିଟଲରଙ୍କୁ ନେତାଜୀଙ୍କ କଥା ମାନିବାକୁ ପଡିଥିଲା ଓ ସେ ନିଜ ଆତ୍ମକଥାର ପରବର୍ତୀ ସଂସ୍କରଣରେ ପୁସ୍ତକର ସେହି ଅଂଶକୁ ହଟାଇ ଦେଇଥିଲେ ।


Share It

Comments are closed.