ଜେନେଭା ଚୁକ୍ତି କ’ଣ ଏବଂ ଏହା ପଛରେ କ’ଣ ରହିଛି ଆଇନ କାନୁନ ? ଜାଣନ୍ତୁ


ଏୟାର ଫୋର୍ସର କମାଣ୍ଡର ପାଇଲଟଙ୍କୁ ଅଭିନନ୍ଦନଙ୍କୁ ପାକିସ୍ତାନ କବଜାରେ ରଖିଥିବା ଘଟଣା ଦେଶରେ ଚର୍ଚ୍ଚାରେ ରହିଛି । ଆପଣ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପାକିସ୍ତାନ ପକ୍ଷରୁ ତାଙ୍କର ଅତ୍ୟାଚାରର ଭିଡିଓ ଦେଖିଥିବେ । ଗୁରୁବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ପାର୍ଲାମେଣ୍ଟରେ ଶୁକ୍ରବାର ଦିନ ତାଙ୍କୁ ଭାରତକୁ ଛଡାଯିବାର ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ପର୍କିତ ଖବର ପ୍ରସାରଣ ସମୟରେ ଆପଣ ଜେନେଭା ଚୁକ୍ତି ସମ୍ପର୍କରେ ଶୁଣିଥିବେ । ତେବେ ଆପଣ ଜାଣନ୍ତି କି ଜେନେଭା ଚୁକ୍ତି କଣ, ଆସନ୍ତୁ ଜାଣିବା ଏହି ଜେନେଭା ଚୁକ୍ତି ସମ୍ପର୍କରେ . . . . .
୧. ଏହି ଚୁକ୍ତି ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୯ ମସିହାରେ ପ୍ରସ୍ତୁତ କରାଯାଇଥିଲା । ଯୁଦ୍ଧ ସମୟରେ ମାନବତ୍ୱ ଅବଲମ୍ବନ ପାଇଁ ଏହି ସନ୍ଧିର ପ୍ରସ୍ତୁତ କରାଯାଇଥିଲା ।
୨. ଏହି ଜେନେଭା ସନ୍ଧି ଅନୁଯାୟୀ ଯଦି ଯୁଦ୍ଧ ସମୟରେ କୌଣସି ଦେଶ ବିରୋଧି ଦେଶର ସୈନ୍ୟଙ୍କୁ କବଜାରେ ନେଲେ ସେମାନଙ୍କ ପ୍ରତି ମାନବତ୍ୱ ପ୍ରଦର୍ଶନ କରିବେ ।
୩. ଏହି ସନ୍ଧି ଅନୁଯାୟୀ ଉଭୟ ପୁରୁଷ ଏବଂ ମହିଳା ସୈ÷ନିକଙ୍କ ସହିତ ସମାନ ପ୍ରକାରର ବ୍ୟବହାର ପ୍ରଦର୍ଶନ କରାଯିବା ଉଚିତ ।
୪. ସୈନିକକୁ ଗିରଫ କରିବା ପରେ ତାଙ୍କ ନାମ ଏବଂ ର‌୍ୟାଙ୍କ ବ୍ୟତୀତ ଅନ୍ୟ କିଛି ତଥା ଲିଙ୍ଗ, ଜାତି, ଧର୍ମ, ପେଶା ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ ନାହିଁ ।
ଏହି ସମସ୍ତ ନିୟମ ଅନୁଯାୟୀ ପାକିସ୍ତାନକୁ ଭାରତୀୟ ସୈନ୍ୟ ଅଭିନନ୍ଦନଙ୍କ ପ୍ରତି ମାନବୀୟ ବ୍ୟବହାର କରିବା ଉଚିତ । କିନ୍ତୁ ପାକିସ୍ତାନ ଏହାର ଉଲଂଘନ କରିଛି ବୋଲି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଅଭିନନ୍ଦନଙ୍କୁ ଗତ ଦୁଇ ଦିନ ତଳେ ପାକିସ୍ତାନ ସେନା କବଜାକୁ ନେଇଥିଲେ । ଏହାପରେ ତାଙ୍କୁ ଅତ୍ୟାଚାର କରୁଥିବାର ଦୁଇଟି ଭିଡିଓ ଜାରି ହୋଇଥିଲା ଏବଂ ପରେ ସେ ଚାହା ପିଉଥିବା ସମୟରେ ପାକିସ୍ତାନ ତାଙ୍କର ସଠିକ ଧ୍ୟାନ ନେଉଛି ବୋଲି ଏକ ଭିଡିଓ ମଧ୍ୟ ଜାରି ହୋଇଥିଲା ।


Share It

Comments are closed.