ୱେଷ୍ଟର୍ଣ୍ଣ ୟୁନିୟନ ଏବଂ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ମଧ୍ୟରେ ସହବନ୍ଧିତା


ଭୁବନେଶ୍ୱର: କ୍ରସ ବର୍ଡର ତଥା ବିଦେଶୀ ମୁଦ୍ରା (କ୍ରସ-କରେନ୍ସି) ନେଣଦେଣ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ, ୱେଷ୍ଟର୍ଣ୍ଣ ୟୁନିୟନ ଏବଂ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମଧ୍ୟରେ ଏକ ସହବନ୍ଧିତାର ଘୋଷଣା କରାଯାଇଛି । ଯାହାଦ୍ୱାର ଭାରତରେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ନିୟୁତ ସଂଖ୍ୟକ ଗ୍ରାହକ ସେମାନଙ୍କ ବ୍ୟାଙ୍କ ଖାତାରେ ଆନ୍ତର୍ଜାତୀୟ ଟଙ୍କା ପ୍ରେରଣ ସୁବିଧା ପାଇପାରିବେ । ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ଗ୍ରାହକମାନେ ସଠିକ ସମୟରେ ଏୟାରଟେଲ ଥ୍ୟାଙ୍କସ ଆପ୍‌ର ବ୍ୟାଙ୍କିଙ୍ଗ ବିଭାଗ ଜରିଆରେ ବହୁତ ଶିଘ୍ର ୱେଷ୍ଟର୍ଣ୍ଣ ୟୁନିୟନ ମନି ଟ୍ରାନ୍ସଫରକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ପାରିବେ । ଏହି ନେଣଦେଣ ଗୁଡ଼ିକ ଟଙ୍କା ଉଠାଣ ପାଇଁ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ୫୦୦,୦୦୦ରୁ ଉର୍ଦ୍ଧ୍ୱ ଯେକୌଣସି ବ୍ୟାକିଙ୍ଗ ପଏଣ୍ଟରେ ଉପଲବ୍ଧ ହେବ । ସୀମାହୀନ ଡିଷ୍ଟ୍ରିବ୍ୟୁସନ ପହଞ୍ଚ ସହିତ ସମଗ୍ର ଦେଶର ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ନିୟୁତ ଗ୍ରାହକ ଅତି ଶୀଘ୍ର ଯୋଡ଼ି ହେବା ଏବଂ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କ ପ୍ରିୟଜନ ସେମାନଙ୍କ ନିକଟକୁ ପଠାଇଥିବା ଟଙ୍କାକୁ ଉଠାଇବାକୁ ସମର୍ଥ ହୋଇପାରିବେ ।
ଏଥି ସମ୍ପର୍କରେ ୱେଷ୍ଟର୍ଣ୍ଣ ୟୁନିୟନ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ହିକମେଟ ଏରସେକ କହିଛନ୍ତି ଯେ, “ଆମର ଏହି ମଞ୍ଚ ଆନ୍ତର୍ଜାତୀୟ ଜଟିଳତାକୁ ଅତିକ୍ରମ କରିଆସିଛି, ଯାହାଦ୍ୱାରା ନିୟୁତ ସଂଖ୍ୟକ ଗ୍ରାହକମାନେ ସେମାନଙ୍କ ଜମାକୁ ସଠିକ ସମୟରେ ପାଇପାରିବେ ।” ଭାରତୀ ଏଣ୍ଟରପ୍ରାଇଜେସରେ ଫାଇନାନ୍ସିଆଲ ସର୍ଭିସେଜ ଓ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ଅତିରିକ୍ତ ନିର୍ଦ୍ଦେଶକ, ଶ୍ରୀ ରାଜଶ ସୁଦ କହିଛନ୍ତି ଯେ, “ଦେଶର ଟଙ୍କା ନେଣଦେଣ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ କିପରି ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ତତ୍ପର, ତାହାର ଏକ ଉଦାହରଣ ହେଉଛି ଏହି ଅଭିନବତା ।”ସେହିପରି ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ଏମଡି ତଥା ସିଇ. ଶ୍ରୀ ଅନୁବ୍ରତ ବିଶ୍ୱାସ କହିଛନ୍ତି ଯେ, “ୱେଷ୍ଟର୍ଣ୍ଣ ୟୁନିୟନ ସହିତ ହାତ ମିଳାଇ ଆମେ ବେଶ ଆନନ୍ଦିତ ଯାହାଦ୍ୱାରା ଆମର ଡିଜିଟାଲ ସମର୍ଥିତ ଆର୍ଥିକ ସେବା ସୃଙ୍ଖଳାରେ ସୀମାହୀନ ବିଶ୍ୱସ୍ତରୀୟ ଟଙ୍କା ପ୍ରେରଣ ସାମିଲ ହୋଇପାରିଛି ।”


Share It

Comments are closed.