ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ କରୁଛି ୱେଷ୍ଟର୍ଣ୍ଣ ଡ଼ିଜିଟାଲ


ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଜିଟାଲ୍ କର୍ପୋରେସନ୍ (ଏନ୍ଏଏସ୍ଡିଏକ୍ୟୁ: ଡବ୍ଲୁଡିସି) ଏହାର ଆଧୁନିକ ସଂସ୍କରଣ, ସାନ୍ଡିସ୍କ ଡୁଆଲ୍ ଡ୍ରାଇଭ୍କୁ ଆଜି ଭୁବନେଶ୍ୱରରେ ପ୍ରଦର୍ଶନ କରିଛି । ସାନ୍ଡିସ୍କ ଡୁଆଲ୍ ଡ୍ରାଇଭ୍ ଏକ ଉଚ୍ଚ କାର୍ଯ୍ୟକ୍ଷମ ଡ୍ରାଇଭ୍ ଅଟେ, ଯାହାଦ୍ୱାରା ତଥ୍ୟଗୁଡ଼ିକୁ ସହଜରେ ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ରୁ ଲାପଟପ, ପିସି ବା ମ୍ୟାକ୍ କମ୍ପ୍ୟୁଟରକୁ ସ୍ଥାନାନ୍ତରିତ କରାଯାଇପାରିବ । ଲୋକମାନଙ୍କୁ ସୃଷ୍ଟି, ପରିଚାଳନା, ଅନିଭୂତି ପ୍ରଦାନ କରିବା ଓ ଡିଜିଟାଲ୍ ବିଷୟଗୁଡ଼ିକୁ ସଂରକ୍ଷିିତ ରଖିବା ପାଇଁ ୱେଷ୍ଟର୍ଣ୍ଣ ଡିଜିଟାଲ୍ ଏହାର ଡିଭାଇସ୍ ମାଧ୍ୟମରେ କାର୍ଯ୍ୟସକ୍ଷମତା ଓ ଦକ୍ଷତାର ଏକ ଉତ୍ତମ ସମିଶ୍ରଣ ପ୍ରଦାନ କରୁଛି । ସାନଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ଏମ୍୩.୦ ଓ ସାନ୍ଡିସ୍କ ଅଲ୍ଟ୍ରା ଡୁଆଲ୍ ଡ୍ରାଇଭ୍ ୟୁଏସବି ଟାଇପ୍-ସି ‘ମୋବାଇଲ୍ କି ପେନ୍ ଡ୍ରାଇଭ୍’ ଭାବେ ସ୍ଥାନିତ କରାଯାଇଛି । ଏହା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ବିଭିନ୍ନ ବିଶ୍ୱସନୀୟ ଲାଭ ସହିିତ ସୁବିଧାଜନକ ଓ ବ୍ୟବହାରକ୍ଷମ ଭାବେ ବିଷୟଗୁଡ଼ିକୁ ଗଚ୍ଛିତ କରିବା ତଥା ସେୟାରିଂ କରିବା ସକ୍ଷମତା ପ୍ରଦାନ କରୁଛି । ଏହି ଫ୍ଲାସ୍ ଡ୍ରାଇଭ୍ ଦୁଇଟି କନେକ୍ଟର୍ ସହିତ ଆସୁଛି । ଗୋଟିଏ ସ୍ମାର୍ଟଫୋନ୍ ସହିତ (ମାଇକ୍ରୋ ୟୁଏସବି ବା ଟାଇପ୍-ସି) ଓ ଅନ୍ୟଟି କମ୍ପ୍ୟୁଟର୍ ସହିତ (ଟାଇପ୍-ଏ) ସଂଯୋଗ କରୁଛି, ଯାହା ଗ୍ରାହକମାନଙ୍କୁ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ସମକକ୍ଷ ଡିଭାଇସଗୁଡ଼ିକ ମଧ୍ୟରେ ତଥ୍ୟ ସ୍ଥାନାନ୍ତର କରିବା ପାଇଁ ସହଜରେ ଅନୁମତି ପ୍ରଦାନ କରୁଛି ।

ଏହି ଅବସରରେ ୱେଷ୍ଟର୍ଣ୍ଣ ଡିଜିଟାଲ୍ ପକ୍ଷରୁ ଏହାର ମାର୍କେଟିଂ ନିର୍ଦ୍ଦେଶକ, ଜଗନାଥନ ଚେଲିଆ, କହିଛନ୍ତିଯେ, “ୱେଷ୍ଟର୍ଣ୍ଣ ଡିଜିଟାଲରେ ଆମେ ସବୁବେଳେ ଗ୍ରାହକମାନଙ୍କୁ କିଛି ଅଧିକ କରିବା ନିମନ୍ତେ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରଚେଷ୍ଟା ଉପରେ ଦୃଷ୍ଟି ନିକ୍ଷେପ କରୁ । ବ୍ୟବୟସାପେକ୍ଷ ମୂଲ୍ୟରେ ଗ୍ରାହକମାନଙ୍କୁ ଉପଯୁକ୍ତ ଓ ବିଶ୍ୱସନୀୟ ଷ୍ଟୋରେଜ୍ ସମାଧାନ ପ୍ରଦାନ କରିବା ନିମନ୍ତେ ଆମେ ସାନ୍ଡିସ୍କ ମୋବାଇଲ୍ ସମାଧାନ ସୃଙ୍ଖଳକୁ ସଂପ୍ରସାରିତ କରୁଛୁ, ଯାହାଦ୍ୱାରା ସେମାନେ ମୋଟ ଉପରେ ସେମାନଙ୍କର ସ୍ମାର୍ଟଫୋନ୍ ଓ ପିସି ଅନୁଭୂତିକୁ ତ୍ୱରାନ୍ୱିତ କରପାରିବେ । ଓଡ଼ିଶା ଆମ ପାଇଁ, ବିଶେଷ କରି ସାନଡିସ୍କ ବ୍ରାଣ୍ଡ ରେଞ୍ଜର ଉତ୍ପାଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ କୌଶଳଭିତ୍ତିକ ବଜାର । ଆମେ କିଛି ଉତ୍ସାହଜନକ ଜ୍ଞାନକୌଶଳ ପ୍ରଦାନ କରୁଛୁ, ଯାହା ଗ୍ରାହକମାନଙ୍କ ଜୀବନକୁ ସରଳ କରୁଛି ।” ସାନଡିସ୍କ ଡୁଆଲ୍ ଡ୍ରାଇଭରେ ବର୍ତ୍ତମାନ ସାନଡିସ୍କ ମେମୋରୀ ଜୋନ୍ ଆପ୍ ଲୋଡ଼ ହୋଇ ଆସୁଛି, ଯାହା ଏକ ଶକ୍ତିଶାଳୀ ପରିଚାଳନା ଉପକରଣ ଅଟେ । ଏହା ଥରେ ସ୍ମାର୍ଟଫୋନରେ ଇନଷ୍ଟଲ୍ ହୋଇସାରିବା ପରେ, ଏହି ଆପ୍ ଫଟୋ, ଭିଡିଓ, କଣ୍ଟାକ୍ଟ ଓ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଇତ୍ୟାଦିକୁ ସଂରକ୍ଷିତ କରି ସମସ୍ତ ଡିଭାଇସ୍ରୁ ତଥ୍ୟ ପରିଚାଳନା କରିବା ନିମନ୍ତେ ସହାୟତା କରୁଛି । ଏହା ସାନଡିସ୍କ ଡୁଆଲ୍ ଡ୍ରାଇଭକୁ ଫାଇଲଗୁଡ଼ିକୁ ସ୍ଥାନାନ୍ତରିତ କରି ସ୍ମାର୍ଟଫୋନରେ ସ୍ଥାନକୁ ଖାଲି କରିବା ପାଇଁ ସ୍ୱତଃ-ସଂରକ୍ଷଣକୁ ସକ୍ରିୟ କରିପାରୁଛି । ଏହି ଡ୍ରାଇଭ ମଧ୍ୟ ଲୋକପ୍ରିୟ ଚାଟ୍ ଆପ୍ରୁ ଫଟୋ, ଓ ଭିଡିଓଗୁଡ଼ିକୁ ସଂରକ୍ଷିତ କରିବା ନିମନ୍ତେ ସହାୟକ ହେଉଛି । ଏହି ଡ୍ରାଇଭ୍ ୧୬ ଜିବି, ୩୨ ଜିବି, ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ଗଚ୍ଛିତ ବିକଳ୍ପ ସହିତ ଉପଯୁକ୍ତ ମୂଲ୍ୟ ସହିତ ସମସ୍ତ ଅଞ୍ଚଳରେ ଥିବା ରିଟେଲର୍ ଓ ଇ-କମର୍ସ ୱେବ୍ସାଇଟ୍ ମାନଙ୍କରେ ଉପଲବ୍ଧ ହେଉଛି ।


Share It

Comments are closed.