ୱେଷ୍ଟର୍ଣ୍ଣ ଡିଜିଟାଲ୍‌ର ‘ସେୟାର୍ ୟୋର୍ ମେମୋରିଜ୍‌’ ପ୍ରତିଯୋଗିତା


ଭୁବନେଶ୍ୱର : ୱେଷ୍ଟର୍ଣ୍ଣ ଡିଜିଟାଲ ପକ୍ଷରୁ ଏହାର ନୂଆ ୬ ମାସର ପାର୍ବଣ ପ୍ରତିଯୋଗିତା ‘ସେୟାର ୟୋର୍ ମେମୋରିଜ୍‌’ର ଶୁଭାରମ୍ଭ କରାଯାଇଛି । ସାନ୍‌ଡିସ୍କ ପ୍ରଡକ୍ଟ, ୧୨୮ଜିବି ଓ ତାହାଠାରୁ ଅଧିକ କ୍ଷମତାର କିମ୍ବା ୨ଟିବି ଓ ତାହାଠାରୁ ଅଧିକ କ୍ଷମତାର ଯେକୌଣସି ଡବ୍ଲ୍ୟୁଡି ଉତ୍ପାଦ ସମେତ ନିର୍ଦ୍ଧିଷ୍ଟ ୱେଷ୍ଟର୍ଣ୍ଣ ଡିଜିଟାଲ ଅଫରିଙ୍ଗ୍‌କୁ କ୍ରୟ କରୁଥିବା ଉପଭୋକ୍ତାମାନେ ଏହି ଉତ୍ସାହଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ । ପ୍ରତି ସପ୍ତାହରେ ଦୁଇ ଜଣ ବିଜେତାଙ୍କୁ ଚୟନ କରାଯିବ ଯିଏକି ୧ ଲକ୍ଷ ଟଙ୍କା ମୂଲ୍ୟର ଭାଉଚର ଜିତିବେ ଏବଂ ଉକ୍ତ ଭାଉଚର୍‌କୁ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ କଞ୍ଜ୍ୟୁମର ଡ୍ୟୁରାବୁଲ୍ ପ୍ରଡକ୍ଟ କିଣିବା ପାଇଁ ରିଡିମ୍ କରାଯାଇପାରିବ । ଗ୍ରାହକମାନେ ଏହି ପ୍ରତିଯୋଗିତା ଅଧିନରେ ଯୋଗ୍ୟ ଥିବା ଉତ୍ପାଦଗୁଡିକୁ କ୍ରୟ କରିବା ପରେ ତାଙ୍କୁ ଉତ୍ପାଦର ପ୍ୟାକେଜ୍‌ରେ ଥିବା କ୍ୟୁଆର୍ କୋଡ୍ ସ୍କାନ୍ କରିବାକୁ ପଡିବ କିମ୍ବା https://www.shareyourmemory.in/ରେ ଲଗ୍ ଇନ୍ କରି ଆବଶ୍ୟକ ବିବରଣୀ ଦେବାକୁ ପଡିବ । ପରେ ସେ ୩୦ରୁ ୨୦୦ ଶବ୍ଦ ମଧ୍ୟରେ ନିଜର ଖୁସିର ମୁହୂର୍ତକୁ ସେୟାର କରି ନିଜର ଏଂଟ୍ରି ଦାଖଲ କରିପାରିବେ । ଏକ ସ୍ୱାଧୀନ ଜୁରୀ ପ୍ରତି ସପ୍ତାହରେ ଦୁଇ ଜଣ ବିଜେତାଙ୍କୁ ଚୟନ କରିବେ । ପ୍ରତି ତ୍ରୈମାସରେ ଜଣେ ବିଜେତାଙ୍କୁ ଚୟନ କରାଯିବ ଯିଏକି ୧୫୦ ଗ୍ରାମର ଗୋଲ୍ଡ ବାର୍ ଜିତିବେ ।
ଏହି ପ୍ରତିଯୋଗିତା ସମ୍ପର୍କରେ ୱେଷ୍ଟର୍ଣ୍ଣ ଡିଜିଟାଲ, ମିଡିଲ ଇଷ୍ଟ ଓ ଟିଆଇଏ, ଇଣ୍ଡିଆର ମାର୍କେଟିଂ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଜଗନ୍ନାଥନ୍ ଚେଲିଆ କହିଛନ୍ତି, ‘ ପାର୍ବଣ ସବୁ ଦିନ ପାଇଁ ରହିନଥାଏ କିନ୍ତୁ ଆମେ ପାର୍ବଣ ସମୟରେ ନିଜ ବନ୍ଧୁ ପରିଜନଙ୍କ ସହ ସୃଷ୍ଟି କରିଥିବା ସ୍ମରଣୀୟ ମୁହୂର୍ତଗୁଡିକ ସବୁଦିନ ରହିଥାଏ । ଏହି ଉତ୍ସାହଜନକ ଉପଭୋକ୍ତା ପ୍ରତିଯୋଗିତା ସହିତ ଆମେ ଆମର ଗ୍ରାହକଙ୍କୁ ସୁଖୀ ଓ ଦୀର୍ଘସ୍ଥାୟୀ ସ୍ମୃତି ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ଚାହୁଁଛୁ । ଏହି ପ୍ରତିଯୋଗିତା ମାଧ୍ୟମରେ ଆମର ଚ୍ୟାନେଲ ପାର୍ଟନର୍‌ଙ୍କୁ ପାର୍ବଣ ଋତୁ ସମୟରେ ନିଜର ବିକ୍ରି ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆମେ ଏକ ସୁଯୋଗ ସୃଷ୍ଟି କରୁଛୁ ।’ ସାନ୍‌ଡିସ୍କ ଓ ଡବ୍ଲ୍ୟୁଡିର ସମସ୍ତ ଯୋଗ୍ୟ ଉତ୍ପାଦଗୁଡିକରେ ଏକ ସ୍କ୍ରାଚ୍ କୋଡ୍ ଓ ବିବରଣୀ ସହ ଏକ ବଡ ଷ୍ଟିକର୍ ରହିବ ଯାହାଫଳରେ ଲୋକମାନେ ପ୍ରତିଯୋଗିତା ସମ୍ପର୍କରେ ସଚେତନ ହୋଇପାରିବେ । ଚଳିତ ପାର୍ବଣ ଋତୁରେ ଉପଭୋକ୍ତାମାନେ ୱେଷ୍ଟର୍ଣ୍ଣ ଡିଜିଟାଲରୁ ନିର୍ଭରଯୋଗ୍ୟ ଷ୍ଟୋରେଜ୍ ସମାଧାନ ପାଇପାରିବେ ଓ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ ।


Share It

Comments are closed.