ୱେଷ୍ଟଇଣ୍ଡିଜକୁ ବିଶ୍ୱକପ ଦୌଡରେ ସ୍ଥାନ ପକା କରାଇବା ସୁଯୋଗ ଦେଲା – ବର୍ଷା


କ୍ରିକେଟର ବିଶ୍ୱକପ ଦୌଡରେ ପ୍ରବେଶ ପାଇଁ ୱେଷ୍ଟଇଣ୍ଡିଜ ଆଉ ସ୍କଟଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବର୍ଷାର ବାଧା ପ୍ରାପ୍ତ ଯୋଗୁଁ ୱେଷ୍ଟଇଣ୍ଡିଜକୁ ବିଶ୍ୱକପ ଖେଳିବାର ସୁଯୋଗ ମିଳିଛି , ଯାହା ଫଳରେ ସ୍କଟଲ୍ୟାଣ୍ଡର ହୃଦୟ ଭାଙ୍ଗିଯାଇଛି । ଏହି ମ୍ୟାଚରେ ଅଚାନକ ବର୍ଷା ଯୋଗୁଁ ଖେଳଟି ବନ୍ଦ ହୋଇଯାଇଥିଲା ଯାହା ଫଳରେ ୱେଷ୍ଟଇଣ୍ଡିଜକୁ ବିଶ୍ୱକପ ଖେଲିବା ପାଇଁ ସିଧାସଳଖ ଟିକେଟ ମିଳିଯାଇଥିଲା ଏବଂ ବିଜୟ ଆଭିମୁଖେ ଅଗ୍ରସର ହେଉଥିବା ସ୍କଟଲ୍ୟାଣ୍ଡକୁ ପରାଜୟର ରାସ୍ତା ଦେଖିବାକୁ ପଡିଥିଲା । ବୁଧବାର ଅନୁଷ୍ଠିତ ହୋଇଥିବା ଆଇସିସ କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ସୁପର ସିକ୍ସ ମ୍ୟାଚରେ ୱେଷ୍ଟଇଣ୍ଡିଜ ୫ (ଡି/ଏଲ ମେଥଡ) ରନରେ ସ୍କଟଲ୍ୟାଣ୍ଡକୁ ହରାଇ ୨୦୧୯ ବିଶ୍ୱକପ ପାଇଁ ଟିକେଟ ହାସଲ କରିଛି ।

ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦୁଇଥର ବିଶ୍ୱ ଚାମ୍ଫିଆନ ହୋଇଥିବା ୱେଷ୍ଟଇଣ୍ଡିଜ ପ୍ରଥମ ବ୍ୟାଟିଂ କରି ୪୮.୪ ଓଭରରେ ମାତ୍ର ୧୯୮ ରନ କରି ଅଲଆଉଟ ହୋଇଯାଇଥିଲା । କ୍ରିସ ଗେଲ ଗୋଟେ ବଲ ଖେଳି ବିନା ରନ କରି ପାଭିଲିୟନ ଫେରିବା ପରେ ଇଭିନ ଲୁଇସ (୬୬) ଓ ମାର୍ଲନ ସାମୁଏଲ୍ସ(୫୧) ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଶେଷ ଆଡକୁ କାର୍ଲୋସ ବ୍ରେଥୱେଟ (୨୪), ରୋଭମାନ ପାୱେଲ (୧୫) ଏବଂ ଅଧିନାୟକ ଜାସନ ହୋଲ୍ଡର (୧୨)ରନ କରିବାରୁ ଦଳ ପାଖାପାଖି ୨୦୦ ରନ କରିବାକୁ ସମର୍ଥନ ହୋଇଥିଲା । ସ୍କଟ ଲ୍ୟାଣ୍ଡ ପକ୍ଷରୁ ସାଫିଆନ ସରିଫ ଓ ବ୍ରାଡ ହ୍ୱିଲ ୩ ଟି ଲେଖାଏଁ ୱିକେଟ ନେବାକୁ ସମର୍ଥନ ହୋଇଥିଲେ ।
ଜବାବରେ ସ୍କଟଲ୍ୟାଣ୍ଡ ବଡ ସତର୍କତାର ସହ ୧୯୯ ରନର ଟାର୍ଗେଟ ପିଛା କରୁଥିବା ବେଳେ ବର୍ଷା ଏଥିରେ ବାଧା ସାଜିଥିଲା । ମ୍ୟାଚ ବାଧା ପ୍ରାପ୍ତ ହେବାପରେ ପରବର୍ତ୍ତୀ ନିୟମ ଅନୁଯାଇ ସ୍କଟଲ୍ୟାଣ୍ଡ ସମ୍ମୁଖରେ ୩୫.୨ ଓଭରରେ ୧୩୧ ରନର ଟାର୍ଗେଟ ରଖାଯାଇଥିଲା । ମାତ୍ର ଖେଳ ବନ୍ଦ ବେଳକୁ ଦଳ ୩୫.୨ ଓଭରରେ ୫ ୱିକେଟ ବିନିମୟରେ ୧୨୫ ରନ ସଂଗ୍ରହ କରଥିଲା । ଫଳରେ ଡି/ଏଲ ମେଥଡ ଅନୁଯାଇ ସ୍କଟଲ୍ୟାଣ୍ଡ ୫ ରନ ପଛରେ ପଡିଯାଇଥିଲା । ଯାହା ୱେଷ୍ଟଇଣ୍ଡିଜ ପାଇଁ ଭଗବାନଙ୍କ ଆର୍ଶୀବାଦ ସଦୃଶ ହୋଇଥିଲା


Share It

Comments are closed.