ବିଜେପି ସାଂସଦଙ୍କ ଘରେ ଦୁର୍ବୃତ୍ତ କଲେ ବୋମା ମାଡ


ପଶ୍ଚିମବଙ୍ଗରେ ହିଂସା ଦିନକୁ ଦିନ ବଢିବାରେ ଲାଗିଲାଣି । ଗତ କାଲି ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘରେ କିଛି ଦୁର୍ବୃତ୍ତ ବୋମା ମାଡ କରିଥିବାର ଖବର ବର୍ତ୍ତମାନ ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ବାରକପୋରସ୍ଥିତ ସାଂସଦ ଅର୍ଜୁନ ସିଂହଙ୍କ ଘରେ କିଛି ଦୁର୍ବୃତ୍ତ ବୋମା ମାଡ କରିଛନ୍ତି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଚଳାଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଥାନରେ ଏକ ମମଲା ମଧ୍ୟ ରୁଜୁ ହୋଇଛି ।


ଅର୍ଜୁନ ସିଂହଙ୍କ ଭଣଜା ତଥା ଭାଟପାରା ନଗର ନିଗମର ପ୍ରମୁଖ ସୌରଭ ସିଂହ ଏହି ଘଟଣା ପାଇଁ ଟିଏମସିକୁ ଦାୟୀ କରିଥିବାବେଳେ ଏହା ଏକ ମରଣାତ୍ମକ ଆକ୍ରମଣ ବୋଲି ସେ ଦାବୀ ମଧ୍ୟ କରିଛନ୍ତି । ସୌରଭ ଏହା ମଧ୍ୟ ଦାବୀ କରିଛନ୍ତି ଯେ, ଏହା ଛଡା ଘର ବାହାରୁ ଅନେକ ଗୁଳି ମଧ୍ୟ ଜଗତ ହୋଇଛି ।
ଭାଟପାରା ପଶ୍ଚିମବଙ୍ଗର ହେଉଛି ସେହି ଅଞ୍ଚଳ ଯେଉଁଠାରେ ଲୋକସଭା ନିର୍ବାଚନ ପୂର୍ବରୁ ହିଂସାର ବାତ୍ତାବରଣ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି । ଲୋକସଭା ନିର୍ବାଚନ ସମୟରେ ପୋଲିସ ଏହି ଅଞ୍ଚଳରୁ ୬୦ଟି ଅଫୁଟା ବୋମା ଜବତ ହୋଇଥିଲା ।


Share It

Comments are closed.