ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ଓଡିଶା ସରକାର ନେଇପାରନ୍ତି ନିଷ୍ପତି


ଦେଶର ବହୁ ରାଜ୍ୟରେ କରୋନା ସଂକ୍ରମଣରୁ ସ୍ଥିତି ଖୁବ୍ ଖରାପ ହୋଇଛି। ପୁଣିଥରେ ଲକଡାଉନ୍ ଭଳି ସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ରାଜ୍ୟରେ କରୋନାର ମାମଲା ବଢୁଛି। ନାଇଟ୍ କର୍ଫ୍ୟୁ ଓ ବିଭିନ୍ନ ପ୍ରକାର କଟକଣା ଲାଗି ରହିଛି। ଏସବୁ ଭିତରେ ଦିଲ୍ଲୀରେ ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ବେଳ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଲଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ସମୟରେ ସବୁକିଛି ବନ୍ଦ ରହିବ।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଭିତରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଲଗାଇ ଦିଆଯାଇଥିବାର ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ସ୍ଥିତି ନିୟନ୍ତ୍ରଣରେ ରହିଛି। ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା। ସେଥିପାଇଁ ଦିଲ୍ଲୀରେ ୱିକଏଣ୍ଡ କର୍ଫ୍ୟୁ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ଆମେ ଜରୁରୀ ସେବାରେ ଥିବା ଲୋକ, ବାହାଘରରେ କର୍ଫ୍ୟୁ ପାସ୍ ଦେବୁ। ମଲ୍, ଜିମ୍, ସ୍ପା, ଅଡିଟୋରିୟମକୁ ବନ୍ଦ କରିବାର ନିର୍ଦେଶ ଦିଆଯାଇଛି। ସିନେମା ହଲ୍‌ରେ ୩୦ ପ୍ରତିଶତ ଦର୍ଶକ ରହିବେ। ଉଲ୍ଲେଖନୀୟ ଯେ, ଦିଲ୍ଲୀରେ ଗତ ୬ ତାରିଖକରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି, ଯାହାକି ୩୦ ଅପ୍ରେଲ ପର୍ଯ୍ୟନ୍ତ ଲାଗୁ ରହିବ। ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ।


Share It

Comments are closed.