ଟ୍ୱିନ ସିଟି ପାଇଁ ସତର୍କ ଘଣ୍ଟି, ୧୨.୩୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର


ଡିପ୍ ଡିପ୍ରେସନ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରାଯାଇଛି। ଟ୍ୱିନ ସିଟିରେ ଆଜି ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ରାସ୍ତା ଭଲ ଭାବେ ଦୃଶ୍ୟମାନ ହେବନାହିଁ, ଟ୍ରାଫିକ ସମସ୍ୟା ଉପୁଜିପାରେ । ରାସ୍ତା ଖସଡ଼ା ହୋଇଯିବାର ଆଶଙ୍କା ରହିଛି। ଏଥିଯୋଗୁଁ ଗାଡ଼ି ଚଳାଚଳ ପ୍ରଭାବିତ ହେବ। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିକୁ ପରାମର୍ଶ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରୂଚନା ଜାରି କରାଯାଇଛି ।


Share It

Comments are closed.